ଭାରତୀୟ ଜନତା ପାର୍ଟିବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

ବ୍ରହ୍ମପୁର, (ଶ୍ରୀକାନ୍ତ କୁମାର ବେହେରା):ଆମ୍ ଆଦ୍‌ମୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ କରାଯିବା ସମ୍ବନ୍ଧରେ ସାଙ୍ଘାତିକ ତଥ୍ୟ ପଦାକୁ ଆସିଛି l ଏହି ତଥ୍ୟରୁ ଭାରତୀୟ ଜନତା ପାର୍ଟି ହିଁ ପ୍ରକୃତ ଅପରାଧୀ ଏବଂ ଚକ୍ରାନ୍ତ କରି କେଜରିୱାଲଙ୍କୁ ଜେଲ ପଠାଇଥିବା ପ୍ରମାଣିତ ହେଉଛି lକେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇଡିର ଅଭିଯୋଗ ହେଉଛି ପି ସରଥ ଚନ୍ଦ୍ର ରେଡ୍ଡୀ ନାମକ ମଦ ବେପାରୀ ଅରବିନ୍ଦ କେଜରିୱାଲଙ୍କୁ ଦିଲ୍ଲୀରେ ମଦ ଠିକା ପାଇବା ପାଇଁ ୧୦୦ କୋଟି ଟଙ୍କା ଲାଞ୍ଚ ଦେଇଛନ୍ତି l କେବଳ ତାଙ୍କର ବକ୍ତବ୍ୟ ଆଧାରରେ କେଜରିୱାଲଙ୍କୁ ଗିରଫ କରାଯାଇଛି lମାତ୍ର ସୁପ୍ରିମ କୋର୍ଟର ନିର୍ଦ୍ଧେଶ ପରେ ସାର୍ବଜନୀନ ହୋଇଥିବା ଇଲେକ୍ଟୋରାଲ ବଣ୍ଡ ତଥ୍ୟରୁ ଅତି ସାଙ୍ଘାତିକ କଥା ଜଣାପଡିଛି l ପି ସରଥ ଚନ୍ଦ୍ର ରେଡ୍ଡୀ କେବଳ ଜଣେ ମଦ ବେପାରୀ ନୁହନ୍ତି l ସେ ଅରବିନ୍ଦୋ ଫାର୍ମା ନାମକ ଏକ ବଡ ଔଷଧ କମ୍ପାନୀର ମାଲିକ ଅଟନ୍ତି l ତାଙ୍କର ଅନ୍ୟ କିଛି କମ୍ପାନୀ ମଧ୍ୟ ଅଛି l ସରଥ ଚନ୍ଦ୍ର ରେଡ୍ଡୀଙ୍କୁ ଇଡି ମଦ ଘୋଟଲାର ମୁଖ୍ୟ ପୁରୋଧା କହି ଗିରଫ କଲା l ତାଙ୍କୁ ଜେରା କଲାବେଳେ ସେ ଅରବିନ୍ଦ କେଜରିୱାଲଙ୍କୁ ଚିହ୍ନି ନାହାନ୍ତି ଏବଂ କୌଣସି ଟଙ୍କା ଦେଇନାହାନ୍ତି ବୋଲି କହିଲେ l ତେଣୁ ଇଡି ତାଙ୍କର ବେଲ୍ ର ବିରୋଧ କଲା ଏବଂ ଲମ୍ବା ସମୟ ଜେଲରେ ରଖିଲା l ମାତ୍ର ବର୍ତମାନ ଇଲେକ୍ଟୋରାଲ ବଣ୍ଡ ତଥ୍ୟରୁ ଜଣା ପଡିଛି ଯେ ପି ସରଥ ଚନ୍ଦ୍ର ରେଡ୍ଡୀଙ୍କୁ ଇଡି ମାଧ୍ୟମରେ ଭୟଭୀତ କରି ଭାରତୀୟ ଜନତା ପାର୍ଟି ତାଙ୍କର ବିଭିନ୍ନ କମ୍ପାନୀରୁ ପ୍ରାୟ ୫୯.୫ କୋଟି ଟଙ୍କା ଚାନ୍ଦା ନେଇଛି l ସେ ଜେଲରେ ଥିବାବେଳେ କିଛି ଚାନ୍ଦା ଦେଇଛନ୍ତି l ପରବର୍ତ୍ତୀ ସମୟରେ ଅରବିନ୍ଦ କେଜରିୱାଲଙ୍କ ବିରୁଦ୍ଧରେ ଅଭିଯୋଗ କରିବାକୁ ରାଜି ହେବାରୁ ଇଡି ତାଙ୍କର ବେଲକୁ ବିରୋଧ କରିନଥିଲା ଏବଂ ତାଙ୍କୁ ରାଜସାକ୍ଷୀ କରି ମାମଲାରୁ ମୁକ୍ତି ଦେଇଥିଲା l ଜେଲରୁ ବାହାରିବା ପରେ ସେ ପୁଣି ଭାରତୀୟ ଜନତା ପାର୍ଟିକୁ ପ୍ରାୟ ୫0 କୋଟି ଟଙ୍କା ଚାନ୍ଦା ଦେଇଛନ୍ତି lଏଥିରୁ ଜଣାପଡୁଛି ଚାପପକେଇ, ଡରେଇ ଧମକେଇ ଇଡି ମାଧ୍ୟମରେ ବିଜେପି କେବଳ ଚାନ୍ଦା ଆଦାୟ କରିନାହିଁ, ଅରବିନ୍ଦ କେଜରିୱାଲଙ୍କ ବିରୁଦ୍ଧରେ ମିଥ୍ୟା ବକ୍ତବ୍ୟ ମଧ୍ୟ ଆଦାୟ କରିଛି l ତେଣୁ ଆମ୍ ଆଦ୍‌ମୀ ପାର୍ଟି ବିଜେପି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ