ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର କାର୍ଯ୍ୟକାରିଣୀର ସ୍ବତନ୍ତ୍ର ବୈଠକ

ବ୍ରହ୍ମପୁର, (ଶ୍ରୀକାନ୍ତ କୁମାର ବେହେରା):ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର କାର୍ଯ୍ୟକାରିଣୀର ଏକ ସ୍ବତନ୍ତ୍ର ବୈଠକ ବ୍ରଜନଗର ସ୍ଥିତ ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ବାସଭବନରେ ରବିବାର ସନ୍ଧ୍ୟାବେଳେ ଅନୁଷ୍ଠିତ ହୋଇଯାଇଛି।ଆଜିର ବୈଠକରେ ସରକାର ସହର ତଳି ଅଞ୍ଚଳକୁ ନେଇ କୌଣସି ପଦକ୍ଷେପ ଗ୍ରହଣ କରିବାକୁ ସମର୍ଥ ନହେବା ଏବଂ ବିଏମସିରେ ପାର୍ଶ୍ଵବର୍ତ୍ତୀ ପଞ୍ଚାୟତକୁ ମିଶ୍ରଣ ପାଇଁ ଆଗ୍ରହ ଦେଖାଉ ନଥିବାରୁ ସଭ୍ୟମାନେ ସରକାର ବ୍ରହ୍ମପୁର ପ୍ରତି ଏଭଳି ଦୋହରା ମାପଦଣ୍ଡ ନୀତି ଆପଣେଇ ଚାଲିଥିବାରୁ ନିନ୍ଦା କରିଥିଲେ। ଇତିମଧ୍ୟରେ ରାଜ୍ୟ ସରକାର ଅନେକ ପଞ୍ଚାୟତକୁ ଏନ ଏ ସି ଏବଂ ଅନେକ ଏନ୍ ଏ ସି କୁ ପଞ୍ଚାୟତରେ ପରିଣତ କରିଥିବା ବେଳେ ସହର ତଳି ଅଞ୍ଚଳ ମିଶ୍ରଣ ଦାବୀକୁ ଏଡେଇ ଦେଇଛନ୍ତି। ସରକାରଙ୍କ ବ୍ରହ୍ମପୁର ପ୍ରତି ଏହିଭଳି ଉପେକ୍ଷିତ, ଅବହେଳିତ, ଉଦାସୀନ ,ଲାଞ୍ଚିତ ଓ ନିଷ୍ପେସିତ ମନୋଭାବ ପ୍ରଦର୍ଶନ ଆଦୌ ଗ୍ରହଣ ଯୋଗ୍ୟ ନୁହେଁ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। କ୍ରିୟାନୁଷ୍ଠାନ କମିଟିର ସବୁ ଉଦ୍ୟମ ସ୍ୱତ୍ତେ ଏହା ସାକାର ହୋଇପାରିଲା ନାହିଁ। ତେଣୁ ବାକି ଥିବା ରାଜନୈତିକ ପଦକ୍ଷେପକୁ ଆଗାମୀ ନିର୍ବାଚନରେ ଭାଗ ନେଇ ନିଜର ପ୍ରସଙ୍ଗ ଗୁଡିକ ଲୋକଲୋଚନକୁ ଆଣିବା ପାଇଁ କାର୍ଯ୍ୟକାରିଣୀ ବୈଠକରେ ପ୍ରସ୍ତାବ ପାର ହେବା ସହ ଏକ ଇସ୍ତାହାର କମିଟି ଗଠନ କରାଯାଇଥିଲା। ଏହି କମିଟି କଣ ସ୍ଥାନୀୟ ପ୍ରସଙ୍ଗ ଏଜେଣ୍ଡାରେ ରହିବ ସ୍ଥିର କରିବା ସହ ଏହାର ସମାଧାନ ସୂତ୍ର ମଧ୍ୟ ଉଲ୍ଲେଖ କରିବ । ଆଜିର ବୈଠକରେ ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ବ୍ୟତୀତ ଉପସଭାପତି ଦେବୀ ପ୍ରସାଦ ଦାସ, ସଂଗଠନ ସମ୍ପାଦକ ଶ୍ରୀକାନ୍ତ ପଢ଼ିହରି, ଯୁଗ୍ମ ସମ୍ପାଦକ ଟି ସୁଦେଶ ପାତ୍ର, ସହ ସମ୍ପାଦକ ବି ଭି ସାଗର, ସହ ସଂଗଠନ ସମ୍ପାଦକ ଅଜିତ୍ ପଟ୍ଟନାୟକ,ଉପ ସଂଗଠନ ସମ୍ପାଦକ କାହୁଁ ଚରଣ ପତି, ସଂଯୋଜକ ସି ଏଚ ରାମ କ୍ରିଷ୍ଣା ଦାସ , ସହ ସଂଯୋଜକ ଅନିଲ ଅଧିକାରୀ, କୋଷାଧ୍ୟକ୍ଷ ଏମ୍ ଲାବଣ୍ୟ ପାତ୍ର, ସହ କୋଷାଧ୍ୟକ୍ଷ କେ ସୁଦାମ ପାତ୍ର,ଉପ କୋଷାଧ୍ୟକ୍ଷ ସୁନିଲ ପାତ୍ର ଏବଂ ଉପଦେଷ୍ଟା ପ୍ରବୀଣ କୁମାର ପଟ୍ଟନାୟକ, ପ୍ରିତିଶ କୁମାର ପାଣିଗ୍ରାହୀ,ଏମ୍ ନାର୍ଶୀଙ୍ଗୁଲୁ, ହିମାଂଶୁ ଚନ୍ଦ୍ର ସାହୁ, କାଳିନ୍ଦୀ ଚରଣ ନାୟକ, ପ୍ରସନ୍ନ ଚୌଧୁରୀ, ଉପେନ୍ଦ୍ର ସାହୁ, ପ୍ରମୋଦ ଚନ୍ଦ୍ର ପାଢ଼ୀ, ପ୍ରଭାତ କୁମାର ବେହେରା, ପ୍ରଶାନ୍ତ କୁମାର ପଣ୍ଡା, ମନୋରଞ୍ଜନ ଗୌଡ଼, ପ୍ରଶାନ୍ତ କୁମାର ପାତ୍ର , ଏମ୍ ପ୍ରକାଶ ପାତ୍ର ଓ ବିନୋଦ କୁମାର ରାଉତ ପ୍ରମୁଖ ବହୁ ସକ୍ରିୟ ସଦସ୍ୟ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ