ଟିକେଟ ଦୌଡର ଆଗରେ ଅଭିମନ୍ୟୁ

ହାଟଡ଼ିହି, (ବିକାଶ ବିଶ୍ୱାଳ):ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। କିନ୍ତୁ ଆଜି ପର୍ଯ୍ୟନ୍ତ କାହାକୁ ଦଳୀୟ ଦଳୀୟ ଟିକେଟ ମିଳିବ ସେନେଇ ଦ୍ଵନ୍ଦରେ ଅଛନ୍ତି ଆଶାୟୀ। କେନ୍ଦୁଝର ଜିଲ୍ଲାର ବର୍ତ୍ତମାନ ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ବିଭିନ୍ନ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି ଅଙ୍କକଷା।ବିଶେଷ କରି ବିଜେଡିରୁ ବିଧାୟକ ଟିକେଟ ପାଇବା ପାଇଁ ଆଶାୟୀଙ୍କ ଲମ୍ବା ଲାଇନ୍ ଲାଗିଥିବା କୁହାଯାଉଛି। ଏହି ପରିପ୍ରେକ୍ଷୀରେ ଆନନ୍ଦପୁର ନିର୍ବାଚନମଣ୍ଡଳୀର ହାଟଡିହି ବ୍ଲକ ଇଞ୍ଚୋଳର ସମାଜସେବୀ ତଥା ଯୁବ ବିଜେଡି ନେତା ଅଭିମନ୍ୟୁ ସେଠୀଙ୍କ ନାମ ଦୌଡର ଆଗରେ ଥିବା କୁହାଯାଉଛି। ସେ ଜଣେ ଉଚ୍ଚ ଶିକ୍ଷିତ ଓ ମେଳାପୀ ସ୍ଵଭାବ ବ୍ୟକ୍ତି ଥିବାରୁ ତାଙ୍କର ଲୋକପ୍ରିୟତା ଦିନକୁ ଦିନ ବଢ଼ୁଥିବା ବେଳେ ସମସ୍ତଙ୍କ ପ୍ରଶଂସା ସାଉଁଟି ପାରିଥିବା ଦେଖିବାକୁ ମିଳିଛି।ଅଭିମନ୍ୟୁ ପୂର୍ବରୁ ତାଙ୍କ ପତ୍ନୀଙ୍କୁ ଇଞ୍ଚୋଳ ସରପଞ୍ଚ ଭାବେ ନିର୍ବାଚିତ କରାଇବା ସହ ପରେ ତାଙ୍କ ପତ୍ନୀଙ୍କୁ ଦୁଇ ଦୁଇ ଥର ହାଟଡିହି ବ୍ଲକ ଅଧ୍ୟକ୍ଷା କରାଇ ଲୋକଙ୍କୁ ସେବା ଯୋଗାଇବା ଅଭିମନ୍ୟୁଙ୍କ ପ୍ରତି ସହଜ ହେଇଗଲା। ପରେ ହାଟଡିହି ବ୍ଲକ ସମେତ ଆନନ୍ଦପୁର ନିର୍ବାଚନମଣ୍ଡଳୀର ବିଭିନ୍ନ ଅସହାୟ ଗରିବ ନୀରିହ ଜନସାଧାରଣଙ୍କ ସମସ୍ୟା ବୁଝିବା ସହିତ ସରକାରଙ୍କ ଦୃଷ୍ଟି ଗୋଚର କରି ସମାଧାନ କରିଥିବା ନେଇ ଲୋକେ ଚା’ ଖଟିରେ ଆଲୋଚନା କରୁଛନ୍ତି। ଏପରିକି ଗତ ସାଧାରଣ ନିର୍ବାଚନରେ ବିଜେଡିର ଜଣେ ବିଧାୟକ ପ୍ରାର୍ଥୀ ହେବାପାଇଁ ଲବି ଜାରି ରଖିଥିଲେ ହେଁ ତାହା ବିଫଳ ହୋଇଥିଲା। ତେଣୁ ଚଳିତ ବର୍ଷ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ପକ୍ଷରୁ ଅଭିମନ୍ୟୁ ସେଠୀଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ମୁଖ୍ୟମନ୍ତ୍ରୀ ଚୟନ କରି ଟିକେଟ ପ୍ରଦାନ ତଥା କଲେ ଆନନ୍ଦପୁରବାସୀ ଉପଯୁକ୍ତ ସେବା ପାଇ ପାରିବେ ବୋଲି ଚା’ ଖଟିରେ ଚର୍ଚ୍ଚା ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ