ସାନଖେମୁଣ୍ଡି ବିଜେଡ଼ିର ସାଂଗଠାନିକ ବୈଠକ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ଆଉ କେତେଟା ଦିନ ପରେ ଆଗାମୀ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ରେ ବିଜେଡ଼ି ଦଳ ଏଥର ଭଲ ପ୍ରଦର୍ଶନ କରିବ ତାର ରଣନୀତି ପ୍ରସ୍ତୁତ କରିଦେଇଛି । ଅଧିକରୁ ଅଧିକ ଭୋଟରେ ବିଜୟ ହେବ ବୋଲି ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ପଞ୍ଚାୟତ ନୀଳକଣ୍ଠେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ସାଂଗଠାନିକ ବୈଠକରେ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ସାନଖେମୁଣ୍ଡି ବିଜେଡ଼ି ଦଳର ବିଧାୟିକା ପ୍ରାର୍ଥୀନୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀଙ୍କ ଉପସ୍ଥିତିରେ ନେତା କର୍ମୀ ମାନେ ଉପସ୍ଥିତ ରହି ଏକ ସ୍ଵରରେ ମତ ପ୍ରକାଶ କରିଛନ୍ତି। ବୈଠକ ରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ ଅନ୍ତ୍ରଯ୍ୟାମି ସ୍ବାଇଁ କହିଲେ ଯେ ନିଜ ନିଜ ୱାଡ, ପଞ୍ଚାୟତରେ ରହି କୋଉଠି ସଂଗଠନ ଦୁର୍ବଳ ଅଛି ସଜାଡ଼ିବା ସମସ୍ତେ ଏକ ମନ ହୋଇ ଆମର ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଅଧିକରୁ ଅଧିକ ଜନସମର୍ଥନ ସୃଷ୍ଟି କରି ଦଳ କୁ ଜିତାଇବା ପାଇଁ ଶପଥ ଗ୍ରହଣ କରିଥିଲେ। ବିଧାୟିକା ପ୍ରାର୍ଥୀନୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ କର୍ମୀ ନେତା ଉପସ୍ଥିତ ସମସ୍ତଙ୍କୁ ତାଙ୍କ ଅଭିଭାଷଣରେ କହିଲେ ମାନମାଳିନ୍ୟ, ଭୁଲି ଆମର ନବୀନ ପଟ୍ଟନାୟକ ଙ୍କ ହାତ ମୁଠା ଟାଣ କରିବା। ଆପଣ ମାନେଙ୍କ ମୁଁ ଭଉଣି ଆଉ କାହାର ଝିଅ ହେବିତ ଆଉ କାହାର ନାତୁଣୀ ଆପଣ ମାନଙ୍କ ଠାରୁ ଛୋଟ ଯେଉଁ ଗୁରୁଦାୟୀତ୍ଵ ମିଳିଛି ଆପଣ ମାନଙ୍କ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର, ଗୋବିନ୍ଦ ସ୍ବାଇଁ , ଜିଲ୍ଲା ପରିଷଦ ସଭ୍ୟ ବିଜୟ ପ୍ରଧାନ, ଅମିନ ପ୍ରଧାନ ମାମାନୀ ପାତ୍ର,ଧୋବା ସ୍ବାଇଁ,ସହଦେବ ପ୍ରଧାନ, ସନ୍ତୋଷ କୁମାର ବିଷୋୟୀ,ଦେବରାଜ ସେଠୀ,ରାକେଶ କୁମାର ପାତ୍ର ,କୈଳାସ ପାତ୍ର , ସିମାଞ୍ଚଳ ଗୌଡ଼,ଗୋପାଳ ରାଉଳ,ଦୁର୍ଗା ନାହାକ,ଜାଗିଲି ସେଠୀ ସମେତ ସାନଖେମୁଣ୍ଡି ବ୍ଲକ ର ୨୬ ଟି ପଞ୍ଚାୟତର ବିଜେଡ଼ି ଦଳ ଜନପ୍ରତିନିଧି କର୍ମୀ ମାନେ ଉପସ୍ଥିତ ରହି ଦଳ ସଂଗଠନ ସୁଦୃଢ କରିବା ସହ ଆଗାମୀ ସାଧାରଣ ନିର୍ବାଚନ ରେ ବିଧାୟିକା ପ୍ରର୍ଥିନି ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଙ୍କୁ ବିପୁଳ ବିଜୟ କରିବା ପାଇଁ ମନ୍ଦିରରେ ଶପଥ ନେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ