ଲିଟିଲ୍ ସ୍କୁଇରାଲ୍ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ଡିଗିଆଡିସ୍ଥିତ ନୂଆ ବସଷ୍ଟାଣ୍ଡ ଠାରେ ଲିଟିଲ୍ ସ୍କୁଇରାଲ୍ ପବ୍ଲିକ ସ୍କୁଲର ୨ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ନିର୍ଦ୍ଦେଶକ ଡାକ୍ତର ସୁରେନ୍ଦ୍ର କୁମାର ବିଶ୍ୱାଳଙ୍କ ତତ୍ତ୍ୱାବଧାନ ତଥା ଅଧ୍ୟକ୍ଷ ସମରେନ୍ଦ୍ର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭଦ୍ରକସ୍ଥିତ କିଡ୍‌ଜୀ ସ୍କୁଲର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ରାୟ, ସମ୍ମାନୀତ ଅତିଥି ଭାବେ ଭଦ୍ରକସ୍ଥିତ ଡି.ପି.ଏସ୍ ମଣ୍ଟେଶ୍ୱରୀ ସ୍କୁଲର ନିର୍ଦ୍ଦେଶକ ଦେବାଶିଷ ନାୟକ, ଅବସରପ୍ରାପ୍ତ ଶିକ୍ଷକ ଜଗନ୍ନାଥ ପାତ୍ର, ଓରାଳିସ୍ଥିତ ସୁବାଷ ଚନ୍ଦ୍ର ଯୁକ୍ତ ଦୁଇ ବିଜ୍ଞାନ କଲେଜର ଅଧ୍ୟାପକ ସଞ୍ଜୟ କୁମାର ମଜୁମଦାର, ଶିକ୍ଷକ ଅଭୟ କୁମାର ପ୍ରଧାନ, ସ୍କୁଲର ସଂପାଦିକା ମାନିନୀ ବିଶ୍ୱାଳ ଯୋଗ ଦେଇ କୁନି ପିଲାଙ୍କର ଭବିଷ୍ୟତ ଗଠନ ଦିଗରେ ସ୍କୁଲର ଭୂମିକାକୁ ଭୂୟସୀ ପ୍ରଶଂସା କରିଥିଲେ । ଏଥିସହ ପାଠ ପଢି ସହିତ ଭଲ ମଣିଷ ହେବାକୁ ପିଲା ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ କୁନି କୁନି ପିଲା ମାନଙ୍କ ଦ୍ୱାରା ସଂଗୀତ, ନୃତ୍ୟ ପରିବେଷଣ ହୋଇଥିଲା । କାର୍ଯକ୍ରମ ପରିଚାଳନାରେ ସଞ୍ଜୟ ସାହୁ, ଅନୁସୂୟା ସ୍ୱାଇଁ, ରଶ୍ମିତା ସ୍ୱାଇଁ, ମୌସୁମୀ ଭୋଇ, ସୁପ୍ରଭା ମହାରାଜ, ସୁଲତାନା ବେଗମ୍‌, ବର୍ଷାରାଣୀ ଜେନା, କର୍ମଚାରୀ ଭାରତୀ ଦାସ, କଳ୍ପନା ନାୟକ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ