ଗୁମ୍ମାରେ ପ୍ରସିଦ୍ଧ ଫଗୁଣ ଯାତ୍ରା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୁମ୍ମା ସଦର ମହକୁମା ଠାରେ ପ୍ରସିଦ୍ଧ ଫଗୁଣ ଯାତ୍ରା ମହାସମାରୋହରେ ସମାହିତ ହୋଇଛି. ଏନେଇ ଗୁମ୍ମା ପାଇକ ସାହି ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ଚଳନ୍ତି ପ୍ରତିମାକୁ ଦୋଳ ବା ବିମାନରେ ବସାଇ ଗ୍ରାମ ପରିକ୍ରମା ଆରମ୍ଭ କରାଯାଏ ଏବଂ ଦୁଆର ଦୁଆର ବୁଲି ଭୋଗ ଖାଆନ୍ତି ଠାକୁରେ।ଏହି ଅବସରରେ ସନ୍ଧ୍ୟା ସମୟରେ ଆଲୋକ ମାଳାରେ ମନ୍ଦିର ପରିସର ଝଲସି ଉଠୁଥିବା ସହ ବହୁ ଲୋକପ୍ରିୟ ପୌରାଣିକ ନାଟକ ପରିବେଷଣ କରାଯାଇଥିଲା।ତେବେ ପରମ୍ପରା ଅନୁସାରେ ପାଞ୍ଚ ଦିନ ଧରି ରାଧା କୃଷ୍ଣ ବିଗ୍ରହଙ୍କୁ ଗାଁ ପରିକ୍ରମା କରିବା ସହ ଗାଁ ମଣ୍ଡପ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଲୋକ କଳା ନାଟକ ପରିବେଷଣର ଆୟୋଜନ କରାଯାଇଥାଏ।ଶେଷ ଦିନରେ ଶ୍ରୀ ରାଧା ଦାମୋଦର ବିଗ୍ରହଙ୍କ ଦୋଳ ଉତ୍ସବ ପାଳନ କରାଯାଏ ଏବଂ ବର୍ଷର ପ୍ରଥମ ପଞ୍ଜିକା ପଠନ କରାଯାଏ ।ପରେ ରାଧା କୃଷ୍ଣଙ୍କୁ ଅବିର ରଙ୍ଗ ଲଗାଇ ହଲି ଖେଳ ଆରମ୍ଭ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ