କଟକ – ଚୌଦ୍ୱାର ରେ ଭୁଲ୍ ପ୍ରାର୍ଥୀ ଚୟନ ବିଜେପି କୁ ମହଙ୍ଗା ପଡ଼ିପାରେ

ଚୌଦ୍ଵାର, (ଦିପକ କୁମାର ବେଉରା):ଆସନ୍ତା ଲୋକସଭା ନିର୍ବାଚନ ୨୦୨୪ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇ ସାରିଛି । ଏହୀ ପରିପେକ୍ଷୀରେ ରାଜ୍ୟ ରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ କଡା ମୁକାବିଲା ଦେଖିବାକୁ ମିଳିବ ବୋଲି ସାଧାରଣ ରେ ଚର୍ଚା ଚାଲିଥିଲା ବେଳେ, କିନ୍ତୁ ରାଜ୍ୟ ର ପ୍ରମୁଖ ଲୋକସଭା କ୍ଷେତ୍ର କଟକ – ଚୌଦ୍ୱାର ପାଇଁ ରାଜ୍ୟ ଶାସନ ରେ ଥିବା ବିଜେଡ଼ି ତାର ଲୋକସଭା ପ୍ରାର୍ଥୀ ସପ୍ତୁନ୍ତ ମିଶ୍ର ଙ୍କ ନାମ ଘୋଷଣା କରିଥିବା ବେଳେ ବିଜେପି କଟକ- ଚୌଦ୍ୱାର ଲୋକସଭା ଆସନ ପାଇଁ ପାର୍ଥି ଘୋଷଣା କରିନାହିଁ। କିନ୍ତୁ ଛଅ ଥର ଜିତିଥିବା ସାଂସଦ ଭର୍ତ୍ତୁହରି ମହତ୍ତାବ ଆଜି ଆନୁଷ୍ଠାନିକ ଭାବେ ବିଜେପି ରେ ଯୋଗଦାନ କରିଛନ୍ତି । ଅପର ପଟେ ଫିଲ୍ମ ତାରକା ବିଜେଡ଼ିର ପୁର୍ବତନ ସାଂସଦ ସିର୍ଦ୍ଧାନ୍ତ ମହାପାତ୍ର ମଧ୍ୟ ବିଜେଡ଼ି ଛାଡି ବିଜେପି ରେ ଯୋଗଦାନ କରିଛନ୍ତି। କିନ୍ତୁ ଏବେ ବିଭିନ୍ନ ମହଲ ରେ ଚର୍ଚା ହେଉଛି ଏହି ଦୁଇ ଜଣକ ମଧ୍ୟରୁ କଟକ – ଚୌଦ୍ୱାର ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ଜଣକୁ ଟିକେଟ ଦେବ ବିଜେପି। ଏହା ଜଣା ପଡ଼ିବା ପରେ ବିଜେପି କର୍ମୀ ଙ୍କ ମଧ୍ଯ ରେ ନୌରାଶ ଭାବ ଦେଖିବାକୁ ମିଳିଛି । ଯାହା କଟକ ଲୋକସଭା ନିର୍ବାଚନ ମଣ୍ଡଳୀରେ ଚର୍ଚା ଚାଲିଛି, ଏକ ତରଫା ଭାବେ ବିଜେଡ଼ିର ବିଜୟ ହେବ। ବିଗତ ଦିନ ରେ ବିଜେପି ରାଜ୍ୟ ଉପସଭାପତି ଡ. ପିସି ମହାପାତ୍ର ଙ୍କ ନାମ ଲୋକସଭା ପ୍ରାର୍ଥୀ ପାଇଁ ଚର୍ଚ୍ଚା ହେଉଥିଲା ।ସେ ମଧ୍ୟ କଟକ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ବୁଲି ବିଜେପି ପାଈଁ ସଭା ସମିତି କରିବା ସହ ଲୋକ ଙ୍କ ସହିତ ଯୋଡି ହେବା ସହ ଆଦୃତି ଲାଭ କରିଥିଲେ ଦଳୀୟ କର୍ମୀ ମାନଙ୍କ ସହିତ ଅନ୍ୟ ଦଳରୁ ମଧ୍ଯ। ଲୋକମତ ତାଙ୍କ ସପକ୍ଷ ରେ ଆସିବା ଆରମ୍ଭ କରିଥିଲା । କଟକ
ଲୋକସଭା ନିର୍ବାଚନ ମଣ୍ଡଳୀ ରେ ସାଂସଦ ପାର୍ଥୀ ଭାବେ ପପୁଲାର ବ୍ୟକ୍ତି ବିଶେଷ ଭାବରେ ସଧାରଣ ଜନତା ତାଙ୍କୁ ଗ୍ରହଣ କରିନେଇଥିଲେ। କିନ୍ତୁ ଏହା ଜାଣିପାରି ବିଜେଡ଼ି ଭର୍ତୂହରି ଙ୍କୁ ଟିକେଟ ଦେବନି ବୋଲି ନିଷ୍ପତ୍ତି ନେବା ପରେ। ଭର୍ତ୍ତୁହରୀ ବିଜେଡି ଦଳ ଛାଡିଥିଲେ । ଭର୍ତୂହରି ଙ୍କ କଟକ – ଚୌଦ୍ୱର୍ ଲୋକସଭା ନିର୍ବାଚନ ମଣ୍ଡଳୀରେ ସେଭଳୀ ଭାବେ ଲୋକେ ପ୍ରିୟତା ନଥିବାରୁ ବିଜେପି ଯଦି ଟିକେଟ ଦିଏ ନିଶ୍ଚିତ ବିଜୟ ହାସଲ କରିବ ବିଜେଡି। ଯଦି ଦଳ ପିସି ମହାପାତ୍ର ଙ୍କୁ ଟିକେଟ ଦିଏ ତାହାଲେ ବିଜୟ ସମ୍ଭାବନା ରହିବ । ନହଲେ ବିଜେପି ନିଜ ଗୋଡ ରେ କୁରାଢି ମାରିବା ସଦୃଶ୍ୟ ହେବ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ