ଛତ୍ରପୁର ବିଧାୟକ ସମସ୍ତ ବର୍ଗ ଲୋକଙ୍କ ସହ ମିଶି ଖେଳିଲେ ହୋଲି

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ମଙ୍ଗଳବାର ଦିନ ରଙ୍ଗର ପର୍ବ ହୋଲି ରହିଥିଲା । ଏହି ଦିନରେ ସମସ୍ତେ ପର ଆପଣା ଭେଦଭାବ ଭୁଲି ପରସ୍ପରକୁ ରଙ୍ଗ ଲଗାଇଥାନ୍ତି । ଗାଁଠୁ ସହର ସବୁଠି ହୋଲିକୁ ନେଇ ଚଳଚଞ୍ଚଳ ହୋଇଥିଲା ।ଏ ନେଇ ଗଞ୍ଜାମ ଜିଲାର ସଦରମହକୁମା ଛତ୍ରପୁର ସହର ତଥା ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ପ୍ରବଳ ଉତ୍ସାହର ସହିତ ହୋଲି ପାଳିତ ହୋଇଯାଇଛି । ପରସ୍ପରକୁ ଅବିର ଓ ରଙ୍ଗ ଲଗାଇ ହୋଲିର ଅଭିନ୍ଦନ ଜଣାଇଛନ୍ତ। କିଛି ସମୟ ପାଇଁ ହେଉ ପଛେ ସମସ୍ତେ ଭୁଲି ଯାଇଛନ୍ତି ଜୀବନର ସବୁ ଦୁଃଖ, କଷ୍ଟ। ରଙ୍ଗ ଖେଳିବା ସହ ସମସ୍ତେ ମଜ୍ଜି ଯାଇଥିଲେ ନାଚ, ଗୀତରେ। ଏହି ଅବସରରେ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ୯ଂ. ୱାର୍ଡର ବାସିନ୍ଦାମାନଙ୍କ ସହିତ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, କାଉନସିଲର ପ୍ରୀତିଛନ୍ଦା ସାମଲ ଓ ଛତ୍ରପୁର ପ୍ରେସ କ୍ଲବର ଉପଦେଷ୍ଟା ପ୍ରଶାନ୍ତ ମହାରଣା ସାମିଲ ହୋଇ ହୋଲି ଖେଳିଛନ୍ତି l ଏହା ସହିତ ବିଧାୟକ ଶ୍ରୀ ବେହେରା ଙ୍କୁ ନିର୍ବାଚନ ମଣ୍ଡଳୀ ର ବହୁ ଜନ ସାଧାରଣ ମିଶି ହୋଲି ର ଶୁଭେଚ୍ଛା ଦେବା ସହିତ ନିଜ ନିଜ ଭିତରେ ରଙ୍ଗ ଖେଳି ଏହି ଦିବସକୁ ପାଳନ କରିଛନ୍ତି।ସେହିପରି ଛତ୍ରପୁର ପ୍ରେସ କ୍ଳବ ପରିସର ରେ ମଧ୍ୟ ହୋଲି ର ପର୍ବ ନିଆରା ଢଙ୍ଗରେ ପାଳନ କରାଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ