ଗୁମ୍ମା ଆଦର୍ଶ ବିଦ୍ୟାଳୟ ପରିସର ବାହାରେ ଅନ୍ତେବାସୀଙ୍କ ବିପଦପୂର୍ଣ୍ଣ ସଫେଇ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସରକାର ଶିକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦେଉଥିବା ସହ ଅନ୍ତେବାସୀ ଶିକ୍ଷା ବ୍ୟବସ୍ଥାକୁ ପ୍ରାଧାନ୍ୟ ଦିଆଯାଉଛି।ବିଦ୍ୟାର୍ଥିମାନଙ୍କ ଉତ୍ତମ ବ୍ୟବସ୍ଥା,ଅତ୍ୟାଧୁନିକ ଜ୍ଞାନ କୌଶଳ ଜରିଆରେ ଶିକ୍ଷାର ଅଭିବୃଦ୍ଧି ବିକାଶ ପାଇଁ ତତ୍ପରତା ଦେଇ ଆସୁଥିବା ବେଳେ ଅନ୍ତେବାସୀଙ୍କ ସଫେଇ କାର୍ଯ୍ୟକ୍ରମ ଚିନ୍ତାର ବିଷୟ ପାଲଟିଛି।ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଦର ମହକୁମା ସରକାରୀ ଆଦର୍ଶ ବିଦ୍ୟାଳୟ ଠାରେ ନବମ ଶ୍ରେଣୀ ଅନ୍ତେବାସୀ ଛାତ୍ରୀ ମାନ ବିଦ୍ୟାଳୟ ପରିସରର ବାହାରେ ଥିବା ବିପଦ ପୂର୍ଣ ପଥର ଗଦା, ଡ୍ରେନ ଓ ଅଳିଆ ଆବର୍ଜନା ସଫେଇ କରୁଥିବା ଦେଖିବାକୁ ମିଳିଛି।ସରକାର ଶିକ୍ଷା ବ୍ୟବସ୍ଥାକୁ ସର୍ବ ପ୍ରଥମ ସ୍ଥାନରେ ରଖିବା ପାଇଁ ଅଭିନଭ ପ୍ରୟାସ ଆରମ୍ଭ କରିଛନ୍ତି।କିନ୍ତୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳିତ ମନୋଭାବ ଯୋଗୁଁ ଆଜି ଅନ୍ତେବାସୀ ଛାତ୍ରୀ ମାନେ ସଫେଇ କାର୍ଯ୍ୟରେ ବ୍ୟସ୍ତ।ଶାରୀରିକ,ମାନସିକ ଓ ଉଚ୍ଚ ଶିକ୍ଷା ଲାଭ ମିଳିବ ବୋଲି ଅଭିଭାବକ ମାନେ ପିଲା ମାନଙ୍କୁ ଅନ୍ତେବାସୀ ସ୍ଥଳରେ ରଖିଥାନ୍ତି। ୫-ଟି ଉପକ୍ରମରେ ବିଦ୍ୟାଳୟକୁ ଅନ୍ତର୍ଗତ କରାଯାଇ ବିଦ୍ୟାଳୟରେ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରାଯାଉଥିଲେ ମଧ୍ୟ ଛାତ୍ରୀ ମାନଙ୍କ ସଫେଇ କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି।ଏନେଇ ବିଦ୍ୟାଳୟରେ ସଫେଇ କର୍ମଚାରୀ ଅଭାବ ଯୋଗୁଁ ଛାତ୍ରୀ ମାନେ ଶ୍ରମ ଦାନ କରିଥିଲେ ବୋଲି ଅଧ୍ୟକ୍ଷ ଶ୍ରୀଧର ଭୂୟାଁ ଓ ଦାୟିତ୍ୱରେ ଥିବା ୱାଡ଼େନ ଅଧିକାରୀ ଅଭ୍ୟନ୍ତକାରୀ ମତ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ