ଚୋରା ବାଲି ଚାଲାଣ ବେଳେ ପୁଣି କାଶୀନଗର ପୋଲିସ ଦ୍ୱାରା ୨ ଟ୍ରାକ୍ଟର ଜବତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗର ପୋଲିସ ଦ୍ୱାରା ବାଲି ଚୋରା ଚାଲାଣକୁ ନେଇ ପୁଣି ୨ ଗୋଟି ଟ୍ରାକ୍ଟର ଜବତ ହୋଇଥିବା ସୂଚନା ମିଳିଛି. କାଶୀନଗର ସହର ତଥା ଏହାର ଆଖପାଖ ଅଞ୍ଚଳରେ ସ୍ଥାନୀୟ ଥାନା ଅଧିକାରୀ ଗୋବିନ୍ଦ ଗୌଡ଼ ଙ୍କ ନିର୍ଦେଶ କ୍ରମେ ରାତ୍ର ସମୟରେ ଯାନ ବାହାନ ଯାଞ୍ଚ କଡା କଡ଼ି କରାଯାଉଛି. ସ୍ଥାନୀୟ ଥାନା ଅଧିକାରୀ ଆଗକୁ ବିଧାନସଭା ନିର୍ବାଚନ ଥିବା ହେତୁ ରାତ୍ର ସମୟରେ ପ୍ରତ୍ୟେକ ଗାଡିକୁ ତନ ତନ ଭାବେ ଯାଞ୍ଚ କରାଯାଉଛି ଏହା ସହିତ ମଦ୍ୟ ପାନ ପାଇଁ ମଧ୍ୟ ଯାଞ୍ଚ ହେଉଛି . ରାତ୍ର ସମୟରେ ଯାଞ୍ଚ ସମୟରେ ଦୁଇଟି ବାଲି ବୋଝଇ ଟ୍ରାକ୍ଟର ଯାହାର ନଂ (ଓ.ଡି ୨୦ବି ୫୬୭୦) ଓ (ଓ.ଡି ୨୦ସି ୭୧୮୯) ଚୋରାରେ ବାଲି ନେଉଥିବା ସମୟରେ ପୋଲିସ ହାବୁଡ଼ରେ ପଡି କୌଣସି ପ୍ରକାର କାଗଜ ପାତ୍ର ଠିକ ଭାବେ ଦେଖାଇ ନ ପରିବାରୁ ଦୁଇଟି ଟ୍ରାକ୍ଟର କୁ ଜବତ କରି ଥାନାରେ ଅଟକ ରଖାଯାଇ ଖଣି ବିଭାଗୀୟ ଅଧିକାରୀଙ୍କୁ ସୂଚନା ଦିଆ ଯାଇଛି ବୋଲି ଥାନା ଅଧିକାରୀ ଶ୍ରୀ ଗୌଡ଼ ପ୍ରକାଶ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ