ପାଣିପର୍ବ : ସାନ୍ତାଳମାନଙ୍କ ରଙ୍ଗହୀନ ହୋଲି

ଦଶରଥ ହେମ୍ବ୍ରମ୍‌
ଭାରତରେ ବସବାସ କରୁଥିବା ସାନ୍ତାଳ ସମ୍ପ୍ରଦାୟର ଲୋକମାନେ ବାର ମାସରେ ତେର ପର୍ବ ପାଳନ କରିଥାନ୍ତି । ମାଗ୍‌ସିମ୍‌, ଏର୍‌ଗ ସିମ୍‌, ହାରିୟାଳ୍ ସିମ୍‌, ଇଳି ଗୁନ୍ଦଲୀ ନାୱାୟ, ଯାନ୍ତାଳ, ସହରାୟ, ସାକ୍ରାତ୍‌, ବାହା, ଆବ୍‌ଗେ ବଙ୍ଗା, ସୀମା ବଙ୍ଗା, ଜମ୍ ସିମ୍‌, ମାଗ୍‌ମଣେ, କୁଟାମ୍ ଡାଙ୍ଗରା ଆଦି ପୂଜାପାର୍ବଣ ସାନ୍ତାଳମାନେ ବିଭିନ୍ନ ସମୟରେ ପାଳନ କରି ଜୀବନକୁ ଆନନ୍ଦରେ ଅତିବାହିତ କରିଥାନ୍ତି । ସାଧାରଣତଃ, ସାନ୍ତାଳମାନେ କୃଷିକୁ ମୁଖ୍ୟ ବୃତ୍ତି ଭାବରେ ଆପଣାଇ ଥିଲେ ମଧ୍ୟ କଳାପ୍ରେମୀ ଏବଂ ଶିକାରୀ । ପାରମ୍ପରିକ ପୋଷାକ ପରିଧାନ କରି ନୃତ୍ୟ ଓ ଗୀତରେ କିଛି ସମୟ ପାଇଁ ସେମାନେ ପୂଜାପାର୍ବଣରେ ହଜିଯାଆନ୍ତି । ପର୍ବ ଶେଷ ହେଲାପରେ ପୁଣିଥରେ ସେମାନେ ବିଲବାଡ଼ି ଚାଷ କାମରେ ନିୟୋଜିତ ହୁଅନ୍ତି । ତେଣୁ ଋତୁଚକ୍ରର ପରିବର୍ତ୍ତନକୁ ନେଇ ସେମାନେ ଅଲଗା ଅଲଗା ପର୍ବ ପାଳନ କରିଥାନ୍ତି ଏବଂ କରି ଆସୁଅଛନ୍ତି ମଧ୍ୟ । ପ୍ରତ୍ୟେକ ପୂଜାପାର୍ବଣରେ କିଛି ନା କିଛି ମହତ୍ୱ ରହିଯାଇଛି, ଯେଉଁଥିପାଇଁ ସଭ୍ୟତା ଆରମ୍ଭରୁ ପୂଜାପର୍ବ ଏବଂ ଯାନିଯାତ୍ରା ପାଳନ କରାଯାଉଛି ବୋଲି ଅନୁମାନ କରିହୁଏ । ଲୋକମାନଙ୍କ ମଧ୍ୟରେ ଭାତୃତ୍ୱ, ସ୍ନେହ, ସମ୍ପର୍କ, ପ୍ରେମ ଓ ଆଧ୍ୟାତ୍ମିକ ଭାବନା ଜାଗ୍ରତ କରିବା ସହିତ ଏକତା ବଜାୟ ରଖିବା ପାଇଁ ଭିନ୍ନ ଭିନ୍ନ ଉତ୍ସବ ପାଳନ କରିବା ହିଁ ପରମ୍ପରାର ଲକ୍ଷ୍ୟ, ତା’ଦ୍ୱାରା ଆତ୍ମତୃପ୍ତି ମିଳିଥାଏ । ଐତିହ୍ୟ ପରମ୍ପରାକୁ ବଜାୟ ରଖିଥିବା ଦେଶରେ ବର୍ଷ ତମାମ ଅନେକ ପର୍ବପର୍ବାଣି ଓ ଯାନିଯାତ୍ରା ପାଳିତ ହୋଇଥାଏ । ସେଥିରୁ ଆଣିଦେଇଥାଏ ପ୍ରତ୍ୟେକ ମଣିଷ ଜୀବନରେ ଅହେତୁକ ଆନନ୍ଦ ଓ ଉତ୍ସାହ । ସବୁଠାରୁ ବଡକଥା ହେଲା, ଆଜିକା ସମୟରେ ଏ ଯେଉଁ ବ୍ୟସ୍ତ ବହୁଳ ଜୀବନକୁ ଅଧିକ ସରସ ସୁନ୍ଦର କରିବା ପାଇଁ ଏହା ଏକ ଉକୃଷ୍ଟ ମାଧ୍ୟମ କହିଲେ ଅତ୍ୟୁକ୍ତି ହେବ ନାହିଁ ।ସୃଷ୍ଟିକର୍ତ୍ତାଙ୍କ ସୃଷ୍ଟିରେ ସମ୍ଭବ ହୋଇପାରିଛି ବିଭିନ୍ନ ଋତୁର ଆଗମନ ପରିବେଶ ଓ ପ୍ରକୃତିରେ ଆଣିଥାଏ ଅନେକ ପରିବର୍ତ୍ତନ, ବାସ୍ତବରେ ଯାହା ଆମେ ଦେଖିବାକୁ ପାଉଛେ ଏବଂ ପ୍ରକୃତିକୁ ଉପଭୋଗ କରିପାରୁଛେ । ତେବେ ଋତୁମାନଙ୍କ ମଧ୍ୟରେ ଋତୁରାଜ ବସନ୍ତର ଅପୂର୍ବ ସମ୍ଭାର ନେଇ ଧରାପୃଷ୍ଠାରେ ପଦାର୍ପଣ କରିଥାଏ ଏବଂ ମଣିଷ ଜାତିକୁ ପ୍ରାକୃତିକ ରଙ୍ଗରେ ରଙ୍ଗେଇ ଦେଇଥାଏ, ଯାହା ଜୀବନସାରା ଭୁଲି ହୁଏନା । ଏହି ସମୟରେ ଆମ୍ବ ବଉଳର ସୁମଧୁର ବାସ୍ନା ସହ ଫଗୁଣର ମୃଦୁ ମଳୟ ମନରେ ଆଣେ ଉନ୍ମାଦନା । ବସନ୍ତରେ ବସନ୍ତ ଉତ୍ସବ ଅନୁଭୂତି ଯେକୌଣସି ଲୋକଙ୍କୁ ବିମୋହିତ କରିଥାଏ । ବସନ୍ତର ଫାଲ୍ଗୁନ ମାସରେ ବୃକ୍ଷରାଜି ପଲ୍ଲବିତ ହୋଇ ନବ କୁସୁମରେ ପରିପୂର୍ଣ୍ଣ ହୁଏ । ଫଳନ୍ତି ବୃକ୍ଷମାନଙ୍କରେ ନାନାଜାତିର ଫୁଲଫଳକୁ ଖାଇବାର ପ୍ରକ୍ରିୟା ଯଦିବି ମଣିଷ ଆରମ୍ଭ କରିଦିଏ, ତା’ପୂର୍ବରୁ ସାନ୍ତାଳ ସମ୍ପ୍ରଦାୟର ଲୋକମାନେ ସଂସ୍କୃତି ଓ ପରମ୍ପରା ଅନୁସାରେ ବାହା ବଙ୍ଗା କରିଥାନ୍ତି । ତିନିଦିନ ଧରି ବାହା ପାରାବ୍‌/ବଙ୍ଗା ପାଳିତ ହୋଇଥାଏ । ଏହି ମାସର ଶୁକ୍ଳପକ୍ଷ ପାଞ୍ଚ ଦିନ ମଧ୍ୟରେ ବାହା ପାରାବ/ବଙ୍ଗା ଆୟୋଜିତ ହୋଇଥାଏ । କିନ୍ତୁ ପ୍ରତି ସାନ୍ତାଳ ଗ୍ରାମରେ ବିଧି ଓ ତିଥି ଅନୁସାରେ ଏହି ପର୍ବ ଫାଲ୍ଗୁନ ମାସର ଶୁକ୍ଳପକ୍ଷ ଠାରୁ ଆରମ୍ଭ କରି ଦୋଳପୂର୍ଣ୍ଣିମା ପର୍ଯ୍ୟନ୍ତ ପାଳିତ ହୋଇଥାଏ । ଏହି ମାସର ପୂର୍ଣ୍ଣିମା ଏବଂ ଚୈତ୍ର ମାସର ଆରମ୍ଭରେ ପାଳିତ ହେଉଥିବା ଦୋଳ ପୂର୍ଣ୍ଣିମା ଓ ହୋଲି ଉତ୍ସବରେ ସାନ୍ତାଳମାନେ ପାଣିପର୍ବ ପାଳନ କରିବାର ସଂସ୍କୃତି ଓ ପରମ୍ପରା ରହିଛି । ପାଣିପର୍ବ କିମ୍ବା ରଙ୍ଗହୀନ ହୋଲି ଉତ୍ସବ ମାନିବା ପୂର୍ବରୁ ସାନ୍ତାଳ ଲୋକମାନେ ‘ବାହାବଙ୍ଗା’ ରୀତିନୀତି ଅନୁସାରେ ପାଳନ କରିଥାନ୍ତି । ଏହା ସାନ୍ତାଳମାନଙ୍କ ଦ୍ୱିତୀୟ ପ୍ରମୁଖ ‘ପୂଜାପର୍ବ’ । ଫୁଲ ପାଇଁ ଯେଉଁ ପର୍ବ ପାଳନ କରାଯାଏ ତାହାକୁ ବାହା ପାରାବ୍‌, ଓଡ଼ିଆରେ ଫୁଲପର୍ବ କୁହାଯାଏ । ବାହା ପର୍ବ/ବଙ୍ଗା ଆରମ୍ଭ ହୁଏ ଉମ୍ ବା ସ୍ନାନ, ଯାହାକୁ ବାହାବଙ୍ଗାର ପ୍ରଥମ ଦିନ ବୋଲି ଗ୍ରହଣ କରାଯାଏ । ଏହାକୁ ଦେବସ୍ନାନ ବୋଲି ମଧ୍ୟ କୁହାଯାଏ । ବାହାବଙ୍ଗାର ଦ୍ୱିତୀୟ ଦିନ ଭୋରରୁ ପୁରୋହିତ ଏବଂ ଉପପୁରୋହିତ ସ୍ନାନାଦି କାର୍ଯ୍ୟ ସାରି ଉପପୁରୋହିତ ପୂଜା ପାଇଁ ଘଟ ଆଣନ୍ତି ଏବଂ ପୁରୋହିତ ନୂଆ କୁଲାରେ ସମସ୍ତ ପୂଜା ସରଞ୍ଜାମ ସଜାଇ ଜାହିରା ପୀଠକୁ ଯାଆନ୍ତି । ସେଠାରେ ଚାଳିଆ ତଳେ ପୂଜାପାଇଁ ଅରୁଆ ଚାଉଳ ତିଆରି ଚୂନାରେ ‘ଖଣ୍ଡ୍‌’ ପ୍ରସ୍ତୁତ କରନ୍ତି । ତା’ପରେ ଗ୍ରାମର ମୁଖ୍ୟ ଦେବତା ମାରାଂବୁରୁ, ଜାହେର ଆୟୋ/ଜାହର୍‌ଏରା, ମଣେକ-ତୁରୁୟକ, ଲିଟା ଗୋସାଇଁ, ଶିକାରୀ ଦେବଦେବୀ, ରଙ୍ଗବୁଢୀ, କୃଷିଦେବୀ ଆଦିଙ୍କୁ ପୂଜାର୍ପଣ କରାଯାଏ । ବାହା ପର୍ବର ତୃତୀୟ ଦିନରେ ଅର୍ଥାତ ‘ଆଗ୍ ରାଳା’ ଦିବସ । ଏହି ଦିନରେ ଯେଉଁମାନେ ‘ସହରାଇ’ ପର୍ବରେ ପିତୃପୁରୁଷମାନଙ୍କୁ ପୂଜା କରିନଥାନ୍ତି ସେମାନେ ଏହିଦିନରେ ଗୃହ ଦେବତାଙ୍କୁ ପୂଜାର୍ପଣ କରି ଆଶୀର୍ବାଦ ଓ ଶୁଭପ୍ରାପ୍ତି ପାଇଥାନ୍ତି । ଏହିଦିନରେ ନିମନ୍ତ୍ରିତ ବନ୍ଧୁବାନ୍ଧବଙ୍କୁ ନୂଆ ବସ୍ତ୍ର ପରିଧାନ କରିବା ପାଇଁ ଦିଆଯାଇଥାଏ । ସମସ୍ତଙ୍କ ଘରେ ଭୋଜିଭାତର ଉତ୍ସବ ଦେଖିବାକୁ ମିଳିଥାଏ । ଗ୍ରାମବାସୀମାନେ ତିନିଦିନ ଧରି ନାଚ ଗୀତ କରି ‘ବାହାପାରାବ୍‌/ବଙ୍ଗା’କୁ ଆନନ୍ଦ ଓ ଉଲ୍ଲାସରେ ବିଦାୟ ଦେଇଥାନ୍ତି । ଏହାର ଚତୁର୍ଥ ଦିନରେ ପାଣିପର୍ବ ତଥା ରଙ୍ଗହୀନ ହୋଲି ଉତ୍ସବ ସାନ୍ତାଳ ଲୋକମାନେ ପାଳନ କରିଥାନ୍ତି । ଫାଲ୍ଗୁନ ମାସର ଶେଷ ଦିନରେ ଏହି ପର୍ବ ପାଳିତ ହେଉଥିବା ବେଳେ ଅନ୍ୟମାନେ ଏହି ଦିନରେ ହୋଲି ପର୍ବ କିମ୍ବା ରଙ୍ଗର ପର୍ବ ଆନନ୍ଦ ଓ ଉତ୍ସାହ ସହକାରେ ପାଳନ କରିଥାନ୍ତି । ହାତରେ ଅବିର ଧରି ବନ୍ଧୁ କିମ୍ବା ଆତ୍ମୀୟଙ୍କୁ ଯେମିତି ସ୍ୱାଗତ କରିଥାଉ ସେମିତି ସାନ୍ତାଳ ଲୋକମାନେ ମଧ୍ୟ ପାଣିଢାଳରେ ପାଣି ନେଇ ବନ୍ଧୁ କିମ୍ବା ଆତ୍ମୀୟଙ୍କୁ ପାଣି ଢାଳି ସ୍ୱାଗତ କରିଥାନ୍ତି । ସେମାନଙ୍କ ମଧ୍ୟରେ ପ୍ରେମ, ସ୍ନେହ ଓ ଭଲ ପାଇବା ବନ୍ଧନରେ ବାନ୍ଧିବାର ଏହି ପର୍ବ ପାଳିତ ହୋଇଥାଏ । ଏହି ଅବସରରେ ଯୁବକମାନେ ପିଚକାରୀ ଖେଳିବା ପାଇଁ ବାଉଁଶ ନଳୀରେ ପମ୍ପ୍‌ସବୁ ଆଗରୁ ତିଆରି କରି ରଖିଥାନ୍ତି । ଏହା ଖୁବ ରୋମାଞ୍ଚକ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ