ବିଜୁ ଜନତା ଦଳର ସାମ୍ବାଦିକ ସମ୍ମିଳନୀ ନବୀନଙ୍କୁ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ପାଇଁ ସଂକଳ୍ପ

ହିଞ୍ଜିଳିକାଟୁ,(ସେସଦେବ ସାହୁ): ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସାଂସଦ ଓ ବିଧାନସଭା ଆସନରେ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ରାଜ୍ୟ ତଥା ଜାତୀୟ ରାଜନୀତିରେ ଏକ ବିଶେଷ ସ୍ଥାନ ତଥା ରାଜ୍ୟ ବିଜୁ ଜନତା ଦଳର ସଭାପତି ତଥା ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ସାଢେ଼ ୪ କୋଟି ଓଡ଼ିଆଙ୍କ ହୃଦୟରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ପୁଣି ଥରେ ରାଜ୍ୟ ଶାସନର ମଙ୍ଗ ଧରି ରେକର୍ଡ କରିବା ଅପେକ୍ଷାରେ ଅଛନ୍ତି। ହିଞ୍ଜିଳି ବିଧାନ ସଭା କ୍ଷେତ୍ର ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭେଦ୍ୟ ଦୁର୍ଗ। ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ସାଧାରଣ ଜନତା ତାଙ୍କ ଆଶା ଓ ବିଶ୍ବାସର ପ୍ରତୀକ। ଗତ ୨୦୦୦ ମସିହା ଠାରୁ କ୍ରମାଗତ ଭାବେ ସେ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ସଫଳତମ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟ ରାଜନୀତିରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଚଳିତ ସାଧାରଣ ନିର୍ବାଚନରେ ହିଞ୍ଜିଳି ବାସୀଙ୍କ ଆଗ୍ରହ ଓ ଅନୁରୋଧ କ୍ରମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ଷ୍ଠ ଥର ପାଇଁ ବିଧାୟକ ପ୍ରାର୍ଥି ଭାବେ ହିଞ୍ଜିଳି ବିଧାନସଭା ଆସନରୁ ପ୍ରତିଦ୍ବନ୍ଦିତା କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଗୁରୁବାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ହିଞ୍ଜିଳି ଓ ଶେରଗଡ଼ ବ୍ଲକର ଦଳୀୟ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ହିଞ୍ଜିଳି ବ୍ଲକ ବିଜେଡ଼ି ସଭାପତି ତଥା ଓଡ଼ିଶା ରାଜ୍ୟ କୃଷି ବିପଣନ ମଣ୍ଡଳୀ ଉପଦେଷ୍ଟା ସୁରେନ୍ଦ୍ର ନାଥ ପ୍ରଧାନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ, ନିରନ୍ତର ବିକାଶ ଲକ୍ଷ୍ୟ, ସବୁ ବର୍ଗର ଲୋକଙ୍କ କଲ୍ୟାଣ ପାଇଁ ଅହରହ ଉଦ୍ୟମ ସହ ହିଞ୍ଜିଳି ବାସୀଙ୍କ ସେବାରେ ଦୀର୍ଘ ୨୪ବର୍ଷ ଧରି ସମର୍ପିତ ଭାବେ ନିଜକୁ ନିୟୋଜିତ କରିଛନ୍ତି। ଦଳୀୟ ପଦାଧିକାରୀ, କର୍ମୀ, ଶୁଭେଚ୍ଛୁ ଓ ସର୍ବୋପରି ଅଞ୍ଚଳବାସୀଙ୍କ ଆଶା,ବିଶ୍ୱାସ ଓ ଭଲ ପାଇବା ଅନୁରୋଧ ପ୍ରତି ଆଗ୍ରହ ପ୍ରକାଶ କରି ହିଞ୍ଜିଳି ଆସନରୁ ପୁଣି ଥରେ ବିଧାୟକ ଭାବେ ନିର୍ବାଚିତ ହେବା ପାଇଁ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ଏଣୁ ପ୍ରତିଥର ପରି ଚଳିତ ସାଧାରଣ ନିର୍ବାଚନରେ ହିଞ୍ଜିଳି ମାଟିରୁ ବିଧାୟକ ଭାବେ ୬ଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ଲାଭ କରିବା ପାଇଁ ଉପସ୍ଥିତ ଦଳୀୟ ପଦାଧିକାରୀ ପ୍ରମୁଖ ସଂକଳ୍ପ ନେଇଥିଲେ। ଦଳ ମତ ନିର୍ବିଶେଷରେ ସମସ୍ତ ମନୋମାଳିନ୍ୟ, ଅଭିମାନ ଓ ଭେଦଭାବକୁ ପରିତ୍ୟାଗ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜୟ ମୁକୁଟ ପିନ୍ଧାଇ ପୁଣି ଥରେ ରାଜ୍ୟ ଶାସନର ମଙ୍ଗ ଧରିବା ପାଇଁ ଦଳୀୟ ପଦାଧିକାରୀ ମାନେ ଆହ୍ବାନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ହିଞ୍ଜିଳି ବ୍ଲକ ଅଧ୍ୟକ୍ଷା ସରସ୍ଵତୀ ସେଠୀ, ଶେରଗଡ଼ ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ, ପୌରଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ, ରାଜ୍ୟ ଉପସଭାପତି ଶିବରାମ ଗୌଡ଼,ଜିଲ୍ଲା ସାଧାରଣ ସମ୍ପାଦକ ଅନୀଲ କୁମାର ମହାପାତ୍ର, ଜିଲ୍ଲା ଯୋଜନା ବୋର୍ଡ ବିଶେଷଜ୍ଞ ସଦସ୍ୟ ଏନ୍. ରଘୁନାଥ,ଶେରଗଡ଼ ବ୍ଲକ ସଭାପତି ଶରତ ଚନ୍ଦ୍ର ପାତ୍ର, ଯୁବ ବିଜେଡ଼ି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ସବିତା ରାଣୀ ଚୌଧୁରୀ,କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ମହାରଣା, ହୀନ ବେହେରା, ହୃହୟାନନ୍ଦ ମହାପାତ୍ର,ରାମହରି ଶର୍ମା, ପ୍ୟାରୀ ମୋହନ ପାଢ଼ୀ, ସଞ୍ଜୟ କୁମାର ପଣ୍ଡା, ପ୍ରମୋଦ କୁମାର ପାତ୍ର,ବରୁଣ ପୋଲେଇ, ମାଧବାନନ୍ଦ ପଣ୍ଡା,ବିପିନ ବିହାରୀ ପାତ୍ର, ରଶ୍ମିତା ବେହେରା,ପ୍ରୀତି ସାହୁ,ଦିଗାମ୍ବର ନାହାକ, ସମୀର ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ଦଳୀୟ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ