ବିଜେପି ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ପାରଳାରେ ସ୍ୱାଗତ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ବିଜେପି ବ୍ରହ୍ମପୁର ସଂସାଦ ପ୍ରଦୀପ ପାଣିଗ୍ରାହୀଙ୍କୁ ପାରଳାଖେମୁଣ୍ଡି ଠାରେ ବିଜେପି ଦଳ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି. ଏହି ଅବସରରେ ଶ୍ରୀ ପାଣିଗ୍ରାହୀ ଉପସ୍ଥିତ ବିଜେପି ନେତା ଓ କର୍ମୀମାନଙ୍କୁ ଆୱାନ ଦେଇ କହିଛନ୍ତି ଯେ, ଚଳିତ ନିର୍ବାଚନରେ ବିଜେଡି ନେତୃତ୍ବାଧୀନ ସରକାରକୁ ଲୋକେ ପରିବର୍ତ୍ତନ କରି ବିଜେପି ଉପରେ ଆସ୍ଥା ପ୍ରକଟ କରିବା ଏକରକମ ନିଶ୍ଚିତ. ରାଜ୍ୟରେ ବହୁଥିବା ପରିବର୍ତ୍ତନର ହାୱାକୁ ବିଜେଡି କେବେ ବି ରୋକି ପାରିବ ନାହିଁ. ଥରେ ଲୋକେ ମନ ବଦଳାଇଲେ ଅବସ୍ଥା କ’ଣ ହୁଏ ତାହା ବିଗତ ଦିନର ସରକାରଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ସରକାର ଯେତେ ପ୍ରଶାସନିକ କଳ ବା ବାହୁବଳ ବ୍ୟବହାର କଲେ ମଧ୍ୟ କୌଣସି ଫରକ ପଡ଼ିବ ନାହିଁ । ରାଜ୍ୟରେ ସରକାର ପରିବର୍ତ୍ତନ ହେବ ଏବଂ ଭାଜପା ସରକାର ଗଢ଼ିବ ସେ ଆହୁରି କହିଛନ୍ତି, ବିଜେଡି ବିଜେଡି ବର୍ତ୍ତମାନ ବିଭିନ୍ନ ଗୋଷ୍ଠୀରେ ବିଭାଜିତା ଏଣୁ, ସେମାନଙ୍କୁ ପରିବର୍ତ୍ତନ କରିବା ପାଇଁ ଲୋକେ ଯେଉଁ ନିଷ୍ପତ୍ତି ନେଇଛନ୍ତି, ତା’କୁ ବିଜେଡି କିଭଳି ରୋକିପାରିବ ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି। ଗଣତନ୍ତ୍ର ମନ୍ଦିରରେ ଭୋଟର ହେଉଛନ୍ତି ସର୍ବେସର୍ବା ସେମାନଙ୍କ ବିନା କୌଣସି ଦଳ କିମ୍ବା କୌଣସି ପ୍ରାର୍ଥୀ କାହାର କିଛି ସ୍ଥିତି ନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ପ୍ରଦୀପ ପାଣିଗ୍ରାହୀ ବିଜେପିରେ ସାମିଲ ହେବା ଏବଂ ତାଙ୍କୁ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ କରାଯିବା ପରେ ପ୍ରଥମ ଥର ପାଇଁ ପାରଳାଖେମୁଣ୍ଡି ଗସ୍ତରେ ଆସିଛନ୍ତି ଅପରାହ୍ନରେ ସେ ପାରଳାଖେମୁଣ୍ଡି ପହଞ୍ଚିବା ପରେ ସ୍ଥାନୀୟ ବିଜେପି କର୍ମୀମାନେ ଏକ ଶୋଭାଯାତ୍ରାରେ ତାଙ୍କୁ ଦଳୀୟ କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ। ସେଠାରେ ବିଜେପି ଜିଲ୍ଲା ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଯୋଗ ଦେଇ ରାଜ୍ୟରେ ବହୁଥିବା ସରକାର ବିରୋଧୀ ହାୱାକୁ ଭୋଟରେ ରୂପାନ୍ତରିତ କରି ସୁଶାସନ ପ୍ରତିଷ୍ଠା ପାଇଁ ବିଜେପି ସରକାର ଗଠନ ଉପରେ ଗୁରୁତ୍ବାରୋପ କରିଥିଲେ ।ଏହି ଅବସରରେ ବିଜୁ ଯୁବ ଜନତା ଦଳ ପୂର୍ବତନ ରାଜ୍ୟ ଉପସଭାପତି ଦେବୀ ପ୍ରସାଦ ଦାଶ, ପୂର୍ବତନ ଆୟକର ଅଧିକାରୀ ତ୍ରିନାଥ କାର୍ଜୀ, ବରିଷ୍ଠ ଆଇନଜୀବୀ ତଥା ବାର୍ ଆସୋସିଏସନ୍ ସମ୍ପାଦକ ଏମ୍. ପୃଥୀରାଜ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀ ପ୍ରଭାରୀ ଅଶୋକ ମିଶ୍ର, ରାଜ୍ୟ ସାଧାରଣ ସଂପାଦକ ସାରଦା ଶତପଥୀ, ଗଜପତି ଜିଲ୍ଲା ବିଜେପି ପ୍ରଭାରୀ ସରୋଜ ସାବତ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସିଦ୍ଧେଶ୍ଵର ମିଶ୍ରଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ