ରୋଲାଣ୍ଡ୍ ଫାର୍ମାସୀ କଲେଜର ବାର୍ଷିକ ଉତ୍ସବ ‘ଏଲିକ୍ସିର୍ ୨୦୨୪’ ଅନୁଷ୍ଠିତ

ବ୍ରହ୍ମପୁର, (ଅନିଲ କୁମାର) : ରୋଲାଣ୍ଡ୍ ଫାର୍ମାସୀ କଲେଜର ବାର୍ଷିକ ଉତ୍ସବ ‘ଏଲିକ୍ସିର୍ ୨୦୨୪’ ଅନୁଷ୍ଠାନର ନବନିର୍ମିତ ପ୍ରେକ୍ଷାଗୃହରେ ଅନୁଷ୍ଠିତ ହୋଇଯାଇଛି୤ ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ମେଡ଼ିକାଲ ଶିକ୍ଷା ଓ ବୈଷୟିକ ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ଡା ରାଜେନ୍ଦ୍ର କୁମାର ପଣ୍ଡା ଏବଂ ବରିଷ୍ଠ ଡାଇବେଟିସ୍ ଏବଂ ଅନ୍ତଃଶ୍ରାବୀ ଗ୍ରନ୍ଥି ବିଶେଷଜ୍ଞ ଡା ସୁନିଲ୍ କୁମାର କୋଟା ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ୤ କାର୍ଯ୍ୟକ୍ରମର ଆରମ୍ଭରେ ଅନୁଷ୍ଠାନର ନବନିର୍ମିତ ଡା ଜେ ସୁର୍ଯ୍ୟାରାଓ ମେମୋରିଆଲ୍ ହଲକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରାଯାଇଥିଲା୤ ଏହି ଉତ୍ସବରେ ନିମନ୍ତ୍ରିତ ଅତିଥିଙ୍କ ସମେତ, ଅନୁଷ୍ଠାନର ଚେୟାରପର୍ସନ ଶ୍ରୀମତି ଜେ ଜୟଲକ୍ଷ୍ମୀ, ନିର୍ଦ୍ଦେଶିକା ଡଃ ଜେ ଶ୍ରୁତି, ଅଧ୍ୟକ୍ଷ ଡଃ ବି ଭି ଭି ରବିକୁମାର, ଉପାଧ୍ୟକ୍ଷ ଡଃ ସି ଏଚ୍ ନିରଞ୍ଜନ ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ୤
ଅଧ୍ୟାପିକା ଐଶ୍ବର୍ଯ୍ୟା ପଟ୍ଟନାୟକ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ଏବଂ ଅଧ୍ୟାପକ ରାଜାରାମ ଦାସ, ଅତିଥି ପରିଚୟ ପ୍ରଦାନ କରିଥିଲେ୤ ପ୍ରଦୀପ ପ୍ରଜ୍ବଳନ ସହ ଜାତୀୟ ସଂଗୀତ ଗାନ କରାଯାଇଥିଲା୤ ଚେୟାରପର୍ସନ ଶ୍ରୀମତି ଜେ ଜୟଲକ୍ଷ୍ମୀ ସ୍ବାଗତ ସମ୍ଭାଷଣ ଦେଇଥିଲେ, ନିର୍ଦ୍ଦେଶିକା ଡଃ ଜେ ଶ୍ରୁତି ସଭାକୁ ସମ୍ବୋଧିତ କରିଥିଲେ ଏବଂ ଅଧ୍ୟକ୍ଷ ଡଃ ରବିକୁମାର ବାର୍ଷିକ ବିବରଣୀ ପାଠ କରିଥିଲେ୤ ନିମନ୍ତ୍ରିତ ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷାଗ୍ରହଣ ଏବଂ ସାମ୍ପ୍ରତିକ ସମୟରେ ସ୍ବାସ୍ଥ୍ୟ ସଚେତନତା ସମେତ ମାନବିକ ମୂଲ୍ୟବୋଧ ପ୍ରତି ସଚେତନ ହେବାପାଇଁ ଉପଦେଶ ଦେଇଥିଲେ୤ ବିପିୟୁଟି ବିଶ୍ବବିଦ୍ୟାଳୟସ୍ତରୀୟ ପରୀକ୍ଷାରେ ସର୍ବୋତ୍କୃଷ୍ଟ ଅଙ୍କ ରଖିଥିବା ବିଜେତା ଛାତ୍ରଛାତ୍ରୀମାନଙ୍କୁ ସ୍ବର୍ଣ୍ଣପଦକ ଦ୍ବାରା ସମ୍ମାନିତ କରାଯାଇଥିଲା୤ ବିଭିନ୍ନ ସେମିଷ୍ଟାର ପରୀକ୍ଷାରେ ପ୍ରଥମ ସ୍ଥାନ ଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା୤ କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ କ୍ରୀଡ଼ା ତଥା ଅନ୍ୟାନ୍ୟ ପ୍ରତିଯୋଗୀତା ମାନଙ୍କରେ ସଫଳ ହୋଇଥିବା ପ୍ରତିଯୋଗୀଙ୍କୁ ପୁରସୃତ କରାଯାଇଥିଲା୤ ସଭା ଶେଷରେ ଅଧ୍ୟାପକ ରାଜାରାମ ଦାସ, ଧନ୍ୟବାଦ ଅର୍ପଣ କରିଥିଲେ୤ ଉଦଘାଟନୀ ଉତ୍ସବ ପରେ ଛାତ୍ରଛାତ୍ରୀ ତଥା ଅଧ୍ୟାପକ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା୤ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ପରିଚାଳନରେ ଅନୁଷ୍ଠାନର ସମସ୍ତ ଶିକ୍ଷକ, ଅଣଶିକ୍ଷକ ଏବଂ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ୤

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ