ସରସ୍ଵତୀ ଶିଶୁ ବିଦ୍ୟା ଭବନର ବାର୍ଷିକ ଉତ୍ସବ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ଭବନର ସପ୍ତବିଂଶତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି I ଅନୁଷ୍ଠାନ ସମ୍ପାଦକ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉଦ୍ଘାଟକ ରୂପେ ବିଞ୍ଚଣା ମୁକ୍ତି ପ୍ରଶିକ୍ଷଣ ବେଦାନ୍ତ ଆଶ୍ରମ ମୁଖ୍ୟ ବାବା ହରିଶଙ୍କର ସ୍ୱାମୀ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ରୂପେ ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀ ଏବଂ ମୁଖ୍ୟ ବକ୍ତା ରୂପେ ବିଶିଷ୍ଟ ସମାଜସେବୀ ଶୂଳପାଣି ଶତପଥି ଯୋଗ ଦେଇ ବାର୍ଷିକ ଉତ୍ସବର ମହତ୍ତ୍ୱ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ I ସେହିପରି ବିଶିଷ୍ଟ ଅତିଥି ଭାବେ ବେଲଗୁଣ୍ଠା ଥାନା ଅଧିକାରୀ ବନ ବିହାରୀ ପ୍ରଧାନ ଏବଂ ରୋଟାରୀ କ୍ଲବ୍ ଉପପ୍ରାନ୍ତ ପାଳ ଭି ଦେବୀ ପ୍ରସାଦ ପାତ୍ର ଯୋଗ ଦେଇ ଜୀବନର ଲକ୍ଷ୍ୟ ସାଧନ ପାଇଁ ଛାତ୍ର ଜୀବନରୁ ହିଁ କଠୋର ପରିଶ୍ରମ କରିବାର ଆବଶ୍ୟକ ରହିଛି ବୋଲି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ I କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ବନପାଳ ଶରତ ଚନ୍ଦ୍ର ମହାନ୍ତି, ଏବଂ ପୂର୍ବତନ ଉପ ନଗରପାଳ ପ୍ରଶାନ୍ତ କୁମାର ସାହୁ ଯୋଗଦେଇଥିଲେ I ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା I ଅତିଥି ମାନେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ I ପ୍ରଧାନ ଆଚାର୍ଯ୍ୟ ଶିବରାମ ପ୍ରଧାନ ମଞ୍ଚ ସଂଯୋଜନା କରିଥିଲେ I ପ୍ରମୋଦ ଗୁରୁଜୀ,ପୂର୍ଣ୍ଣଚନ୍ଦ୍ର ଗୁରୁଜୀ,ମାମାଜିନ୍ ଗୁରୁମା, ସୁମିତ୍ରା, ଆଶା, ଅଲିଭା,ଅମ୍ବିକା, ସୌଦାମିନୀ, ଶୋଭା, ପ୍ରଭାସିନୀ, ପୂଜା, ମିନି, ସୁଜାତା,ମିଲି, ନୂନୀ, ମିତା, ବିସ୍ମିତା ଗୂରୂମା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ପ୍ରଧାନ ଆଚାର୍ଯ୍ୟ ଶିବରାମ ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ