ଫ୍ଲାଟ ମାଲିକ ସଙ୍ଘ ସଦସ୍ୟଙ୍କ ନିମନ୍ତେ ଭୋଟର ସଚେତନା ସଭା ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା):ଏକକାଳୀନ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଆଜି ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ଅପରାହ୍ନ ଘ. ୪.୩୦ ମି ସମୟରେ ଗାନ୍ଧୀ ସ୍ମୃତି ଭବନଠାରେ ସହରର ଫ୍ଲାଟ ମାଲିକ ସଙ୍ଘର ସଦସ୍ୟମାନଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଅଛି । ଏଥିରେ ଯୋଗ ଦେଇଥିବା ୨୫ ରୁ ଉର୍ଦ୍ଧ୍ବ ପ୍ରତିନିଧିମାନଙ୍କୁ ଦାୟିତ୍ୱବାନ ଭୋଟର ଭାବେ ସେମାନଙ୍କ ଭୂମିକା ଏବଂ ଦାୟିତ୍ୱ ସମ୍ପର୍କରେ ସଚେତନ କରାଇବା ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I
ସମସ୍ତ ଉପସ୍ଥିତ ସଦସ୍ୟମାନେ ନିଜ ନିଜର ମତାଧିକାରକୁ ଅବାଧ ଓ ନ୍ୟାୟପୂର୍ଣ୍ଣ ଭାବେ ବ୍ୟବହାର କରିବେ ବୋଲି ଶପଥ ନେଇ ସଭା ଆରମ୍ଭ କରିଥିଲେ। ଶପଥ ଗ୍ରହଣ କରି ସଦର ବିଡିଓ ଶ୍ରୀ ସମରଜିତ କର ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ବଳିଷ୍ଠ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ। ଭୋଟର ପଞ୍ଜୀକରଣ, ମତଦାନ କେନ୍ଦ୍ରରେ ଚିହ୍ନଟ ଆବଶ୍ୟକତା, ଭିନ୍ନକ୍ଷମ ଭୋଟରଙ୍କ ପାଇଁ ଉପଲବ୍ଧ ବ୍ୟବସ୍ଥା ଏବଂ ପ୍ରାର୍ଥୀଙ୍କ ସୂଚନା ପାଇବା ପାଇଁ ଅନଲାଇନ ସମ୍ବଳକୁ ନେଇ ରହିଥିବା ବିଭିନ୍ନ ସନ୍ଦେହକୁ ସେ ସ୍ପଷ୍ଟ କରିଥିଲେ।ଏହି ସଚେତନତା ଅଧିବେଶନ ପରେ ବିଭିନ୍ନ ଫ୍ଲାଟ୍ ମାଲିକ ସଙ୍ଘର ପ୍ରତିନିଧିମାନେ ଦାୟିତ୍ୱବାନ ଭାବେ ଭୋଟ ଦେବା ସହ ନିଜ ଫ୍ଲାଟରେ ଥିବା ଭୋଟରଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ପାଇଁ ଶପଥ ନେଇଥିଲେ। ଅଧିକ ଭୋଟର ଅଂଶଗ୍ରହଣ ଏବଂ ସମସ୍ତ ଜନସଙ୍ଖ୍ୟାରେ ମତଦାନକୁ ପ୍ରୋତ୍ସାହିତ କରିବା ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଆଶୀଷ ଠାକରେଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠିତ କରାଯାଇଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ