ସାଇ ବିନାୟକ ଶିଶୁମନ୍ଦିର ର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସାଇ ବିନାୟକ ଶିଶୁମନ୍ଦିର ର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ସ୍ଥାନୀୟ ବମିଖାଲ ସ୍ଥିତ ବିଦ୍ୟାଳୟ ପରିସରରେ ପ୍ରାତଃ ଲକ୍ଷାର୍ଚନାପୂଜା ସହିତ ଅନୁଷ୍ଠିତ ହୋଇ ଯାଇଛି. ଶିକ୍ଷୟିତ୍ରୀ ଐସ୍ୱର୍ୟା ଲକ୍ଷ୍ମୀ ତ୍ରିପାଠୀ ଙ୍କ ସଂଯୋଜନା ଓ ଆବାହକ ବନମାଳି ସାହୁ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଯନ୍ତ୍ରୀ ତଥା ସତ୍ୟ ସାଇ ସଂଗଠନ ର ରାଜ୍ୟ ପ୍ରଜ୍ଞାନିର୍ବାହକ ସଚ୍ଚିଦାନନ୍ଦ ନାୟକ, ମୁଖ୍ୟବକ୍ତା ଭାବେ ସତ୍ୟ ସାଇ ସଂଗଠନର ଯୁଗ୍ମ ଶିକ୍ଷା ସଂଯୋଜିକା ଡ଼ ନୟନତାରା ଛୋଟରାୟ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ର ପ୍ରଧାନ ଆଚାର୍ୟା ମମତା ସାହୁ, ସମାଜସେବୀକା ପୂର୍ଣ୍ଣିମା ବେହେରା ଯୋଗ ଦେଇ ବିଦ୍ୟାର୍ଥୀ ମାନଙ୍କୁ ପାଠପଢ଼ା ସହିତ ନୈତିକ ମୂଲ୍ୟ ବୋଧ,ଗୁରୁଆଜ୍ଞା ତଥା ସମାଜପାଇଁ କିଛି ଭଲ କାମ କରିବାକୁ ମତବ୍ୟକ୍ତ କରିଥିଲେ.ବିଦ୍ୟାଳୟ ର ସପ୍ତମ ବାର୍ଷିକ ଉତ୍ସବ ଅବସରରେ କୃତିତ୍ୱ ଅର୍ଜନ କରିଥିବା ବିଦ୍ୟାର୍ଥୀ ଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା.ପିଲାମାନଙ୍କ ଦ୍ୱାରା ଦେଶାତ୍ମକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା. ଶିକ୍ଷୟତ୍ରୀ ପ୍ରଭାତି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବା ବେଳେ ପ୍ରମୁଖ ପରିଚାଳନା କରିଥିଲେ ଲିଜା, ଗୀତା ଗୁରୁମା ଓ ତପସ୍ୱିନୀ ରାଉତ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ