ରାଧାକୃଷ୍ଣଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଉଦ୍‌ଯାପିତ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ବେଗନା ଗ୍ରାମରେ ୩ ଦିନ ଧରି ଅନୁଷ୍ଠିତ ଶ୍ରୀ ଶ୍ରୀ ରାଧାକୃଷ୍ଣଙ୍କର ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ସୋମବାର ଶୁଭାଧିବାସ, ଅଙ୍କୁରୋତ୍ସବ, ଧାନ୍ୟାଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବୈତରଣୀ ନଦୀର ହାବେଳେଶ୍ୱର ଘାଟରୁ ୧୦୮ କଳସ ଅଣାଯାଇ ଘଟସ୍ଥାପନା କରାଯାଇଥିଲା । ନନ୍ଦ ପରିବାର ସମେତ ବେଗନା, ବାଲିଗଢିଆ, ସାହାଡାପଲ୍ଲୀ, ତାଳବାଙ୍କ, ଭଣ୍ଡାରଗଢିଆ ଗ୍ରାମର ମହିଳା ଓ ପୁରୁଷ ମାନେ କଳସ ଧାରଣ କରିଥିଲେ । ମଙ୍ଗଳବାର ସୂର୍ଯ୍ୟପୂଜା, ଗୋପୂଜା, ଗୁରୁପୂଜା, ସ୍ତମ୍ଭ ତୋରଣ ପୂଜା, ଅଗ୍ନିସ୍ଥାପନ, ଯଜ୍ଞରାମ୍ଭ, ଦେବତାଙ୍କ ନଗର ପରିକ୍ରମା, ମହାଭିଷେକ ସ୍ନାନ, ଦେବତା ନ୍ୟାସ, ରତ୍ନ ସିଂହାସନ ପ୍ରତିଷ୍ଠା, ଶିଖରୀ ସ୍ନାନ, ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରବଚକ ଅଧିକାରୀ ବାବାଙ୍କ ଦ୍ୱାରା ପ୍ରବଚନ ଓ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବୁଧବାର ସୂର୍ଯ୍ୟପୂଜା, ଗୋପୂଜା, ଗୁରୁପୂଜା, ଦେବ ପ୍ରବେଶ, ଷୋଡଶୋପଚାର ପୂଜା, ଗୀତାଯଜ୍ଞ, ରାଧାକୃଷ୍ଣଙ୍କ ସହସ୍ର ନାମଯଜ୍ଞ, ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟକର୍ତ୍ତା ଭାବେ ହରେକୃଷ୍ଣ ନନ୍ଦ, ସରସ୍ୱତୀ ନନ୍ଦ, ରାମ ଚନ୍ଦ୍ର ନନ୍ଦ, ପ୍ରତିମା ନନ୍ଦ, ପର୍ଶୁରାମ ମହାନ୍ତି, ସଞ୍ଜୁଲତା ମହାନ୍ତି, ସନାତନ ବାରିକ, ନାଣ୍ଡୁ ଭାଦୁଡୀ, ବିଜୟନୀ ଭାଦୁଡୀ ଦାୟୀତ୍ୱ ତୁଲାଇ ଥିଲେ । ଯଜ୍ଞ କାର୍ଯ୍ୟରେ ପୂଜକ ଭାବେ ପ୍ରଶାନ୍ତ କର, ବିଷ୍ଣୁ ପ୍ରସାଦ ଶତପଥି, ଗୌରହରି ନନ୍ଦ, ସଞ୍ଜୟ କୁମାର ପଣ୍ଡା, ଦୁର୍ଯ୍ୟଧନ ପଣ୍ଡା, ଜଗବନ୍ଧୁ ମିଶ୍ର, ନିତ୍ୟାନନ୍ଦ ଶତପଥି, ହରେକୃଷ୍ଣ ଦାଶ, ପଦ୍ମନାଭ ନନ୍ଦ ଦାୟୀତ୍ୱ ତୁଲାଇଥିଲେ । ସନ୍ଧ୍ୟାରେ ଓଡିଶାର ସୁନାମ ଧନ୍ୟ କଣ୍ଠଶିଳ୍ପୀ ପ୍ରଭୁପାଦ ମହାନ୍ତିଙ୍କ ଦ୍ୱାରା ସଂଗୀତ ପରିବେଷଣ ହୋଇଥିଲା । ଉତ୍ସବରେ ଅତିଥି ଭାବେ ବିଧାୟକ ପ୍ରଫୁଲ୍ଲ ସାମଲ, ଡି.ଆର୍‌.ଡି.ଓ ବାଲେଶ୍ୱରର ଚଞ୍ଚଲ ପଟୁଆରୀ, ପ୍ରଦୀପ ନାୟକ, ସୃଷ୍ଟିଧର ନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ଅତିଥି ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ନନ୍ଦ ପରିବାର ସମେତ ବେଗନା ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ