ଗାୟତ୍ରୀ କଲେଜରେ ଛାତ୍ର ଛାତ୍ରୀ ମାନଙ୍କ ସ୍କଲାରସିପ ଟଙ୍କା ଆତ୍ମସାତ ସାନଖେମୁଣ୍ଡି ବିଜେପି ବିଧାୟକ ପ୍ରାର୍ଥୀଙ୍କ ନାଁରେ ଅଭିଯୋଗ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ଆଦିବାସୀ ହରିଜନ ଛାତ୍ର ଛାତ୍ରୀ ମାନଙ୍କୁ ବେସରକାରୀ କଲେଜ ରେ ପାଠ ପଢ଼ାଇବା ଆଳ ଦେଖାଇ ବ୍ୟାଙ୍କ ଖାତରୁ ଟଙ୍କା ଆତ୍ମସାତ କରିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ହରିଜନ ଛାତ୍ର।ସୂଚନା ପ୍ରକାରେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ବର୍ତମାନ ବିଜେପି ରୁ ବିଧାୟକ ପ୍ରାର୍ଥୀ ହୋଇଥିବା ଉତ୍ତମ କୁମାର ପାଣିଗ୍ରାହୀ ଙ୍କ ଗାୟତ୍ରୀ କଲେଜ ରହିଛି। ସେ ଆଦିବାସୀ ହରିଜନ ଛାତ୍ର ଛାତ୍ରୀ ମାନଙ୍କୁ କଲେଜରେ ଅଧ୍ୟାପନା କରିବା ପାଇଁ ଆବଶ୍ୟକ ଡକମେଣ୍ଟ ନେଇ ବ୍ୟାଙ୍କ ରେ ଖାତା ଖୋଲି ସେମାନଙ୍କ ସରକାର ଙ୍କ ତରଫରୁ ଆସୁଥିବା ସ୍କଲାରସିପ ଟଙ୍କା ଆତ୍ମସାତ କରୁଥିବା ନେଇ ପୋଲସରା ବ୍ଲକ ର ବର୍ତିଁନ ଗ୍ରାମର ହରିଜନ ଛାତ୍ର ସଂଗ୍ରାମ ନାୟକ ଉତ୍ତମ କୁମାର ପାଣିଗ୍ରାହୀ ଙ୍କ ନାମର ଅଭିଯୋଗ ଆଣିଛନ୍ତି। ସଂଗ୍ରାମ କହିବା ଅନୁଯାୟୀ ମୋ ପାଖରୁ ସମସ୍ତ ଡକମେଣ୍ଟ ନେଇ ବ୍ରହ୍ମପୁର କର୍ଣ୍ଣାଟକ ବ୍ୟାଙ୍କ ରେ ଖାତା ଖୋଲି ସରକାର ଙ୍କ ତରଫରୁ ଆସୁଥିବା ସ୍କଲାରସିପ ଟଙ୍କା୨୨-୨୩ -୨୪ ପାଇଁ ଆସିଥିବା ୪୧ ହଜାର ଟଙ୍କା ଦ୍ଵିତୀୟ କିସ୍ତି ୧୫,୮୦୦,ଏବଂ ଶେଷରେ ୨୩,୭୦୦ ମୋଟ୮୦୮୦୦ ଟଙ୍କା ନକଲି ଖାତା କରି ମୋର ଅଜାଣତରେ ଆତ୍ମସାତ କରିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ଉତ୍ତମ କୁମାର ପାଣିଗ୍ରାହୀ। ଏନେଇ ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମର ଠାକୁରାଣୀ ମନ୍ଦିର ପରିସରରେ ସାମ୍ବାଦିକ ସମ୍ମିଳନୀ କରି ଗାୟତ୍ରୀ କଲେଜ ଅନୁଷ୍ଠାନର ମୁଖ୍ୟ ଉତ୍ତମ କୁମାର ପାଣିଗ୍ରାହୀ ଙ୍କ ନାମରେ ବର୍ତମାନ ବ୍ରହ୍ମପୁର ସ୍କୁଲ ଅଫ ଇଞ୍ଜିନିୟରିଂ ବିଏସଇଟି ରେ ପାଠ ପଢୁଥିବା ଛାତ୍ର ସଂଗ୍ରାମ ନାୟକ ଏବଂ ବିଏସଇଟି କଲେଜର ଅଧ୍ୟକ୍ଷ ଇ,ମନୋଜ କୁମାର ପଣ୍ଡା ଅଭିଯୋଗ କରିଛନ୍ତି। ଏଭଳି ୩୦୦ରୁ ଉର୍ଦ୍ଧ ଆଦିବାସୀ ହରିଜନ ଛାତ୍ର ଛାତ୍ରୀ ମାନଙ୍କ ଠାରୁ ଟଙ୍କା ଆତ୍ମସାତ କରିଥିବା ନେଇ ଜିଲ୍ଲାପାଳ,ବ୍ରହ୍ମପୁର ଏସପି ଙ୍କୁ ଅଭିଯୋଗ କରିଥିବା ଜଣାପଡ଼ିଛି। ଆଦିବାସୀ ହରିଜନ ଛାତ୍ର ଛାତ୍ରୀଙ୍କ ନାମରେ ସ୍କଲାରସିପ ଟଙ୍କା ଆତ୍ମସାତ ଉତ୍ତମ କୁମାର ପାଣିଗ୍ରାହୀ ଙ୍କୁ ତଦନ୍ତ ପରିସର ଭୁକ୍ତ କରିବା ପାଇଁ ବିଜେପି ଯୁବ ମୋର୍ଚ୍ଚା ଉପସଭାପତି ଏମ, ଚିନ୍ମୟ ରେଡ୍ଡୀ , ବିଏସଇଟି କଲେଜ ସମ୍ପାଦକ ଜି ,ଦୀପକ ରାଓ ଦାବି କରିଛନ୍ତି। ଗାୟତ୍ରୀ କଲେଜ ଶିକ୍ଷା ଏକ ପବିତ୍ର ଅନୁଷ୍ଠାନ ଗଢି ହରିଜନ ଆଦିବାସୀ ଙ୍କ ଟଙ୍କା ଆତ୍ମସାତ କରିବା ଏକ ଦ୍ଧର୍ତ୍ୟବ୍ୟ ଅପରାଧ ପିଲଙ୍କ ଜୀବନ ସହ ଖେଳ ଖେଳୁ ଥିବା ବ୍ୟକ୍ତିଙ୍କୁ ବିଜେପି ସାନଖେମୁଣ୍ଡି ପ୍ରାର୍ଥୀ ଦେଇଛି ଏହାର ପୁନର୍ବିଚାର ଆବଶ୍ୟକ ବୋଲି ମତପ୍ରକାଶ ପାଇଛି। ଏନେଇ ସାନଖେମୁଣ୍ଡି ବିଜେପି ବିଧାୟକ ପ୍ରାର୍ଥୀ ଉତ୍ତମ କୁମାର ପାଣିଗ୍ରାହୀ ଙ୍କୁ ଫୋନ୍ କରି ଯୋଗାଯୋଗ କରିବା ପରେ ସେ କହିଲେ ମୁଁ ୨୦ଟି କଲେଜରେ ଚେରମ୍ୟାନ ଅଛି ଟଙ୍କାକୁ ମୋତେ କିଛି ଲିଙ୍କ ନାହିଁ ।ସଂଗ୍ରାମ ନାୟକ ର ଆଧାର ଲିଙ୍କ ରେ ଓଟିପି ତାକୁ ଆସିବ ସେ ଟଙ୍କା ଉଠାଇପାରିବ ସେ ପିଲା ର ସାର୍ଟିଫିକେଟ ଆମରି କଲେଜରେ ଅଛି କୋଉ ଆଧାରରେ ବିଏସ ଇଟି କଲେଜରେ ଅଧ୍ୟାପନା ପାଇଁ ଅନୁମତି ଦେଲେ ଏଣୁ ଏଭଳି ଅଭିଯୋଗ ଭିତ୍ତିହୀନ ବିଏସଇଟି କଲେଜ ସମ୍ପାଦକ ଆରୋପ କରିବା ଅଧିକାର ନାହିଁ ବୋଲି କହୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ