ବନ୍ତ ଖଣ୍ଡ ପକ୍ଷରୁ ମେଢ ଶୋଭାଯାତ୍ରା

ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକର ଐତିହାସିକ ରାମ ନବମୀ ମହାଯଜ୍ଞର ପୂର୍ଣ୍ଣାହୂତି ତଥା ନଗର ସଂକୀର୍ତ୍ତନରେ ବନ୍ତ ଖଣ୍ଡ ପକ୍ଷରୁ ମେଢ ଶୋଭାଯାତ୍ରାରେ ଶହ ଶହ ରାମ ଭକ୍ତ ସାମିଲ ହୋଇଥିଲେ । ପ୍ରାରମ୍ଭରେ ରେବ ନଦୀରୁ କଳସ ଅଣାଯାଇ ଶ୍ରୀରାମ ମହାପ୍ରଭୁଙ୍କର ପୂଜାର୍ଚ୍ଚନା କରାଯାଇଥିଲା । ପରେ ପଦାକଣା ଗ୍ରାମଦେବୀ ଓ ହନୁମାନ ମନ୍ଦିର ଠାରୁ ଶୋଭାଯାତ୍ରା ବାହାରି ସମଗ୍ର ପଧାନପଡା ପଞ୍ଚାୟତ ଓ ବନ୍ତ ବଜାର ପରିକ୍ରମା କରିଥିଲା । ପରେ ଟିଲୋ ହନୁମାନ ପଡିଆ ଠାରେ ପ୍ରସାଦ ସେବନ ପରେ ଭଦ୍ରକ ଅଭିମୁଖେ ମେଢ ଶୋଭାଯାତ୍ରାରେ ବାହାରି ଭଦ୍ରକ ଠାରେ ସାମିଲ ହୋଇ ନେହେରୁ ଷ୍ଟାଡିୟମ ପାଖରୁ ଆରମ୍ଭ କରି କଦମ ବେଡା, ବାଙ୍କା ବଜାର ପରିକ୍ରମା ପରେ ସାଳନ୍ଦୀ ନଦୀ କୂଳରେ ମୂର୍ତ୍ତି ବିସର୍ଜ୍ଜନ ଓ ଗାନ୍ଧୀ ପଡିଆ ଠାରେ ସଂକୀର୍ତ୍ତନ ଶେଷ ହୋଇଥିଲା । ଏଥିରେ ଶହ ଶହ ରାମଭକ୍ତ ସାମିଲ ହୋଇଥିଲେ । ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ କରାଯାଇଥିଲା । ବନ୍ତ ଖଣ୍ଡ ପକ୍ଷରୁ ମେଢ ଶୋଭାଯାତ୍ରା ଏବଂ ପରିକ୍ରମାରେ ପୂର୍ବତନ ସଂଯୋଜକ ଏବଂ ବର୍ତ୍ତମାନର ମୁଖ୍ୟ ଉପଦେଷ୍ଟା ପତଞ୍ଜଳୀ କରଶର୍ମା, ସଂଯୋଜକ ବାପି ସ୍ୱାଇଁ, ସହ ସଂଯୋଜକ ବସନ୍ତ କୁମାର ବିଶ୍ୱାଳ, ଲକ୍ଷ୍ମୀଧର କର, ରବିନ୍ଦ୍ର ଓଝା, ଅରୁଣ ଖୁଣ୍ଟିଆ, କୃପାସିନ୍ଧୁ ସେଠୀ, ଧନଞ୍ଜୟ ବିଶ୍ୱାଳ, ରଥ କୁମାର ଦାସ, ସୁକାନ୍ତ ବେହେରା, ସନ୍ତୋଷ ଗାହାଣ, ମାନସ ଜେନା, କାହ୍ନା ଜେନା, ଦୀପକ ରଣା, ସିଦ୍ଧାର୍ଥ ମହାକୁଡ, ଜ୍ୟୋତି ମାଝୀ, ଦୀପୁ ମାଝୀ, ରଘୁ ଖିଲାର, ଲକି ନାୟକ, ଶଶୀକାନ୍ତ ସେଠୀ, ନିଲୁ ସାହୁଙ୍କ ସମେତ ଶତାଧିକ ରାମଭକ୍ତ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ