ଏରେଣ୍ଡ୍ରାରେ ଦୋଳ ମିଳନ ଯାତ୍ରା ଉତ୍ସବ ଅନୁଷ୍ଠିତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ୍ ଅଞ୍ଚଳର ଦୋଳ ପୂର୍ଣ୍ଣିମା ଅବସରରେ ଚାରିଦିନ ବ୍ୟାପି ଆୟୋଜିତ ହେଉଥିବା ଏରେଣ୍ଡରା ରେ ପ୍ରସିଦ୍ଧ ଦୋଳ ଯାତ୍ରା ସୋମବାର ଠାରୁ ମହାସମାରୋହରେ ପାଳିତ ହେଉଅଛି । ଏରେଣ୍ଡେରା ବିଜେ ଶ୍ରୀ ରାଧାକୃଷ୍ଣ ମହାପ୍ରଭୁଙ୍କ ମନ୍ଦିର ପରିସରରେ ଆୟୋଜିତ ଏହି ଯାତ୍ରା ଉତ୍ସବରେ ପଡ଼ା ଗ୍ରାମ କାଳଷଣ୍ଢପୁର ଏବଂ ବିଶ୍ୱନାଥପୁର ବିଜେ ଶ୍ରୀ ରାଧାକୃଷ୍ଣ ମହାପ୍ରଭୁଙ୍କୁ ସ୍ବତନ୍ତ୍ର ନିମନ୍ତ୍ରଣ କ୍ରମେ ମେଳଣ କରାଯିବା ସହ ତିନି ମନ୍ଦିର ବିଗ୍ରହଙ୍କୁ ମିଳିତ ବରଣ , ପୂଜାର୍ଚ୍ଚନା ସହ ହୋଲି ରଙ୍ଗରେ ରଙ୍ଗାୟିତ କରାଯାଇଥିଲା । ଯାତ୍ରାର ଅୟମାରମ୍ଭ କାର୍ଯ୍ୟକ୍ରମରେ ଆଜି ମାନସିକଧାରୀଙ୍କ ପକ୍ଷରୁ ବିଭିନ୍ନ ବେଶଭୂଷାରେ ଯାତ୍ରା ପାଇଁ ଗାଁରେ ଭାବାବେଗ ପରିବେଶ ସୃଷ୍ଟି କରୁଥିବା ବେଳେ ଯାତ୍ରା ଉତ୍ସବର ପ୍ରଥମ ବେଶ ଭାବେ ତିନି ବାଘ ବେଶର ପାରମ୍ପରିକ ଚାଙ୍ଗୁ ବାଦ୍ୟର ଗାଁ ର ଯାତ୍ରାପ୍ରେମୀଙ୍କୁ ଉଛାହିତ ଉଦବେଳିତ କରିଥିଲା ।ଯାତ୍ରା ପରିଚାଳନା କମିଟି ସଭାପତିକାମଦେବବରାଡ,ଉପସଭାପତି ପୀତବାସ ଜେନା ,ସମ୍ପାଦକ ବରୁଣ ପ୍ରଧାନ ,କୋଷାଧ୍ୟକ୍ଷ ସଞ୍ଜୟ ବିସୋୟୀଙ୍କ ସହ ସହଦେବ ପ୍ରଧାନ ,ସରପଂଚ ଧୋବା ସ୍ବାଇଁ ସମିତି ସଭ୍ୟ ସଂଗ୍ରାମ ବିଷୋୟୀ , କଂସା ଜେନା , ସନ୍ତୋଷ ଜେନା , ପ୍ରଶାନ୍ତ ସ୍ବାଇଁ , ନାରାୟଣ ପ୍ରଧାନ , ଅମୂଲ୍ୟ ପ୍ରଧାନ ପ୍ରମୁଖଙ୍କ ସହ ଗ୍ରାମବାସୀ ସହଯୋଗ କରୁଥିବା ବେଳେ ଚାରିଦିନ ବ୍ୟାପି ଚାଲିବାକୁ ଥିବା ଏହି ଯାତ୍ରାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ , ମେଲୋଡ଼ି , ଭାରତ ଲୀଳା ନାଟକ ରାମାୟଣ ପରିବେଷିତ ହେବା ନେଇ କମିଟିଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ