ଶିଵଶଙ୍କରଙ୍କୁ ପ୍ରଚାର ବେଳେ ସାଧାରଣ ଜନତାଙ୍କ ସମର୍ଥନ

ବ୍ରହ୍ମପୁର, (ଅନିଲ କୁମାର):ବ୍ରହ୍ମପୁର ବିଧାନସଭା କ୍ଷେତ୍ରରେ ନିର୍ବାଚନ ଲଢ଼ୁଥିବା ପ୍ରମୁଖ ସ୍ୱାଧୀନ ପ୍ରାର୍ଥୀ ଶ୍ରୀଯୁକ୍ତ ଶିବଶଙ୍କର ଦାଶ(ପିଣ୍ଟୁ)ଙ୍କ ଜନ ସମର୍ଥନ ବଢ଼ିବାରେ ଲାଗିଛି। ସହରର ବିଭିନ୍ନ ଘଟଣାକ୍ରମକୁ ନେଇ ଲୋକଙ୍କ ନିକଟତର ହେଉଛନ୍ତି ଶ୍ରୀଯୁକ୍ତ ଦାଶ। ସେ’ ଯେଉଁ ସ୍ଥାନକୁ ନିର୍ବାଚନ ପ୍ରଚାରରେ ଯାଉଛନ୍ତି ତୃଣମୂଳ ସ୍ଥରର ଭୋଟରଙ୍କ ଅଜସ୍ର ସ୍ନେହ ଓ ସମର୍ଥନ ଦେଖିବାକୁ ମିଳୁଛି। ପୁଷ୍ପମାଲ୍ୟ ଦେଇ ଭୋଟର ମାନେ ଶ୍ରୀଯୁକ୍ତ ଦାଶଙ୍କୁ ନିଜ ନିଜ ସାହିକୁ ପାଛୋଟି ନେଉଥିବା ଭଳି ଭାବବିହ୍ଵଳ ଦୃଶ୍ୟ ସବୁ ଦେଖିବାକୁ ମିଳୁଛି। ଆଜି ଶ୍ରୀଯୁକ୍ତ ଦାଶ ବ୍ରହ୍ମପୁର ସହରର ବଡ଼ମେଡିକଲ ଖେଳପଡ଼ିଆ, ୟୁନିୟନ କ୍ଳବ ରୋଡ଼,କମାପଲି, ଷ୍ଟେସନ ରୋଡ଼,ଟେଲିଫୋନ ଭବନ ଛକ ଆଦି ଅଞ୍ଚଳରେ ପ୍ରଚାର କାର୍ଯ୍ୟ କରି ଲୋକଙ୍କ ଅଧିକ ନିକଟତର ହେଉଥିବା ସହରରେ ବିଭିନ୍ନ ମହଲରେ ଆଲୋଚନା ହେଉଥିବା ପରିଲକ୍ଷିତ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ