ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ପ୍ରାର୍ଥୀ ଘୋଷଣା ପରେ ବିଜେଡିର ସାଂଗଠନିକ ବୈଠକ

ପୋଲସରା, (ଅନିଲ କୁମାର ମହାରଣା):ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ବିଶ୍ବାସକୁ ନେଇ ପୁନର୍ବାର ତୃତୀୟ ଥର ନିର୍ବାଚନ ଲଢ଼ିବା ପାଇଁ ମନୋନୀତ କରିଛନ୍ତି। ପ୍ରାର୍ଥୀ ଘୋଷଣା ପରେ ପୋଲସରା ବ୍ଲକ ଓ ଏନଏସି ବିଜୁ ଜନତା ଦଳ ପକ୍ଷରୁ ପୋଲସରା କୋଣାର୍କ ମଣ୍ଡପରେ ଏକ ସାଂଗଠନିକ ବୈଠକ ମାର୍ଚ୍ଚ ୩୧ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ ବୈଠକରେ ଅଧ୍ୟକ୍ଷତା କରିଥିଲେ। ବିଧାୟକ ଶ୍ରୀକାନ୍ତ ସାହୁ ଏହି ବୈଠକରେ ଯୋଗଦେଇ ଆଲୋଚନା ଆରମ୍ଭ କରିଥିଲେ। ବିଜୁ ଜନତା ଦଳର ସମସ୍ତ ସଦସ୍ୟ ଭେଦଭାବ ଭୁଲି ଏକଜୁଟ ହୋଇ ତୃଣମୂଳ ସ୍ତରରୁ ନିର୍ବାଚନ ପାଇଁ କାମ କରିବାକୁ ଅନୁରୋଧ କରିଥିଲେ। ଏହି ବୈଠକରେ ବ୍ଲକ ଅଧ୍ଯକ୍ଷାଙ୍କ ପ୍ରତିନିଧି ରାଜେନ୍ଦ୍ର ପ୍ରଧାନ, ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା,ଏନଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ଜିଲ୍ଲା ପରିଷଦ ମେମ୍ବର ଅଶୋକ କୁମାର ବିଷୋୟୀ, ବିକ୍ରମ କୁମାର ନାୟକ ଓ ଝୁନୁ ଦାସ, ଭଗବାନ ସାହୁ, ଦୀପିକା ବାରିକ, ନଗର ସଭାପତି ରଞ୍ଜିତ ସାହୁ, ମୋତିରାମ ସାହୁ, ପ୍ରତାପ ପ୍ରଧାନ ପ୍ରଭୃତିଙ୍କ ସମେତ ଏନଏସି କାଉନସିଲର ବୃନ୍ଦ, ବିଭିନ୍ନ ପଞ୍ଚାୟତର ସରପଞ୍ଚ ବୃନ୍ଦ, ସମିତି ମେମ୍ବର ବୃନ୍ଦ ଏବଂ ବିଜେଡି କର୍ମକର୍ତ୍ତା ଓ ସକ୍ରିୟ ସଭ୍ୟ ବୃନ୍ଦ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରି ଯେପରି ବହୁ ଭୋଟ ବ୍ୟବଧାନରେ ବିଜୟୀ ହେବେ ସେଥିପାଇଁ ଆନ୍ତରିକ ଚେଷ୍ଟା କରିବାକୁ ପ୍ରକାଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ