ଓଡ଼ିଶା ଡିଜି ଡିସ୍କ ଆୱାର୍ଡ’ ପାଇଲେ ଗଜପତି ପୁଲିସର ଦୁଇ ଅଧିକାରୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଦୁଇ ବରିଷ୍ଠ ପୁଲିସ ଅଧିକାରୀ ପୁଲିସ ବିଭାଗର ସର୍ବୋଚ୍ଚ ‘ଡିଜି ଡିସ୍କ ଆୱାର୍ଡ’ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଏନେଇ ସୋମବାର ରାଜ୍ୟସ୍ତରରେ ଅନୁଷ୍ଠିତ ଏକ ସ୍ଵତନ୍ତ୍ର ଉତ୍ସବରେ ଗଜପତି ଜିଲ୍ଲାର ଓଏସ୍ଏପି ତୃତୀୟ ବାଟାଲିୟନର କମାଣ୍ଡାଣ୍ଟ ଅଶୋକ କୁମାର ମହାନ୍ତି ଏବଂ କାଶୀନଗର ଥାନା ଅଧୂକାରୀ ଗୋବିନ୍ଦ ଗୌଡ ଡିଜିପିଙ୍କ ଡିସ୍କ ଆୱାର୍ଡରେ ସମ୍ମାନିତ ହୋଇଛନ୍ତି । ଏହି ଦୁଇ ଜଣ ନିଜର ଦାୟିତ୍ବ ସମ୍ପାଦନ କ୍ଷେତ୍ରରେ ଯତ୍ନବାନ ହୋଇ କାର୍ଯ୍ୟ କରିବା ସହ ଅପରାଧ ନିୟନ୍ତ୍ରଣ ଏବଂ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁରସ୍କୃତ ହୋଇଛନ୍ତି। ଏହି ଖବର ଗଜପତି ଜିଲ୍ଲାରେ ପ୍ରସାରିତ ହେବା ପରେ ଉଭୟ ପୁଲିସ ଅଧିକାରୀଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି| ସେହପିରି ଗଜପତି ଆରକ୍ଷୀ ଅଧୀକ୍ଷକ ସ୍ବାତୀ ଏସ୍ କୁମାର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁନୀଲ ମହାନ୍ତି, ପାରଳାଖେମୁଣ୍ଡି ଏସ୍‌ଡିପିଓ ମାଧ ଧବାନନ୍ଦ ନାୟକ, ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ପ୍ରମୁଖଙ୍କ ସମେତ ଜିଲ୍ଲାର ସମସ୍ତ ଥାନା ଓ ଫାଣ୍ଡି ଅଧିକାରୀ ଦୁଇ ଅଧିକାରୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ