ଭାରସାମ୍ୟ ହରାଇ ଓଲଟିଲା ମୁନିକା ବୋଝେଇ ପିକଅପ୍

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ-ଗଜପତି ସୀମାନ୍ତ ପାଟପୁର ଥାନା ଅନ୍ତର୍ଗତ ଖେମୁଣ୍ଡିଖୋଲ ଗ୍ରାମ ନିକଟରେ ରବିବାର ସନ୍ଧ୍ୟା ରେ ଭାରସାମ୍ୟ ହରାଇ ଗୋଟାଏ ମୁନିକା ବୋଝେଇ ପିକଅପ୍ ଓଲଟି ପଡିଥିବା ବେଳେ ଏଥିରେ କେହି ମୃତାହତ କିମ୍ବା ଆହତ ହୋଇନଥିବା ଜଣାପଡିଛି । ସୂଚନା ପ୍ରକାରେ ରବିବାର ଓଡ଼ି ୦୨ସିଜି ୧୩୭୭ ମୁନିକା ବୋଝେଇ ଟ୍ରକ ରାୟଗଡ଼ା ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଖେମୁଣ୍ଡିଖୋଲ ଗ୍ରାମ ନିକଟରେ ଗୋଟାଏ ପିକ୍ଅପ୍ ଭ୍ୟାନ ମୁଖ୍ୟ ରାସ୍ତା ଉପରେ ରେ ଭାରସାମ୍ୟ ହରାଇ ଗାଡିଟି ରାସ୍ତା ଉପରେ ଓଲଟି ପଡିଥିଲା । ଯାହା ଫଳରେ କିଛି ସମୟ ବନ୍ଦ ରହିଥିଲାଘଟଣାସ୍ଥଳରେ ପାଟପୁର ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ