ସ୍କାଉଟସ୍ ଏବଂ ଗାଇଡସ୍‌ର “କୋଷ୍ଟାଲ ଟ୍ରେକିଙ୍ଗ୍‌” ଉଦ୍‌ଘାଟିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଆନୁକୂଲ୍ୟରେ ରାଜ୍ୟ ମୁଖ୍ୟ କମିଶନର ଡଃ କାଳିପ୍ରସାଦ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ତା୨୮.୦୩.୨୦୨୪ ରିଖଠାରୁ ତା୩୧.୦୩.୨୦୨୪ରିଖ ପର୍ଯ୍ୟନ୍ତ କୋଣାର୍କରୁ ପୁରୀ ସମୁଦ୍ର ବେଳାଭୂମିରେ ଏକ କୋଷ୍ଟାଲ ଟ୍ରେକିଙ୍ଗ ସହିତ ସମୁଦ୍ର ବେଳାଭୂମି ସଫେଇର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଆଜି ସନ୍ଧ୍ୟା ୫ ଘଟିକା ସମୟରେ ଏସ୍‌ଏସ୍‌ଡି ସରକାରୀ ଉଚ୍ଚବିଦ୍ୟାଳୟ, କୋଣାର୍କ ପରିସରରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଅଛି । ଏହି ଉଦ୍‌ଘାଟନୀ ସମାରୋହରେ ଯୁଗ୍ମ ନିର୍ଦ୍ଦେଶକ, ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ତଥା ରାଜ୍ୟ କମିଶନର, ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଶ୍ରୀ ବିଶ୍ୱଜିତ୍ ଘୋଷ, ସମ୍ମାନୀତ ଅତିଥିଭାବେ ଶ୍ରୀମତୀ ଶ୍ୱେତପଦ୍ମା ଧଳ, କାର୍ଯ୍ୟନିର୍ବାହୀ ଅଧିକାରୀ, କୋଣାର୍କ ବିଜ୍ଞାପିତ ଅଞ୍ଚଳ, ଶ୍ରୀଯୁକ୍ତ ଶରତ ଚନ୍ଦ୍ର ପାଇକରାୟ, ରାଜ୍ୟ ସମ୍ପାଦକ, ଶ୍ରୀଯୁକ୍ତ ଭବାନୀ ପ୍ରସାଦ ମିଶ୍ର, ରାଜ୍ୟ କୋଷାଧ୍ୟକ୍ଷ, ଶ୍ରୀଯୁକ୍ତ ମିହିର ରଞ୍ଜନ ପଟ୍ଟନାୟକ, ରାଜ୍ୟ ଯୁଗ୍ମ ସମ୍ପାଦକ, ଶ୍ରୀଯୁକ୍ତ ସ୍ୱାଧୀନ ପଣ୍ଡା, ଅଧ୍ୟକ୍ଷ, ଆଡଭେନ୍‌ଚର କମିଟି, ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍‌, ଶ୍ରୀଯୁକ୍ତ ନିହାର ପ୍ରସାଦ ଲେଙ୍କା, ପ୍ରଧାନ ଶିକ୍ଷକ, ଏସଏସ୍‌ଡି ସରକାରୀ ଉଚ୍ଚବିଦ୍ୟାଳୟ, କୋଣାର୍କ, ଶ୍ରୀଯୁକ୍ତ ରାମଚନ୍ଦ୍ର ମହାନ୍ତି, ବରିଷ୍ଠ ଶିକ୍ଷକ, ଶ୍ରୀଯୁକ୍ତ ମହେନ୍ଦ୍ର ବିଶ୍ୱାଳ, ପୁରୀ ଜିଲ୍ଲା ଶାରିରୀକ ଶିକ୍ଷା ନିରିକ୍ଷକ ଯୋଗଦେଇ ଏହି କୋଷ୍ଟାଲ ଟ୍ରେକିଙ୍ଗ୍‌କୁ ଉଦ୍‌ଘାଟନ କରିଥିଲେ । ଏହି ଟ୍ରେକିଙ୍ଗ୍‌ରେ ବିଭିନ୍ନ ଜିଲ୍ଲାରୁ ୩୦୦ ରୁ ଊର୍ଦ୍ଧ୍ୱ ରୋଭର, ରେଞ୍ଜର, ସ୍କାଉଟ, ଗାଇଡ୍ ଏବଂ ସେମାନଙ୍କର ୟୁନିଟ୍ ଲିଡରଙ୍କ ସମେତ ଯୋଗଦେଇଥିଲେ ।ଆଜିର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବରେ ଶ୍ରୀ ଯୁକ୍ତ ଘୋଷ ଯୋଗଦେଇ ପିଲାମାନଙ୍କୁ ଏହି କୋଷ୍ଟାଲ ଟ୍ରେକିଙ୍ଗ୍‌ର ଉଦ୍ଦେଶ୍ୟ ଏବଂ ଏହାର ଉପାଦେୟତା ବିଷୟରେ ନିଜ ବକ୍ତବ୍ୟରେ ବୁଝାଇଥିଲେ । ଏହି କୋଷ୍ଟାଲ ଟ୍ରେକିଙ୍ଗ୍ ରାଜ୍ୟ ଯୁ୍‌ଗ୍ମ ସମ୍ପାଦକ ଶ୍ରୀଯୁକ୍ତ ମିହିର ରଞ୍ଜନ ପଟ୍ଟନାୟକଙ୍କ ତତ୍ୱାବଧାନରେ ପରିଚାଳିତ ହୋଇଥିଲା । ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍‌ର ସଭାପତି ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ଏଭଳି ଏକ ଉଚ୍ଚକୋଟିର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ