ବିର୍ଚ୍ଚନ୍ନାଞ୍ଚଳ ପୁରୁଣାପାଟଣାରେ ଉତ୍କଳ ଦିବସ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଓଡିଶାରୁ ବିର୍ଛିନ ହୋଇ ଆନ୍ଧ୍ରପ୍ରଦେଶରେ ଥିବା ଓଡ଼ିଆ ଶିକ୍ଷକ ଏବଂ ପୁରୁଣା ପାଟଣା ମଣ୍ଡଳ ବିଦ୍ୟାଳୟରେ ଗତକାଲି ଉତ୍କଳ ଦିବସ ପାଳିତ ହୋଇଯାଇଛି. ପୁରୁଣା ପାଟଣା ସହରରେ ଥ‌ିବା ପ୍ରାଥମିକ ଓଡ଼ିଆ ବିଦ୍ୟାଳୟ ପ୍ରାଙ୍ଗଣରେ ପ୍ରଧାନଶିକ୍ଷକ ଭୀମସେନ ପଣ୍ଡାଙ୍କ ନେତୃତ୍ୱରେ ଉତ୍କଳ ଦିବସ ପାଳନ କରାଯାଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ପୁରୁଣାପାଟଣା ମଣ୍ଡଳ ଶିକ୍ଷାଧିକାରୀ ବି. ଶ୍ରୀଧର, ସହକାରୀ ମଣ୍ଡଳ ଶିକ୍ଷାକାରୀ ସି. ଏଚ୍. ତିରୁମାଲା ରାଓ ପ୍ରମୁଖ ଯୋଗ ଦେଇଥିଲେ। ଶିକ୍ଷୟିତ୍ରୀ ଶୋଭା ପାତ୍ରାଣୀ, ପି. ଲିନା ଓ ପ୍ରୀତି ପାଢ଼ୀ ଉପସ୍ଥିତ ଥିଲେ। ପୁରୁଣାପାଟଣା ସ୍ବତନ୍ତ୍ର ସ୍ଵେଚ୍ଛାସେବକ ରାମାରାଜୁ ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ପି. ରାମାରାଜୁ ରାଜୁ ଓ ସିଆରସି ସୁବାସ ପ୍ରଧାନ ଯୋଗ ଦେଇଥିଲେ। ଅତିଥିମାନେ ଓଡିଶାର ଗଠନ ସମ୍ପର୍କରେ ବକ୍ତବ୍ଯ ରଖିବା ସହ ‘ମୋ ଓଡ଼ିଆଙ୍କ ପାଇଁ ଆମ୍ଭେ ଗର୍ବିତ’ ବୋଲି ମତପୋଷଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ