ରେମୁଣା ନିର୍ବାଚନ ମଣ୍ଡଳୀର ତୃଣମୂଳ ପାର୍ଟିର ପ୍ରାର୍ଥୀ ହେଲେ ବିଧାନ ଚନ୍ଦ୍ର ଜେନା

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ): ରେମୁଣା ବିଧାନ ସଭା ନିବାର୍ଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାବେ ବିଧାନ ଚନ୍ଦ୍ର ଜେନା ମନୋନୀତ ହୋଇଛନ୍ତି । ଅଖିଳ ଭାରତୀୟ ତୃଣମୂଳ ପାର୍ଟିର ବାଲେଶ୍ୱର ଜିଲ୍ଲା ସଂଯୋଜକ ଦିବ୍ୟସିଂହ ପରିଡା ଓ ରାଜ୍ୟ ସଭାପତି ସୁଜିତ ଘୋଷବକ୍ସି ଙ୍କ ଅନୁମୋଦନ କ୍ରମେ ତୃଣମୂଳ ପାର୍ଟିର ବାଲେଶ୍ୱର ଜିଲ୍ଲା ପ୍ରଭାରୀ ପ୍ରଦୀପ ପାତ୍ରଙ୍କ ସୁପାରିଶ କ୍ରମେ ଅଖିଳ ଭାରତ ତୃଣମୂଳ ପାର୍ଟିର ସର୍ବଭାରତୀୟ ସଭାନେତ୍ରୀ ତଥା ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ, ଯୁବନେତା ବିଧାନ ଚନ୍ଦ୍ର ଜେନାଙ୍କୁ ରେମୁଣା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାଥୀ ଭାବେ ଦଳୀୟ ଟିକଟ ପ୍ରଦାନ କରିଛନ୍ତି । ଏଥି ନେଇ ରେମୁଣା ନିବାର୍ଚନ ମଣ୍ଡଳୀର ୪୭ ଟି ପଞ୍ଚାୟତରେ ଶ୍ରୀ ଜେନାଙ୍କ ସମର୍ଥକ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ଶ୍ରୀ ଜେନା ନିକଟରେ ଓଡିଶା କଂଗ୍ରେସ ପାର୍ଟିରୁ ରାଜ୍ୟ ପଦପଦବୀ ଓ ସାଧାରଣ ସଦସ୍ୟତାରୁ ଇସ୍ତଫା ଦେଇଥିଲେ । ଏବେ ଶ୍ରୀ ଜେନା ପଶ୍ଚିମ ବଂଗ ରାଜ୍ୟରେ ତୃଣମୂଳ ସରକାରଙ୍କ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଗ୍ନିବର୍ଷି ଭାଷଣ ଲୋକାଭିମୁଖୀ ବିକାଶ , ନିତୀ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ତୃଣମୂଳ ପାର୍ଟିରେ ଯୋଗଦେଇଛନ୍ତି ଓ ଆଗାମୀ ସାଧାରଣ ନିର୍ବାଚନରେ ସେ ରେମୁଣା ନିର୍ବାଚନ ମଣ୍ଡଳୀରେ କେନ୍ଦ୍ର ସରକାରଙ୍କର ସରକାରୀ ଚାକିରୀରୁ ଇସ୍ତଫା ଦେଇ ଦୀର୍ଘ ୧୫ ବର୍ଷ ଧରି ସମସ୍ତ ଗରିବ ଖଟିଖିଆ ନଷ୍ପେଷିତ ମାନଙ୍କୁ ସାମାଜିକ ନ୍ୟାୟ ଦେବା ପାଇଁ ବହୁବାର ଧର୍ମଘଟ, ଧାରଣା, ଅନଶନ କରି ଓ କାରାବରଣ କରି ଜଣେ ଜନପ୍ରିୟ ଯୁବନେତା ଭାବରେ ଖୁବ ଜଣାଶୁଣା । ରେମୁଣା ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ସାଧାରଣ ସମସ୍ୟା ଗୁଡିକୁ ପୂରଣ କରିବା ଆଶାରଖି ଚଳିତ ୨୦୧୯ ସାଧାରଣ ନିର୍ବାଚନରେ ଜନମତ ତାଙ୍କୁ ମିଳିବ ଓ ବିଜୟ ଲାଭ କରି ପୂର୍ବଭଳି ଜନମାନସର ବିଧାୟକ ଭାବେ ପରିଗଣିତ ହେବେ ଏବଂ “ଏ ଲଢେଇ ଆପଣ ମାନଙ୍କର’ “ମୁଁ ନିମିତ୍ତ ମାତ୍ର’ ନାରା ଦେଇ ସେ ଭୋଟ ଦାତାଙ୍କୁ ଜଣେ ସଚ୍ଚୋଟ, ନିର୍ଭୀକ, ସଂଗ୍ରାମୀ ଉଚ୍ଚ ଶିକ୍ଷିତ ଯୁବ ନେତାଙ୍କୁ ବିପୁଳ ସଂଖ୍ୟାରେ ତୃଣମୂଳ ପାର୍ଟିର ଚିହ୍ନ “ଘାସଫୁଲ” ଚିହ୍ନରେ ମୋହର ମାରି ଜୟଯୁକ୍ତ କରିବା ପାଇଁ ପ୍ରେସ ଇସ୍ତାହାର ମାଧ୍ୟମରେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ