ଭଞ୍ଜନଗର ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଚଳିତ ବର୍ଷ ଭଞ୍ଜନଗର ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଓ ଉପସଭାପତି ପଦବୀ ପାଇଁ ନିର୍ବାଚନ ହୋଇଥିବା ବେଳେ ଅନ୍ୟ ସମସ୍ତେ ଏକମାତ୍ର ପ୍ରାର୍ଥି ଭାବେ ର୍ନିଦ୍ବନ୍ଦ ଭାବେ ବିଜୟୀ ଘୋଷିତ ହୋଇଛନ୍ତି। ଆଇନଜୀବୀ ଶୈଳେନ୍ଦ୍ର ନାରାୟଣ ସାହୁ ସଭାପତି ଏବଂ ଉପ ସଭାପତି ଡି.ଗଗନ ବିହାରି ବିନ୍ଧାଣିରା ବିଜୟ ହାସଲ କରିଛନ୍ତି। ଏଥିସହ ବରିଷ୍ଠ ଆଇନଜୀବୀ ରାଜେନ୍ଦ୍ର କୁମାର ପ୍ରଧାନ ସମ୍ପାଦକ ଭାବେ ର୍ନିଦ୍ବନ୍ଦ ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ସହ ସମ୍ପାଦକ ଅଶ୍ବିନ କୁମାର ଦାଶ,କୋଷାଧ୍ୟକ୍ଷ ପଦବୀରେ ସଂଗ୍ରାମ ମିଶ୍ର ଏକାକୀ ନାମାଙ୍କନ ଦାଖଲ କରି ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଲଡୁ କିଶୋର ଆଳତିଆ ସୂଚନା ଦେଇଛନ୍ତି। ଏହି ନିର୍ବାଚନରେ ୨ ଟି ପଦବୀ ପାଇଁ ପ୍ରତିଦ୍ବନ୍ଦିତା ହୋଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ମୋଟ ୨୩୬ ଜଣ ମତଦାତାଙ୍କ ମଧ୍ୟରୁ ୨୧୫ ଜଣ ମତଦାତା ଭୋଟ ଦେଇଥିଲେ। ଅପରାହ୍ନ ୪ ଟା ପରେ ଗଣତି ଆରମ୍ଭ ହୋଇଥିଲା। ସଭାପତି ପ୍ରାର୍ଥୀ ଶୌଳେନ୍ଦ୍ର ନାରାୟଣ ସାହୁ ୧୧୫ ଖଣ୍ଡ ଭୋଟ ଓ ଅଳକା ମଞ୍ଜରୀ ପଟ୍ଟନାୟକ ୯୯ ଖଣ୍ଡ ଭୋଟ ପାଇଥିବା ବେଳେ ଗୋଟିଏ ଭୋଟ ନାକଚ ହୋଇଥିଲା। ସେହିପରି ଉପ ସଭାପତି ପ୍ରାର୍ଥୀ ଗଗନ ବିହାରି ବିନ୍ଧାଣିରା ୮୫ ଖଣ୍ଡ ଭୋଟ,ସହସ୍ରାଂଶୁ ରାଉତ ୭୯ ଖଣ୍ଡ ଭୋଟ ଓ ଚନ୍ଦ୍ରମଣୀ ମହାପାତ୍ର୪୯ ପାଇଥିବା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଏଥିରେ ନିର୍ବାଚନ ଅଧିକାରୀ ଭାବେ ଶ୍ରୀ ଆଳତିଆଙ୍କ ସମେତ ତ୍ରିନାଥ ମଳିକ,ବିମ୍ବାଧର ଷଢଙ୍ଗୀ ଏବଂ ଗିରିଜା ଶଙ୍କର ଭୂୟାଁ, ଧ୍ରୁବ ତ୍ରିପାଠୀ,ରାଜେଶ୍ବର ଆଚାରୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ