ତପ୍ତପାଣି ସେବାଶ୍ରମରେ ଛାତରୁ ପଡ଼ି ଛାତ୍ର ଆହତ!

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ତପ୍ତପାଣି ସେବାଶ୍ରମରେ ଆଜି ଜଣେ ଅନ୍ତେବାସୀ ଛାତ୍ର ଆକସ୍ମିକ ଦୂର୍ଘଟଣାରେ ଆହତ ହୋଇ ନିଜ ଘରେ ଥିବା ଦେଖାଯାଇଛି। ସରକାରଙ୍କ ଆଦିବାସୀ କଲ୍ୟାଣ ବିଭାଗ ପକ୍ଷରୁ ପରିଚାଳିତ ଏହି ସେବାଶ୍ରମର କିଛି ଛାତ୍ରଙ୍କୁ ହଷ୍ଟେଲ ଛାତ ଉପର ପାଣି ଟାଙ୍କି ସଫା କରିବାକୁ ସେବାଶ୍ରମ କତ୍ତୃପକ୍ଷ ନିୟୋଜିତ କରିଥିବା ବେଳେ ଛାତ ଉପର ପାଣିଟାଙ୍କି ସଫା କରୁଥିବା ଅଷ୍ଟମ ଶ୍ରେଣୀ ଛାତ୍ର ବଳରାମ ଗମାଙ୍ଗ ଛାତ ଉପରୁ ତଳକୁ ପଡ଼ି ଆହତ ହୋଇଥିବା କୁହାଯାଇଛି। ଆହତ ଅନ୍ତେବାସୀ ଛାତ୍ର ବଳରାମର ଗୋଡ଼ରେ ଆଘାତ ଲାଗିଛି। ସେବାଶ୍ରମ ଛାତ ଉପରୁ ତଳେ ପଡ଼ି ଆହତ ହୋଇଥିବା ଛାତ୍ର ବଳରାମକୁ ସେବାଶ୍ରମ କର୍ତ୍ତୃପକ୍ଷ ତାଙ୍କ ଗ୍ରାମ ଗୁହାରିଆଖୋଲକୁ ଆଣି ପରିବାରକୁ ଆହତ ହୋଇଥିବା ଜଣାଇବା ସହ ଦିଗପହଣ୍ଡି ମେଡ଼ିକାଲକୁ ଆଣି ପ୍ରାଥମିକ ଚିକିତ୍ସା କରିବା ସହ ଗୋଡ ର ଏକ୍ସ୍ ରେ ରିପୋର୍ଟ ଅନୁସାରେ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର ପାଇଁ କହିଥିଲେ ମଧ୍ୟ ଆହତ ଛାତ୍ରକୁ ତା’ର ଘରକୁ ଆଣି ରଖାଯାଇଛି। ଅନ୍ତେବାସୀ ଛାତ୍ର ଟି କିଭଳି ଦୂର୍ଘଟଣାର ଶିକାର ହେଲା ତାହାର ସତ୍ୟତା ସମ୍ପର୍କିତ ବୟାନ ବଦଳେଇବାକୁ ଚାପ ପକାଯିବା ସହ ଆହତ ଛାତ୍ରର ଉଚ୍ଚତର ଚିକିତ୍ସା ପାଇଁ ପରିବାର କତ୍ତୃପକ୍ଷ ମନା କରୁଥିବା ଓ ଘରେ ଦେଶୀୟ ଚେରମୂଳି ପଟି ବାନ୍ଧି ଚିକିତ୍ସା କରିବାକୁ କହୁଥିବା ସେବାଶ୍ରମ କତ୍ତୃପକ୍ଷ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ