ଗଜପତିରେ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଅଟକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥ‌ିବା ଯୋଗୁ ସହକାରୀ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀଙ୍କୁ ଅଟକ ରଖିଲେ ଅଞ୍ଚଳବାସୀ । ଉଚ୍ଚ ଅଧିକାରୀ ଆସି ଏହାର ପୁନନିର୍ମାଣ ଓ ଉନ୍ନ‌ତମାନର କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେବାକୁ ଅଞ୍ଚଳବାସୀ ଜିଦ୍ ଧରି ବସିଥିଲେ । ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ କେରେଡ଼ାଙ୍ଗ ଠାରୁ ଲୁହାସିଂ ଭାୟା ଅଲେଙ୍ଗୁର ଦେଇ କଣ୍ଟାବାଡ଼ ପର୍ଯ୍ୟନ୍ତ ୮ କିମି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ୩.୮୪ ଲକ୍ଷ ଟଙ୍କା ବିନିମଯରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁ ରହିଛି I ଲୋକଙ୍କ କହିବା ପ୍ରକାରେ ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥ‌ିବାରୁ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରି ବାରମ୍ବାର ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କୁ ଅଭିଯୋଗ କରୁଥିଲେ ମଧ୍ୟ ଠିକାଦାର ମନମୁତାବକ ରାସ୍ତା କାମ କରୁଥିଲେ | କିନ୍ତୁ ଶନିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ନିର୍ମାଣାଧୀନ ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଏସ୍‌ଡିଓ ରାମଚନ୍ଦ୍ର ବେହେରା ଏବଂ କନିଷ୍ଠ ଯନ୍ତ୍ରୀ ବିଜୟ କୁମାର ପୂର୍ତ୍ତି ପହଞ୍ଚି ରାସ୍ତା କାମର ତର୍ଜମା କରୁଥିଲେ | ସେତିକିବେଳେ ସ୍ଥାନୀୟ ଲୋକେ ରାସ୍ତା କାର୍ଯ୍ୟ ନିମ୍ନମାନର କରାଯାଇଛି। ତେଣୁ ତୁରନ୍ତ ରାସ୍ତାର ପୁନନିର୍ମାଣ ଓ ଉନ୍ନ‌ତମାନର କରାଯିବାକୁ ନେଇ ଏସ୍‌ଡିଓ ଏବଂ କନିଷ୍ଠ ଯନ୍ତ୍ରୀଙ୍କୁ ଅଟକ ରଖୁଥିଲେ | ଖବର ପାଇ ରା.ଉଦୟଗିରି ପୁଲିସ, ବିଭାଗୀୟ କର୍ମଚାରୀ ଏବଂ ଠିକାଦାର ସେଠାରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ପରେ ଠିକାଦାର ଏବଂ ବିଭାଗୀୟ କର୍ମଚାରୀ ନିର୍ମାଣ କାମ ଉନ୍ନତମାନର କରାଯିବ ବୋଲି ଲିଖୂତ ଆକାରରେ ଅଞ୍ଚଳବାସୀଙ୍କୁ ଦେଇଥିଲେ। ଦୁଇ ଅଧିକାରୀଙ୍କୁ ଦିନ ତମାମ ଅଟକ ରଖ୍ ରାତି ୮ଟା ବେଳେ ଲୋକେ ଛାଡ଼ିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ