ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀ ପ୍ରେମିକ ଦ୍ୱାରା ସ୍ବାମୀକୁ ହତ୍ୟା କଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣି ବ୍ଲକ୍ ଗୁରାଣ୍ଡି ଥାନା ଅନ୍ତର୍ଗତ ବାଟ ସିରିପୁରରେ ଯୁବକ ବକ ଏମ୍. ଲିଙ୍ଗରାଜଙ୍କୁ ଗଳା କାଟି ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ଗଜପତି ପୁଲିସ୍। ଅନ୍ୟ କେହି ନୁହେଁ, ବରଂ ପୁରୁଷ ବନ୍ଧୁଙ୍କ ସହ ମିଶି ମାତ୍ର ୪୫ ଦିନର ନବବିବାହିତା ନବବିବାହି ପତ୍ନୀ ଏମ୍. ଜୟଲକ୍ଷ୍ମୀ ହିଁ ଲିଙ୍ଗରାଜଙ୍କୁ ହତ୍ୟା କରିଥିଲେ ବୋଲି ପୁଲିସ କହିଛି। ଆଜି ଜିଲ୍ଲା ଆରକ୍ଷୀ ଆରକ୍ଷୀ ଅଧୀକ୍ଷକ ସ୍ବାତୀ ଏସ୍ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଏହି ଘଟଣା ଜିଲ୍ଲାବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି। ଲିଙ୍ଗରାଜଙ୍କ ହତ୍ୟା ଖବର ପଦାକୁ ଆସିବା ପରେ ଜୟଲକ୍ଷ୍ମୀ କାନ୍ଦି କାନ୍ଦି ଗଡ଼ିଯିବା ସହ ମଝିରେ ମଝିରେ ଚେତା ହରାଉ ରାଉଥିଲେ। କିନ୍ତୁ ସେ ଏହି ଜଘନ୍ଯ କାଣ୍ଡ ଘଟାଇଛନ୍ତି ବୋଲି ଜାଣିବା ପରେ ପୁଲିସ୍ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲା। ପୁଲିସ ଉଭୟ ଜୟଲକ୍ଷ୍ମୀ ଓ ତାଙ୍କ ପୁରୁଷ ବନ୍ଧୁ ଏନ. ଉପେନ୍ଦ୍ରଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ବା ଜଣାଯାଇଛି। ପୁଲିସ୍ ସେମାନଙ୍କଠାରୁ ଗୋଟିଏ ସ୍କୁ- ଡାଇଭର, ତିନୋଟି ମୋବାଇଲ, ଗୋଟିଏ ବାଇକ୍, ସୁନା ମୁଦି ଓ ସୁନାହାର ଜବତ କରିଛି |ସୂଚନାଯୋଗ୍ୟ, ଗତ ମାସ ୨୮ ତାରିଖ ଦିନ ଜୟଲକ୍ଷ୍ମୀ ନିଜ ସ୍ବାମୀ ଏମ୍. ଲିଙ୍ଗରାଜଙ୍କ ସହ ଗୁରାଣ୍ଡି ଥାନା ବାଟସିରିପୁର ଗ୍ରାମକୁ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ | ୨୯ ତାରିଖ ସକାଳେ ଏକ ଧାନବିଲରୁ ଲିଙ୍ଗରାଜଙ୍କ ମୃତଦେହ ଉଦ୍ଧାର ହୋଇଥିଲା | ଏହି ଘଟଣାରେ ଜୟଲକ୍ଷ୍ମୀ ପୁଲିସ୍‌କୁ ବୟାନ ଦେଇଥିଲେ ଯେ ବିବାହ ଉତ୍ସବରେ ଥ‌ିବା ସମୟରେ ଜଣେ ବ୍ୟକ୍ତି ତାଙ୍କୁ ସେଠାରୁ ଡାକି ଗାଁ ବାହାରକୁ ନେଇ ଯାଇଥିଲେ । କେବଳ ଏତିକି ସୂଚନାରୁ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଲିଙ୍ଗରାଜଙ୍କ ମୃତ ଶରୀରରୁ ସୁନାଚେନ୍ ଓ ମୁଦି ଗାଏବ୍ ହୋଇଯାଇଥିବାରୁ ପୁଲିସ ହତ୍ୟାର ଅନ୍ୟ ଦିଗଗୁଡ଼ିକୁ ବି ଛାନଭିନ୍ କରିଥିଲା । ଏହା ଏକ ଲୁଟ୍‌ଜନିତ ହତ୍ୟା ବୋଲି ଜିଲ୍ଲାରେ ଚର୍ଚ୍ଚା ହୋଇଥିଲା । ହେଲେ ପୁଲିସକୁ ଗୋଟିଏ ସୁରାକ ମିଳିଥିଲା। ଲିଙ୍ଗରାଜ ମାସେ ହେବ ନିଜ ବୈବାହିକ ଜୀବନକୁ ନେଇ ମାନସିକ ଚିନ୍ତାରେ ଥ‌ିବା ପୁଲିସ ଜାଣିପାରିଥିଲା I ସେଇ ଦିଗରେ ପୁଲିସ ତା’ର ତଦନ୍ତ ଆଗକୁ ବଢ଼ାଇଥିଲା। ଜୟଲକ୍ଷ୍ମୀଙ୍କ ମୋବାଇଲର କଲ୍ ରେକର୍ଡ ଯାଞ୍ଚ କରିଥ୍‌ଲା ପୁଲିସ | ନିଜ ସ୍ବାମୀ କୁ ରାସ୍ତାରୁ ହଟାଇବା ପାଇଁ ନିଜ ପୁରୁଷବନ୍ଧୁ ଏନ. ଉପେନ୍ଦ୍ର ସହ ଜୟଲକ୍ଷ୍ମୀ ଷଡ଼ଯନ୍ତ୍ର କରିଥିବା ଜଣାପଡ଼ିଥିଲା I ପ୍ରମାଣ ମିଳିବା ପରେ ପୁଲିସ ଜୟଲକ୍ଷ୍ମୀ ଓ ଉପେନ୍ଦ୍ରଙ୍କୁ ଗିରଫ କରିଛି।ପୁଲିସ୍ ସୂଚନାନୁଯାୟୀ, ଜୟଲକ୍ଷ୍ମୀ ନିଜ ପୁରୁଷ ଷ ବନ୍ଧୁ ପନ୍ଦ୍ରଙ୍କ ସହ ମି ମିଶି ଷଡ଼ଯନ୍ତ୍ର ଯନ୍ତ୍ର ରଚିଥିଲେ। ଲିଙ୍ଗରାଜଙ୍କ ଯିବା ଆସିବାର ସମସ୍ତ ସ ସୂଚନା ଉପେନ୍ଦ୍ରକୁ ଜୟଲକ୍ଷ୍ମୀ । ହିଁ ଦେଇଥିଲେ | ଲିଙ୍ଗରାଜୁଙ୍କୁ ହରାଇ ହାନାରେ ଉପେନ୍ଦ୍ର ଚୁଙ୍କୁ ଥଣ୍ଡା ପାନୀୟ ପିଇବା ବାହାନ ଗ୍ରାମ । ବାହରକୁ ଡାକି ନେଇ ପୂର୍ବ ଯୋଜନା ମୁତାବକ ବେକ କାଟିଥିଲା I ଭାରସାମ୍ୟ ରାଇ ଉଭୟ ବାଇକ୍‌ରୁ ପଡ଼ିବା ପରେ ତାଙ୍କ ଛାତିରେ ୨୬ଥର ଓ ପିଠିରେ ୨୭ ଥର ଛୁରି ଭୁସିଥ୍‌ଲା ଉପେନ୍ଦ୍ର । ହତ୍ୟା ପରେ ଉପେନ୍ଦ୍ର ଆନ୍ଧ୍ରପ୍ରଦେଶର ବାଭିଲି ଗ୍ରାମକୁ ଚାଲିଯାଇଥିଲା। ଉପେନ୍ଦ୍ର ଓ ଜୟଲକ୍ଷ୍ମୀଙ୍କ ମଧ୍ୟରେ ଥୁବା ପ୍ରେମ ସମ୍ପର୍କ ପାଇଁ ନିରୀହ ଲିଙ୍ଗରାଜ ବଳି ପଡ଼ିଲେ ବୋଲି ଗଜପତି ଏସ୍‌ପି ସୁଶ୍ରୀ ସ୍ବାତୀ ଏସ୍. କୁମାର କହିଛନ୍ତି। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଗୁରାଣ୍ଡି ଥାନା ଏସ୍‌ଆଇ ବଳରାମ ବେହେରାଙ୍କ ସମେତ ଗୁରାଣ୍ଡି ଥାନା ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ