ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା କାର, ଜଣେ ଗୁରୁତର

ହିଞ୍ଜିଳିକାଟୁ, (ସୁଧାନିଧି ଚୌଧୁରୀ): ଶୁକ୍ରବାର ଅପରାହ୍ନରେ ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସୋମପୁର ଛକ ନିକଟରେ ଏକ କାର ଦୂର୍ଘଟଣା ହୋଇଛି। ଦୂର୍ଘଟଣାରେ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ କାର ଚାଳକ ଓ ଅନ୍ୟ ଜଣେ ଯାତ୍ରୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି। ପ୍ରକାଶ ଯେ, ଶୁକ୍ରବାର ଅପରାହ୍ନରେ ବ୍ରହ୍ମପୁର ଠାରୁ ଧରାକୋଟ ଅଭିମୁଖେ ଯାଉଥିବା ଏକ କାର (ଓଡି୦୫କେ ୮୮୬୮) ହିଞ୍ଜିଳି ଥାନା ସୋମପୁର ଛକ ନିକଟରେ ଭାରସାମ୍ୟ ହରାଇ ୫୯ ନଂ ଜାତୀୟ ରାଜପଥ ପ୍ବାର୍ଶ୍ବରେ ଥିବା ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇଥିଲା। ଦୂର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ କାରର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇପଡିଛି। ଆହତ ଜଣଙ୍କ ହେଲେ ଭଞ୍ଜନଗର ଥାନା ଢିହପଢାଳ ଗ୍ରାମର ଅଜିତ ବେହେରା (୩୬) । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଦୂର୍ଘଟଣା ପରେ ଘଟଣା ସ୍ଥଳରୁ ଅନ୍ୟ ୨ ଜଣ ଫେରାର ହୋଇଯାଇଥିବା ଜଣାପଡିଛି। ଫେରାର ଦ୍ବୟ ନିହାର ରଞ୍ଜନ ମହାନ୍ତି ଓ ଅନିଲ ପ୍ରଧାନ ବୋଲି ଆହତ ଜଣଙ୍କ କହିଛନ୍ତି। ଦୂର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ