ବୈଠକରେ ଦୁର୍ବ୍ୟବହାର ଓ ମୋବାଇଲ ଭାଙ୍ଗିବା ନେଇ ସୋ ସୋ ଥାନାରେ ଅଭିଯୋଗ କଲେ ଆଦିବାସୀ ନେତା

ହାଟଡ଼ିହି, (ବିକାଶ ବିଶ୍ୱାଳ):ଗତ ୧୪ତାରିଖ ରବିବାର ଦିନ ପୁରୁଣାପାଣି ଠାରେ ଚାଲିଥିବା ବୈଠକରେ କିଛି ଗୁଣ୍ଡା ଶ୍ରେଣୀୟ ବ୍ୟକ୍ତି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ମୋବାଇଲ ଭାଙ୍ଗିଦେବା ନେଇ ଆଜି ଆଦିବାସୀ ସେଙ୍ଗେଲ ଅଭିଯାନ ଏବଂ ଅଲ୍ ଇଣ୍ଡିଆ ମାଝୀ ପାର୍ଗାନା ମାୱା ଓଡିଶା ପ୍ରଦେଶ କମିଟିର ସେଙ୍ଗେଲ ପାର୍ଗାନା ଶ୍ରୀ ନାରାନ ମୁର୍ମୁ, ଶ୍ରୀ କାଳୁରାମ ମୁର୍ମୁ, ଓଡିଶା ପ୍ରଦେଶ ମହିଳା ମୋର୍ଚ୍ଚା ସଭାପତି ମାଲହ ମାଣ୍ଡି ମାନଙ୍କ ନେତୃତ୍ବରେ ସୋସୋ ଥାନା ଅଧିକାରୀଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରାଯାଇଛି । ଉପଜିଲ୍ଲାପାଳଙ୍କ ଅନୁମତିରେ ହାଟଡିହି ବ୍ଲକ ଢେଙ୍କା ଗ୍ରାମପଞ୍ଚାୟତ ପୁରୁଣା ପାଣି ଗ୍ରାମରେ ”ମାଝୀବାବା (ଗ୍ରାମମୁଖ୍ୟ) ବଦଳାଅ ଗ୍ରାମ ବଞ୍ଚାଅ” ନାମରେ ଆଦିବାସୀ ସମାଜ ସୁଧାର ବୈଠକରେ କେତେକ ଅମାନବୀୟ ବ୍ୟକ୍ତି ବିଶୃଙ୍ଖଳିତ ସୃଷ୍ଟି କରି କୁପ୍ରଥା ଗୁଡିକୁ ସମର୍ଥନ ଦେଇ ମାଝୀବାବାଙ୍କୁ ଉସୁକାଇ ଆଦିବାସୀ ସମାଜରେ ଆତଙ୍କ ଖେଳାଉଥିବା ଦାଦାଗିରି ବ୍ୟକ୍ତିମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ କେନ୍ଦୁଝର ଜିଲ୍ଲା ସଂଗଠନର ସମାଜ ସୁଧାର କାର୍ଯ୍ୟକର୍ଭା ନେତାମାନଙ୍କୁ ନ୍ୟାୟ ଏବଂ ସୁରକ୍ଷା, ସହଯୋଗ ପ୍ରଦାନ କରାଯିବା ପାଇଁ ଲିଖିତ ଦାବି ପତ୍ର ପ୍ରଦାନ କରିଛନ୍ତି । ତତସହିତ ସଂଗଠନ ଏବଂ କାର୍ଯ୍ୟକର୍ତ୍ତାଙ୍କ ନାମରେ ଅପମାନଜନକ ଅସଭ୍ୟ ଅସତ୍ୟ ଭିଡିଓକୁ ଭାଇରାଲ୍ କରିଥିବା 2 (ଦୁଇ) ଗୋଟି ୟୁଟିୟୁବରଙ୍କୁ ଗିରଫ କରାଯାଇ ଭିଡିଓ ଢିଲିଟ କରିଦେବା ସହିତ ତାଙ୍କର ହୋ ସାନ୍ତାଳୀ ନିଉଜ୍ ଏବଂ ବିରବାହା ଲାଇଭ୍ ନିଉଜ୍ ୟୁଟିୟୁବ୍ ଚେନାଲକୁ ରଦ୍ଧ କରାଯିବାକୁ ଦୃଢ଼ ଦାବି କରାଯାଇଛି । ଉଲ୍ଲେଖ କରାଯାଇଛି ଯେ , ଆଦିବାସୀ ସ୍ବଶାସନ ମାଝୀ-ପାର୍ଗାନା ବ୍ୟବସ୍ଥା ଏବେ ସ୍ବଶୋଷଣ ବ୍ୟବସ୍ଥାରେ ପରିଣତ ହୋଇଅଛି, ଅର୍ଥାତ୍ ବଂଶାନୁଗତ ନିଯୁକ୍ତି ଅଧିକାଂଶ ଅଶିକ୍ଷିତ ମାଝୀ ପାର୍ଗାନା ମାନଙ୍କ ଦ୍ବାରା ପ୍ରତ୍ୟେକ ଆଦିବାସୀ ଗ୍ରାମ ସମାଜରେ ନିଶା ସେବନ କରି ଡାହାଣୀ ନାମରେ ହତ୍ୟା , ଅନ୍ଧବିଶ୍ବାସ, ଇର୍ଷା-ଦ୍ବେଷ, କଙ୍ଗାରୁ କୋର୍ଟ ଦ୍ବାରା ମନ ଇଚ୍ଛା ଜୋରିମାନା, ସାମାଜିକ ବହିଷ୍କାର, ଭୋଟ କିଣା ବିକା, ଆଦିବାସୀ ମହିଳା ବିରୋଧୀ ମାନସିକତା ଆଦି କୁକାର୍ଯ୍ୟକୁ ପରମ୍ପରା ନାମରେ ପ୍ରଚଳନ କରାଚାଲିଛି । ଏହିସବୁ କୁପ୍ରଥାକୁ ସମାପ୍ତ କରିବା ପାଇଁ ଆଦିବାସୀ ସେଙ୍ଗେଲ ଅଭିଯାନର ରାଷ୍ଟ୍ରୀୟ ସଭାପତି ସହିତ ପୂର୍ବତନ ସାଂସଦ ଶ୍ରୀ ସାଲଖାନ ମୁର୍ମୁଙ୍କ ମାର୍ଗଦର୍ଶନରେ ଭାରତର ସାତଗୋଟି ପ୍ରଦେଶରେ ଆଦିବାସୀ ସମାଜ ସୁଧାର ଜନଜାଗରଣ କାର୍ଯ୍ୟକ୍ରମ ଜାରି ରହିଥ‌ିବାରୁ ଓଡିଶାର ପ୍ରଶାସନ ତରଫରୁ ସହ‌ଯୋଗ ପ୍ରଦାନ କରାଯିବା ପାଇଁ ଦାବି କରାଯାଇଛି। ଦୋଷୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଆଇନ ଅନୁଯାୟୀ ଦଣ୍ଡ ପ୍ରଦାନ କରାଯିବାକୁ ଦୃଢ଼ ଦାବି କରାଯାଇଛି । ଦାବିପତ୍ର ପ୍ରଦାନ ବେଳେ ବାରିପଦା ଜୋନାଲ ଉପସଭାପତି ଜିତେନ୍ଦ୍ରନାଥ ହେମ୍ବ୍ର ମ କରଞ୍ଜିଆ ଉପଖଣ୍ଡ ସେଙ୍ଗେଲ ସଭାପତି ପିଥ ମାଝୀ, ମେଘ୍ରାୟ ସୋରେନ, କେନ୍ଦୁଝର ଜିଲ୍ଲା ସେଙ୍ଗେଲ ପାର୍ଗାନା ଶ୍ରୀ ଗୁନାରାମ ମୁର୍ମୁ, ଧନେଶ୍ବର ମାଝୀ ପ୍ରମୁଖ ସେଙ୍ଗେଲ ନେତାମାନେ ଉପସ୍ଥିତ ଥିଲେ । ଥାନାରେ ଅଭିଯୋଗ କରିଥିବାରୁ ପୁରୁଣାପଣି ଗ୍ରାମରେ ଥିବା ସଂଗଠନର କର୍ମକର୍ତ୍ତା ମାନଙ୍କୁ ଅଭିଯୁକ୍ତ ମାନେ ଆକ୍ରମଣ କରିବା ଆଶଙ୍କା ଥିବାରୁ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ମଧ୍ୟ ପୁଲିସକୁ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ