ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ପୁରୋହିତ ସମିତି ର ପରିଚାଳନା

ବ୍ରହ୍ମପୁର, (ଶ୍ରୀକାନ୍ତ କୁମାର ବେହେରା):ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ପୁରୋହିତ ସମିତି ର ପରିଚାଳନା ସଦସ୍ୟମାନେ ରୁଷିକୁଲ୍ୟା‌,ବଡନଦୀ ସଙ୍ଗମ ପର୍ଯ୍ୟଟନ ବିକାଶ ପରିଷଦ (ଆସିକା) ପୁଡୁକେଶ୍ୱରପଲୀ ଆଜି ମନ୍ଦିର ଉନ୍ନୟନ ପରିଷଦ, ଗ୍ରାମବାସୀ ତଥା ସମସ୍ତ ଆସିକା ଅଞ୍ଚଳ ବାସିଙ୍କ ନିମନ୍ତ୍ରଣ କ୍ରମେ ସଂଗମ ସ୍ଥଳରେ ପହଞ୍ଚି କେମିତି ମର୍ଯ୍ୟାଦା ସହ ଋଷିକୂଲ୍ୟା ମହୋତ୍ସବ ପାଳିତ ହେବ ଏକ ଆଲୋଚନା କରାଯାଇଛି , ଉକ୍ତ ବୈଠକରେ ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ଓ ପୁରୋହିତ ସମିତି ଅଧ୍ୟକ୍ଷ ପଣ୍ଡିତ ଶ୍ରୀ ନୀଳମାଧବ ତ୍ରିପାଠୀ, କାର୍ଯ୍ୟକାରୀ ସଭାପତି ବାବୁଲା ଷଡ଼ଙ୍ଗୀ,ଉପ ସଭାପତି କରୁଣାକର ଦାଶ, ଵାପନଶତପଥୀ,ଜାତିଭେଦ ତ୍ରିପାଠୀ, ଗଞ୍ଜାମ ଗୈାରବ ଗଙ୍ଗାଧର ଶତପଥୀ, ଆଇନଜୀବୀ ଦିଲ୍ଲୀପ ପାଣିଗ୍ରାହୀ, ସନ୍ତୋଷ ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ଅନୀଲ ପାଣିଗ୍ରାହୀ, ସୂର୍ଯ୍ୟନାରାୟଣ ନାହାକ, ହୃଷିକେଶ ସାହୁ, ସୁରେଶ ବିଶୋଇ,ଵିଜୟନାହାକ ପ୍ରମୁଖ ଉପସ୍ଥିତିରେ କ୍ଷେତ୍ର ପରିଦର୍ଶନ,ପର୍ୟାଲୋଚନା ହୋଇ ଆଗାମୀ ୬.୪.୨୦୨୩ ଶନିବାର ଦିନ ଆସିକା ଅଞ୍ଚଳ ବାସିଙ୍କ ସହଯୋଗ ଓ ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ଓ ପୁରୋହିତ ସମିତି ର ନେତ୍ରୃତ୍ଵ ରେ ମହାସମାରୋହରେ ପାଳିତ ହେବ , ସୁତରାଂ ଉକ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ସମସ୍ତ ପରିବାର ଯୋଗ ଦେଇ ମାଁ ରୂଷିକୁଲ୍ୟା ଓବ୍ରାହ୍ମଣ ମାନଙ୍କ ଆଶୀର୍ବାଦ ନେଵାସହ ଵିଭୂକୂରୁପା ଲାଭ କରିବା ହେବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ