ପ୍ରଥମ ଦିନରେ ନାମାଙ୍କନ ପତ୍ର ଦାଖଲ କଲେ ଦୁଇ ପ୍ରାଥୀ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହ ଆଜି ଠାରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇଛି। ଭଞ୍ଜନଗର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ସୋରଡା, ଭଞ୍ଜନଗର ଓ ଆସିକା ବିଧାନସଭା ଆସନ ପାଇଁ ପାର୍ଥୀପତ୍ର ଦାଖଲ କରାଯାଉଛି। ତିନ‌ୋଟି ନିର୍ବାଚନ ମଣ୍ଡଳୀରୁ ରାଜନୈତିକ ଦଳ ଓ ସ୍ବାଧୀନ ପାର୍ଥୀ ଭାବେ ମୋଟ ୨ ଜଣ ପାର୍ଥୀପତ୍ର ଦାଖଲ କରିଛନ୍ତି। ଆସିକା ଓ ସୋରଡ଼ା ପାଇଁ ଜଣେ ଲେଖାଏଁ ପ୍ରାର୍ଥି ନାମାଙ୍କନ ଦାଖଲ କରିଥିବା ବେଳେ ଭଞ୍ଜନଗର ପାଇଁ କେହି ନାମାଙ୍କନ ଭରି ନଥିଲେ। ବହୁ ପ୍ରାର୍ଥି ନାମାଙ୍କନ ପତ୍ର ନେଇଥିବା ଜଣାପଡିଛି। ଆଜି ଆସିକା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥି ଭାବେ ସୁରଭି ବିଷୋୟୀ ନାମାଙ୍କନ ଦାଖଲ କରିଥିବା ବେଳେ ସୋରଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ସ୍ବାଧୀନ ପ୍ରାର୍ଥି ଭାବେ ଅବନୀ କୁମାର ଗୟା ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପୂର୍ବାହ୍ନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ପାର୍ଥପତ୍ର ଦାଖଲ କରିବା ପାଇଁ ବ୍ୟବସ୍ଥା ହୋଇଛି। ଗୋଟିଏ କୋଠରୀରେ ସୋରଡା ଓ ଭଞ୍ଜନଗର ଓ ଅନ୍ୟ କୋଠରୀରେ ଆସିକା ବିଧାନସଭା ନାମାଙ୍କନ ଦାଖଲ ପାଇଁ ବ୍ୟବସ୍ଥା ହୋଇଛି। ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ,ଅତିରିକ୍ତ ଉପଜିଲ୍ଲାପାଳ ବିଶ୍ବରଞ୍ଜନ କର ଓ ଉମାଶଙ୍କର ବେହେରା ଓ ଅନ୍ୟାନ୍ୟ କର୍ମଚାରୀ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ