କବି ଶ୍ରୀଦେବଙ୍କୁ ରାଜ୍ୟସ୍ତରୀୟ ‘ବିଷୁବ ସମ୍ମାନ-୨୦୨୪’ ପାଇଁ ସମ୍ବର୍ଦ୍ଧିତ

ବାଲେଶ୍ୱର, (ସରୋଜ ପଣ୍ଡା):ମସିହାରେ ପ୍ରତିଷ୍ଠିତ ଭଞ୍ଜମଣ୍ଡପସ୍ଥ ‘ଆଦର୍ଶ ପାଠାଗାର’ ଆନୁକୂଲ୍ୟରେ ଆୟୋଜିତ ଓଡ଼ିଆ ନୂଆବର୍ଷ ତଥା ବିଷୁବମିଳନ ପାଳନ ଅବସରରେ ଓଡ଼ିଶାର ସୁନାମଧନ୍ୟ କବି ଓ ସାହିତ୍ୟିକ ବାଲେଶ୍ୱରର କବି ଶ୍ରୀଦେବଙ୍କୁ ୨୩ତମ ‘ବିଷୁବ ସମ୍ମାନ-୨୦୨୪’ରେ ସମ୍ବର୍ଦ୍ଧନା କରାଯାଇଛି । କବି ଶ୍ରୀଦେବଙ୍କ ଅର୍ଦ୍ଧଶତାବ୍ଦୀର ଅଧ୍ୟବସାୟରେ ଆମ ସମାଜର ଦୀନ, ଦରିଦ୍ର, ଅବହେଳିତ ଜନଗଣଙ୍କ ପାଇଁ ଅନ୍ତରଙ୍ଗ ଆହ୍ୱାନମୂଳକ କାବ୍ୟସ୍ୱର ତାଙ୍କୁ ଓ ତାଙ୍କ କବିତାକୁ ଚିରଞ୍ଜିବୀ କରି ରଖିବ ବୋଲି ସଭାପତି ଡ. ଚନ୍ଦ୍ରଶେଖର ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବିଷୁବ ମିଳନର ମୁଖ୍ୟଅତିଥି ବିଶିଷ୍ଟ ଲେଖକ-ସମାଜସେବୀ ପ୍ରାଧ୍ୟାପକ ଡ. ଲୋପାମୁଦ୍ରା ମହାନ୍ତି ନିଜ ବକ୍ତବ୍ୟ ରଖିଥିଲେ । ସମ୍ବର୍ଦ୍ଧନାର ପ୍ରତ୍ୟୁତ୍ତରରେ କବି ଶ୍ରୀଦେବ ତାଙ୍କ ବକ୍ତବ୍ୟରେ ଓଡ଼ିଶା ସର୍ବୋପରି ଭାରତୀୟ କାବ୍ୟଜଗତ ଯଥେଷ୍ଟ ସଂଭାବନାମୟ ଅନୁଭବ ହେଉଥିଲାବେଳେ ସାଂପ୍ରତିକ କାବ୍ୟସ୍ୱର ଚଳନ୍ତି ତଥାକଥିତ ଗଣତାନ୍ତ୍ରିକ ବିଧିବ୍ୟବସ୍ଥାକୁ ଦୋହଲି ପାରୁନଥିବାର ଅବସୋସ ପ୍ରକାଶ କରିଥିଲେ ।
ଉଲ୍ଲେଖନୀୟ ଯେ ରାଉରକେଲା ଭଞ୍ଜମଣ୍ଡପସ୍ଥ ପୁରାତନ ‘ଆଦର୍ଶ ପାଠାଗାର’ ତରଫରୁ ଗତ ୨୩ବର୍ଷ ଧରି ପାଳିତ ହୋଇଆସୁଥିବା ବିଷୁବ ମିଳନ ଅବକାଶରେ ଡ. ପ୍ରତିଭା ଶତପଥି (୨୦୦୨), ଡ. ଅପର୍ଣ୍ଣା ମହାନ୍ତି (୨୦୦୩), ଡ. ବ୍ରଜନାଥ ରଥ (୨୦୦୪), ରାଜେନ୍ଦ୍ର କିଶୋର ପଣ୍ଡା (୨୦୦୫), ଡ. ହରିହର ମିଶ୍ର (୨୦୦୬), ଡ. ଶ୍ରୀନିବାସ ଉଦଗାତା (୨୦୦୭), ଡ. ଗୋପାଳକୃଷ୍ଣ ରଥ (୨୦୦୮), ଉମାଶଙ୍କର ପଣ୍ଡା (୨୦୦୯), ମନୋରମା ମହାପାତ୍ର (୨୦୧୦), ଡ. ଗିରିବାଳା ମହାନ୍ତି (୨୦୧୧), ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ (୨୦୧୨), ସଦାଶିବ ଦାଶ (୨୦୧୩), ଶଶିଭୂଷଣ ବିଶ୍ୱାଳ (୨୦୧୪), ଡ. ମନୋରମା ବିଶ୍ୱାଳ ମହାପାତ୍ର (୨୦୧୫), ସୌଭାଗ୍ୟବନ୍ତ ମହାରଣା (୨୦୧୬), ଡ. ରଂଜିତା ନାୟକ (୨୦୧୭), ଡ. ଫନୀ ମହାନ୍ତି (୨୦୧୮), ଡ. ପୂର୍ଣ୍ଣଚନ୍ଦ୍ର ମିଶ୍ର (୨୦୧୯), ଅଶୋକ କୁମାର ପଣ୍ଡା (୨୦୨୨), ପିତାମ୍ବର ତରାଇ (୨୦୨୩ରେ) ସମ୍ବର୍ଦ୍ଧିତ ହୋଇଥିଲାବେଳେ କବି ଶ୍ରୀଦେବଙ୍କୁ ‘ବିଷୁବ ସମ୍ମାନ-୨୦୨୪’ ବର୍ଷ ପାଇଁ ସମ୍ବର୍ଦ୍ଧିତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ