ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର (ଅନିଲ କୁମାର):- ଗଞ୍ଜାମ ଜିଲ୍ଲା ଓ ଦୌରା ଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଶ୍ରୀମତୀ ରୂପଶ୍ରୀ ଚୌଧୁରୀ ଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଦେବଶ୍ରୀ ସାହୁଙ୍କ ପରିଚାଳନାରେ ରାମ ନାରାୟଣ ଡିଗ୍ରୀ କଲେଜ, ଡୁରା ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି l ସିଆରପିସି ର ବିଭିନ୍ନ ବ୍ୟବସ୍ଥା ଯେପରିକି ଏଫ. ଆଇ.ଆର, ଜାମିନ, ସମନ ଏବଂ ୱାରେଣ୍ଟ, ଆଇନଗତ ପ୍ରତିନିଧିତ୍ର ଅଧିକାର, ଅପିଲ୍ ଏବଂ ଯୌନ ନିର୍ଯ୍ୟାତନା, (ପିଓଏସଏଚ) ଅଧିନିୟମ ତଥା ଏହାର ବିଭିନ୍ନ ବ୍ୟବସ୍ଥା ଉପରେ ସମ୍ବେଦନଶୀଳତା ଉପରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଆୟୁଷ୍ମାନ ମହନ୍ତ ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଜର୍ଜ ବ୍ରହ୍ମପୁର, ଡ଼ଃ ମମତା ମହାନ୍ତି,ସିନିଅର ସିଭିଲ ଜର୍ଜ କମରସିଆଲ କୋର୍ଟ ବ୍ରହ୍ମପୁର, ସନ୍ଦୀପ କୁମାର ମହାନ୍ତି ଜେ.ଏମ.ଏଫ.ସି , ବ୍ରହ୍ମପୁର, ଶ୍ରୀମତୀ ଦେବଶ୍ରୀ ସାହୁ ସେକ୍ରେଟାରୀ ଡ଼ିଏଲଏସଏ ଗଞ୍ଜାମ,ଡ଼ଃ ପିନାକ ମହାନ୍ତି ପ୍ରିନସିପାଲ , ରାମ ନାରାୟଣ ଡ଼ିଗ୍ରୀ କଲେଜ ଡୁରା , ବ୍ରହ୍ମପୁର,ଶ୍ରୀମତୀ ସବିତା ସାହୁକାର ମେମ୍ବର ଡି.ଏଲ.ଏସ.ଏ , ଗଞ୍ଜାମ, ଙ୍କ ସମେତ ଉକ୍ତ କଲେଜ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ