ଥିଲେ ସାଥୀ ଏବେ ପ୍ରତିଦ୍ବନ୍ଦୀ

ନିମାପଡ଼ା,( ସନ୍ତୋଷ ଦାଶ) ଯୁଦ୍ଧ ଆଉ ରାଜନୀତି ରେ ସବୁ କିଛି ସମ୍ଭବ ବୋଲି ଓଡ଼ିଆ ରେ ଏକ ଲୋକକଥା ରହିଛି। ଏହି ଉକ୍ତି ଟି ଆଜି ପୁରୀ ଜିଲ୍ଲା ନିମାପଡ଼ା ବିଧାନସଭା ମଣ୍ଡଳୀ ରେ ଦେଖିବାକୁ ମିଳିଛି। ଏଠାରେ ବିଜେଡ଼ି ରୁ ଦିଲ୍ଲୀପ ନାୟକ ପ୍ରାର୍ଥୀ ହୋଇଥିବାବେଳେ ପ୍ରଭାତୀ ପରିଡ଼ା ବିଜେପି ରୁ ପ୍ରାର୍ଥୀ ଭାବେ ନିର୍ବାଚନ ରେ ପ୍ରତିଦ୍ବନ୍ଦିତା କରୁଛନ୍ତି। ଦିନ ଥିଲା ଉଭୟ ଶ୍ରୀ ନାୟକ ଓ ଶ୍ରୀମତୀ ପରିଡ଼ା ଏକାଠି ବିଜେପି ଦଳ ରେ ସାଥୀ ହୋଇ ରହି କାର୍ଯ୍ୟ କରୁଥିଲେ। ବିଜେପି ପକ୍ଷରୁ ଶ୍ରୀମତୀ ପରିଡ଼ାଙ୍କୁ ଏଠାରେ ଦଳୀୟ ପ୍ରାର୍ଥୀ ଘୋଷଣା କରିବା ପରେ ଦିଲ୍ଲୀପ ବିଜେପି ଦଳ ରୁ ଇସ୍ତଫା ଦେଇ ବିଜେଡ଼ି ରେ ମିଶି ଥିଲେ ଆଉ ବିଜେଡ଼ି ପକ୍ଷରୁ ତାଙ୍କୁ ନିମାପଡ଼ାର ଦଳୀୟ ବିଧାୟକ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ଉଭୟ କିପରି ବିଜୟୀ ହେବେ ସେ ନେ଼ଇ ରଣ ନୀତି ପ୍ରସ୍ତୁତ କରି ନିଜ ସପକ୍ଷରେ ପ୍ରଚାର କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି। ପରସ୍ପର ର ବିରୋଧ ରେ ଯଦିଓ କେହି କିଛିକହୁନାହାନ୍ତି କିନ୍ତୁ ପରସ୍ପର ପରସ୍ପର ର ଦଳ ବିରୋଧ ରେ କିନ୍ତୁ ପ୍ରଚାର କରୁଛନ୍ତି। ଦିନେ ଥିଲେ ସାଥୀ ଆଜି କିନ୍ତୁ ପ୍ରତିଦ୍ବନ୍ଦୀ। ଏହି ଘଟଣା ସମଗ୍ର ନିମାପଡ଼ା ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ