ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଦୋଳ ମହୋତ୍ସବ ଉଦ୍‌ଘାଟିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗୋଟିଏ ପଟେ ବିଶ୍ୱନାଥ ମନ୍ଦିର ନିକଟରେ ଶ୍ରୀ ଲିଙ୍ଗରାଜ ମହାପ୍ରଭୁ, ମା’ ପାର୍ବତୀ ଓ ମା’ ଦୁର୍ଗା ଦୋଳବେଦୀରେ ଝୁଲୁଥିବା ବେଳେ ସମ୍ମୁଖରେ ଦୋଳଗୋବିନ୍ଦ ଦୋଳବେଦୀରେ ବସି ପୂଜା ପାଇଥିଲେ । ଶତାଧିକ ଭକ୍ତ ଠାକୁରଙ୍କୁ ଚାଚେରୀ ଭୋଗ କରିବା ସହ ଫଗୁ ଲାଗି କରିଥିଲେ । ପ୍ରତିବର୍ଷ ପରି ଚଳିତ ବର୍ଷ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ଦୋଳ ଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଲିଙ୍ଗରାଜ ଭଜନ ମଣ୍ଡପଠାରେ ଦୋଳ ମହୋତ୍ସବ-୨୦୨୪ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏକାମ୍ର ସାଂସ୍କୃତିକ ପ୍ରକାଶନୀର ସଭାପତି ପୂର୍ବତନ ମନ୍ତ୍ରୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭଜନ କାର୍ଯ୍ୟକ୍ରମରେ ଗୁରୁ ଗଜେନ୍ଦ୍ର ପଣ୍ଡା, ଗୁରୁ ପ୍ରତିଭା ପଣ୍ଡା ଓ ଲିଙ୍ଗରାଜ ଥାନାର ଭାରପ୍ରାପ୍ତ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ଅନୁଷ୍ଠାନର ବରିଷ୍ଠ ଉପଦେଷ୍ଟା ଶିବାନନ୍ଦ ରାୟ, ରଶ୍ମି ମହାପାତ୍ର, ଯୁବ ସାମ୍ବାଦିକ ଲିଙ୍ଗରାଜ ସାହୁ, ଗଣେଶ ପାଲ୍‌, ବାବନ ଚନ୍ଦ୍ର ମହାପାତ୍ର, ସୁଧୀର ରଂଜନ ଜେନା, ତପନ ମହାସୁଆର, ବିଶ୍ୱନାଥ ମହାପାତ୍ର, ପ୍ରମୋଦ କୁମାର ଦାସ, କର୍ପୋରେଟର ବିରଞ୍ôଚ ମହାସୁପକାର, ସାଂସ୍କୃତିକ ପ୍ରକାଶନୀ ସଂସ୍ଥାର ସାଧାରଣ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସନତ ମିଶ୍ର, କୋଷାଧ୍ୟକ୍ଷ ରତିକାନ୍ତ ମହାସୁଆର ଏବଂ ଅନୁଷ୍ଠାନର ଯୁଗ୍ମ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ପାଢୀଙ୍କ ନେତୃତ୍ୱରେ କଣ୍ଠଶିଳ୍ପୀ ଉପେନ୍ଦ୍ର ପ୍ରଧାନ, ପବିତ୍ର କୁମାର ପାତ୍ର, ଶ୍ରୀମନ୍ କୁମାର ପତି, ଗୁନିଲି ମଙ୍ଗରାଜ, ରଶ୍ମିତା ଦାସ, ସ୍ୱପ୍ନା ପ୍ରିୟଦର୍ଶିନୀ, ଲିଟିଲ୍ କର, ଜୟଶ୍ରୀ ମହାପାତ୍ର, ରୋଜାଲିନ୍ ପଟ୍ଟନାୟକ ଓ ଶୁଭଶ୍ରୀ ସାହୁ ପ୍ରମୁଖ ଭଜନ ପରିବେଷଣ କରିଥିଲେ । ଏହି ସଂଗୀତ କାର୍ଯ୍ୟକ୍ରମରେ ଅନନ୍ତ, ଶୁଭେନ୍ଦୁ, ଚିତ୍ତରଂଜନ, ଟୁବୁ, ଚରଣ, ଲିଟୁ ଓ କାହ୍ନୁଚରଣ ପ୍ରମୁଖ ସହାୟତା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ