ଦନ୍ତା ହାତୀର ମୃତ୍ୟୁ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଗାଲେରୀ ରେଞ୍ଜ ବେରୁହାଁବାଡ଼ି ଗ୍ରାମ ନିକଟଜଙ୍ଗଲ ରେ ଦନ୍ତା ହାତୀ ର ମୃତ୍ୟୁ ଘଟିଥିବା ଜଣାପଡିଛି l ବନବିଭାଗ ର କର୍ମଚାରୀ ଓ ଅଧିକାରୀ ଘଟଣା ସ୍ଥଳ ରେ ପହଂଚି ତଦନ୍ତ କରିଛି l ହାତୀର ମୃତ୍ୟୁ ର କାରଣ ଜଣା ପଡ଼ିନଥିଲେ ମଧ୍ୟ ଗତ କିଛି ଦିନ ଧରି ଏହି ଦନ୍ତା ହାତୀ ଟି ଦଳ ରୁ ବାହାରି ଏଣେ ତେଣେ ଏକା ଏକା ବୁଲୁଥିଲା l ତାର ସ୍ୱାସ୍ଥ୍ୟ ଭଲ ନଥିବା ଜଣାପଡୁଥିଲା l ବନ ବିଭାଗ ଘଟଣା ସ୍ଥଳ ରେ ପହଂଚି ମୃତ୍ୟୁ ର କାରଣ ତଦନ୍ତ କରୁଛି l ଆଜି ସନ୍ଧ୍ୟା ହୋଇଯାଇଥିବାରୁ, ଆସନ୍ତା କାଲି ବ୍ୟବଛେଦ କରାଯିବ ବୋଲି ବନବିଭାଗ ସୂଚନା ଦେଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ