ବାବା ବରୁଣେଶ୍ୱର ଉନ୍ନୟନ ମଣ୍ଡଳୀ ପକ୍ଷରୁ ରକ୍ତଦାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବାବା ବରୁଣେସ୍ୱର ଉନ୍ନୟନ ମଣ୍ଡଳୀ ପକ୍ଷରୁ ସାମନ୍ତରାପୁର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି. ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ ଏହାର ଆବଶ୍ୟକ ଅଧିକ ହେଉଥିବା ନେଇ ଅନୁଷ୍ଠାନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା. ସମାଜସେବୀ ତ୍ରିଲୋଚନ ନାୟକ ଓ ଉନୟନ ର ଅନ୍ୟ ସଦସ୍ୟ /ସଦସ୍ୟା ଉପସ୍ଥିତ ରହି ରକ୍ତଦାନ କରିବା ସହ ସମସ୍ତେ ଏହା ଜାରି ରଖିବାକୁ କହିଥିଲେ.ଯେଉଁମାନେ ରକ୍ତଦାନ କରିଥିଲେ ସେମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା.ଉକ୍ତ ଶିବିର ରେ ୩୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ବୋଲି ଉନ୍ନୟନ ପକ୍ଷରୁ କୁହାଯାଇଥିଲା.