ହନୁମାନ ଜୟନ୍ତିରେ ପଣା ବଣ୍ଟନ

ହିଞ୍ଜିିଳିକାଟୁ ୧୪ା୪(ସୁଧାନିଧି ଚୌଧୁରୀ): ହିଞ୍ଜିଳିକାଟୁ ସହରରେ ଓଡ଼ିଆ ନବବର୍ଷକୁ ସ୍ୱାଗତ କରିବା ସହ ହନୁମାନ ଜୟନ୍ତି ପାଳନ କରାଯାଇଅଛି । ସ୍ଥାନୀୟ ପୌରାଞ୍ଚଳର ବଇଁଚବଣିଆ, ଆଙ୍କୋରଡା, ହିଞ୍ଜିଳି, ଶ୍ୟାମଳାଇ ନଗର, ବଡରଙ୍ଗଣି ସାହି ଓ ମେଣ୍ଢାଖାଇ ପାହାଡ଼ରେ ଅବସ୍ଥିତ ହନୁମାନ ମନ୍ଦିର ଗୁଡ଼ିକରେ ଚାଳିସା ପାଠ, ହୋମଯଜ୍ଞ ସହ ପୂଜାର୍ଚ୍ଚନା ସହ ପ୍ରସାଦ ସେବନ କାର୍ଯ୍ୟକ୍ରମ କରାଯାଇଥିଲା । ବିଭିନ୍ନ ସ୍ୱେଛାସେବି ସଙ୍ଗଠନ ଓ ଯୁବ ସମାଜ ପକ୍ଷରୁ ବଇଁଚବଣିଆ, ସିନେମାହଲ ଛକ, ରଜାସାହି ବସଷ୍ଟାଣ୍ଡ,ପାଟଣାସାହି, ବ୍ଳକ ଛକ, ଆରଏମସି ଛକ , ହିଞ୍ଜିଳି, ତରାତାରିଣୀ ମୁଖ୍ୟ ସଡକ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳର ବିଭିନ୍ନ ଛକ ସ୍ଥାନ ଗୁଡ଼ିକରେ ଶୀତଳ ପାନୀୟ ଜଳ ସମେତ ଚହ୍ଲା, ଦହିପଣା, ସରବତ ଓ ବିଭିନ୍ନ ରକମର ପଣା ବଣ୍ଟନ କରାଯାଇଥିଲା । ହିଞ୍ଜିଳିକାଟୁ ପୌରାଞ୍ଚଳ ହିଞ୍ଜିଳି ଦଣ୍ଡକାଳୀ ମନ୍ଦିର ନିକଟରେ ଦକ୍ଷିଣ ଓଡ଼ିଶା ବଢେଇକୂଳ ବିଶ୍ଵକର୍ମା ସମାଜ ପକ୍ଷରୁ ବହୁ କୂଳ ସଦସ୍ୟ ଓ ତ୍ରିରଙ୍ଗା ସେବା ସଂଘ, ଶ୍ୟାମଳାଇ ମହାବୀର ସଂଘ ପକ୍ଷରୁ ବିଭିନ୍ନ କିସମର ବ୍ୟଞ୍ଜନ, ପ୍ରସାଦ ସ‌ ଭକ୍ତ ଓ ଯାତ୍ରୀ ମାନଙ୍କୁ ବିଭିନ୍ନ କିସମର ଥଣ୍ଡା ପାନୀୟ ବଣ୍ଟନ କରାଯାଇଥିଲା। ଅନୁରୂପ ଭାବେ ସ୍ଥାନୀୟ ପୌରାଞ୍ଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଞ୍ଚଳର ବହୁ ସ୍ଥାନରେ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ଓ ଯୁବ ସମାଜ ପକ୍ଷରୁ ରାସ୍ତାରେ ଯାତ୍ରା କରୁଥିବା ତୃଷାର୍ତ୍ତ ମାନଙ୍କୁ ପାନୀୟ ଜଳ ସମେତ ବିଭିନ୍ନ ରକମର ପଣା ବଣ୍ଟନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ