ରକ୍ତଦେଇ ଶିଶୁକୁ ବଞ୍ଚାଇଲେ ଜୟକୃଷ୍ଣ

ଭଞ୍ଜନଗର, (ସନ୍ତୋଷ ଜେନା): ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଗତ ଦୁଇ ଦିନ ହେଲା ଜଣେ ମହିଳା ନିଜ ୪ବର୍ଷର ଶିଶୁପୁତ୍ର ପାଇଁ ରକ୍ତ ଯୋଗାଡ଼ କରି ନପାରି ନିରାଶ ହୋଇ ଦୁଶ୍ଚିନ୍ତାରେ ଥିବା ବେଳେ ହାଠାତ୍ ଜଣେ ସାମ୍ବାଦିକ ଆସି ରକ୍ତଦାନ କରି ଶିଶୁପୁତ୍ରକୁ ବଞ୍ଚାଇବାରେ ସହାୟକ ହୋଇଛନ୍ତି।ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ହରିଗଡ଼ ପଞ୍ଚାୟତ ବଦାଙ୍ଗୀ ଗ୍ରାମର ରିତା ଦଳ ବେହେରାଙ୍କ ପୁଅ ପ୍ରିଆଂଶୁ ଗତ୩ବର୍ଷ ହେଲା ରକ୍ତହୀନତା ରୋଗର ଶିକାର ହୋଇଛନ୍ତି।ଏଥିପାଇଁ ତାଙ୍କୁ ପ୍ରତି ୪ମାସରେ ରକ୍ତ ଦରକାର ହୁଏ।ହେଲେ ରିତାଙ୍କ ସ୍ୱାମୀ ପବିତ୍ର କେରଳରେ ରହୁଥିବାରୁ ସେ ଏକାକୀ ଭଞ୍ଜନଗର ମେଡ଼ିକାଲରେ ପୁଅ ପାଇଁ ରକ୍ତ ସଂଗ୍ରହ କରିବା ସମ୍ଭବ ହୋଇ ନଥିଲା।ବହୁ ଚେଷ୍ଟା କରି ମଧ୍ୟ ରିତା ପୁଅ ପାଇଁ ରକ୍ତ ଯୋଗାଡ଼ କରି ପାରି ନଥିଲେ।ଏହି ସମୟରେ ମେଡ଼ିକାଲକୁ ଖବର ସଂଗ୍ରହ କରିବାକୁ ଆସିଥିବା ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକ ଏହାଦେଖି ତୁରନ୍ତ ରକ୍ତଦାନ କରି ଛୋଟ ଶିଶୁଟିର ଜୀବନ ବଞ୍ଚାଇ ଥିଲେ।ମାନବିକତା ଦୃଷ୍ଟିରୁ ପଟ୍ଟନାୟକ ଙ୍କ ଏଭିଳି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଥିଲେ।ଏହା ପୂର୍ବରୁ ଜୟକୃଷ୍ଣ ୭୧ଥର ରକ୍ତଦାନ କରି ଭଞ୍ଜନଗର ମେଡ଼ିକାଲ ରେ ଶ୍ରେଷ୍ଠ ରକ୍ତଦାତା ଭାବେ ବହୁ ଅସହାୟ, ଗରିବ ଲୋକଙ୍କୁ ସାହାଯ୍ୟ କରିଥିବା ଜଣାପଡ଼ିଛି।ରକ୍ତ ପାଇବା ପରେ ସାମ୍ବାଦିକ ପଟ୍ଟନାୟକଙ୍କୁ ରିତା କୃତଜ୍ଞତା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ