ଠାକୁର ଅନୁକୂଳ ଚନ୍ଦ୍ରଙ୍କ ବ୍ଲକ ସ୍ତରୀୟ ବିଶେଷ ସତ୍‌ସଙ୍ଗ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତସ୍ଥିତ ସତ୍‌ସଙ୍ଗ ବିହାର ଠାରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୨୫ତମ ବ୍ଲକ ସ୍ତରୀୟ ବିଶେଷ ସତ୍‌ସଙ୍ଗ ଅନୁଷ୍ଠିତ ହୋଇଯାଇଛି । ପ୍ରାତଃରେ ସମବେତ ବିନତୀ ପ୍ରାର୍ଥନା, ସଦ୍‌ଗ୍ରନ୍ଥ ପାଠ ଏବଂ ସକାଳ ୮ଟାରେ ଶ୍ରୀ ଶ୍ରୀ ଠାକୁରଙ୍କ ପ୍ରତିକୃତି ସହ ସଂକୀର୍ତ୍ତନ, ନଗର ପରିକ୍ରମା ଅନୁଷ୍ଠିତ ହୋଇଥିଲା । ପୂର୍ବାହ୍ନ ୧୧ଟାରେ ସହପ୍ରତିଋତ୍ୱିକ ଗୋକୁଳାନନ୍ଦ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସତ୍‌ସଙ୍ଗରେ ମୁଖ୍ୟବକ୍ତା ସହପ୍ରତିଋତ୍ୱିକ ଡଃ.ଅମରେନ୍ଦ୍ର ଲାଲ ଦତ୍ତ, ରାମ ଚନ୍ଦ୍ର ଜେନା ଯୋଗ ଦେଇ ଠାକୁରଙ୍କର ନୀତି ଓ ଆଦର୍ଶ ସଂପର୍କରେ ଆଲୋଚନା କରିଥିଲେ । ଅଜୟ କୁମାର ପୃଷ୍ଟି ସତ୍ୟାନୁସରଣ ଓ ରମେଶ ଚନ୍ଦ୍ର ପ୍ରଧାନ ନାରୀର ନୀତି ପାଠ କରିଥିଲେ । ଦୀଲିପ କୁମାର ଜେନା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏଥିରେ ବନ୍ତ, ହାଟଡିହୀ, ଭଣ୍ଡାରିପୋଖରୀ ବ୍ଲକରୁ ଶତାଧିକ ଅନୁଗାମୀ ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଗୟାଧର ଓଝା, କାଳନ୍ଦି ଚରଣ ସୂତାର, ନିରଞ୍ଜନ ସାମଲ, ଗଂଗାଧର ପୁହାଣ, ନାରାୟଣ ରାଉତ, ସୁଧାକର ଧଳ, ପ୍ରମୋଦ କୁମାର ବିଶ୍ୱାଳ, ରତ୍ନାକର ରାଉତ, ଅଖିଳ ସାହୁ, ରବି ନାରାୟଣ ବିଶ୍ୱାଳ, ସନ୍ତୋଷ ମଲ୍ଳିକ, ଭଗବାନ ସାହୁ, ନରୋତ୍ତମ ଦାସ, ସନ୍ତୋଷ ପୁହାଣ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ