ମଶା ଟେକି ନେବ ମଶାଣିକୁ !

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଦିନକୁ ଦିନ ସ୍ମାର୍ଟ ନଗରୀ ଭୁବନେଶ୍ୱରରେ ମଶାମାନଙ୍କ ଉପଦ୍ରବ ଦ୍ରୁତ ଗତିରେ ବଢ଼ି ଚାଲିଛି । ଦିନ ହେଉ କି ରାତି ହେଉ ଏମାନେ କିଛି ମାନୁ ନାହାଁନ୍ତି । ଟିଙ୍କ କରି ଦେହରେ ଲାଗି ରହୁଛନ୍ତି । ଏମାନେ ମଣିଷକୁ ଏମିତି ଝୁଣୁଛନ୍ତି ଦେହ ହାତ କୁଣ୍ଡେଇ ହୋଇ ଫଳି ଯାଉଛି । ଶରୀରର ବିଭିନ୍ନ ସ୍ଥାନ ଲାଲ୍ ପଡିଯାଉଛି । ମଶା ଏତେ ସଂଖ୍ୟାରେ ବଢ଼ି ଯାଇଛନ୍ତି ବାହାରେ ବସିବାକୁ, ଶୋଇବାକୁ କେହି ନିରାପଦ ମଣୁ ନାହାଁନ୍ତି । ସତେ ଯେମିତି ମଶା ମଣିଷକୁ ମଶାଣିକୁ ଟେକି ନେବ! ମଶାମାନଙ୍କ ପ୍ରତିରୋଧକ ଶକ୍ତି ଏତେ ବଢ଼ିଯାଇଛି ମଶା ଧୂଆଁ କି ମଶାମରା ତେଲ ଆଉ କାମ କରୁନି । ସ୍ମାର୍ଟ ନଗରୀର ସ୍ମାର୍ଟ ମଶା ମଣିଷକୁ ଯେପରି ଅଣନିଃଶ୍ୱାସୀ କରି ପକାଇଛି । ଏହାକୁ ନ ରୋକିଲେ, ସ୍ଥିତି ଭୟାନକ ହେବ ବୋଲି ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳର ଜଣାଶୁଣା କୁନି ଚିତ୍ରଶିଳ୍ପୀ ଶାନ୍ତନୁ ଶାନ୍ତିସ୍ୱରୂପ ରଙ୍ଗ ତୂଳୀରେ ଆଙ୍କିଛନ୍ତି ମଶାକୁ ନେଇ ଆତଙ୍କିତ ମଣିଷର କରୁଣ ଚିତ୍ର । ଜନସଚେତନତା ଉଦ୍ଦେଶ୍ୟରେ ଚିତ୍ରରେ ଦର୍ଶାଇଛନ୍ତି ମଶା କାମୁଡ଼ିବାର ଭୟଙ୍କର ପରିଣାମ । ଯଦି ଠିକ୍ ସମୟରେ ରୋଗୀ ଉପଚାର ନକରେ ତେବେ ମୃତ୍ୟୁ ସୁନିଶ୍ଚିତ । ଉଲ୍ଲେଖଯୋଗ୍ୟ, ପ୍ରତିବର୍ଷ ଅପ୍ରେଲ ମାସ ୨୫ ତାରିଖକୁ ବିଶ୍ୱ ମ୍ୟାଲେରିଆ ଦିବସ ରୂପେ ପାଳନ କରାଯାଇଥାଏ । ରୋଗର କାରଣ ଏବଂ ତାହାର ଚିକିତ୍ସା ଓ ନିରାକରଣ ବିଷୟରେ ଜନସାଧାରଣଙ୍କୁ ଆବଶ୍ୟକ ସୂଚନା ଓ ଜ୍ଞାନ ଯୋଗାଇ ଦେବା ଏହି ଦିବସର ମୂଳ ଲକ୍ଷ୍ୟ । କଅଁଳ ବୟସରେ ଶାନ୍ତନୁଙ୍କ ଏଭଳି ଚିନ୍ତାଧାରାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହ ସ୍ୱାଗତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ