ସବୁଠି ବିଜୁଜନତାଦଳ ପ୍ରତି ରହିଛି ଲୋକଙ୍କ ଅତୁଟ ବିଶ୍ୱାସ ଓ ଭଲ ପାଇବା

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ବିଧାନସଭା ଆସନ ପାଇଁ ବୁଧବାର ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ସୁବାସ ଚନ୍ଦ୍ର ବେହେରା ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ହଜାର ହଜାର ସମର୍ଥକ ମାନଙ୍କ ସହ ଏକ ବର୍ଣ୍ଣାଢ୍ୟ ଓ ବିଶାଳ ଶୋଭାଯାତ୍ରାରେ ସ୍ଥାନୀୟ ବିଜେଡି କାର୍ଯ୍ୟାଳୟରୁ ବାହାରି ବଡରେଡ୍ଡୀ ସାହି ଛକଠାରେ ପହଂଚିଥିଲେ । ସେଠାରେ ଛତ୍ରପୁର ପୌର ପରିଷଦର ସମସ୍ତ ଦଳୀୟ କାଉନସିଲର , ହଜାର ହଜାର ମହିଳା ଓ ଛାମୁଆନେତା ମାନଙ୍କ ଉପସ୍ଥିତରେ ଉପାଧ୍ୟକ୍ଷ ଜି. ପାପା ରାଓ ଙ୍କ ନେତୃତ୍ୱରେ ବିଧାୟକ ପ୍ରାର୍ଥୀ ସୁବାସ ବେହେରାଙ୍କୁ ଭବ୍ୟସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପରେ ସେଠାରୁ ହଜାର ହଜାର ମହିଳା ଓ ସମର୍ଥକ ମାନଙ୍କ ସହ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରି ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ । ସେଠାରେ ଛତ୍ରପୁର ଉପଜିଲ୍ଲାପାଳ ତଥା ରିଟର୍ଣ୍ଣି ଅଫିସର ଦେବଦତ୍ତ ମହାନ୍ତଙ୍କ ନିକଟରେ ନିଜ ମାଙ୍କନ ପତ୍ର ଦାଖଲ କରିଛନ୍ତି । ଯୋଡିଶଙ୍ଖ ହେଉଛି ଓଡିଶା ବିକାଶର ପରିଚୟ , ସବୁଠି ବିଜୁ ଜନତା ଦଳର ରହିଛି ଅତୁଟ ବିଶ୍ୱାସ ଓ ଭଲ ପାଇବା , ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ ମଧ୍ୟ ଆଜି ଏକ ପ୍ରକାର ସବୁଜମୟ ହୋଇପଡିଥିବା ଦେଖିବାକୁ ମିଳିଛି । ଏହାସହିତ ନବୀନ ପଟ୍ଟନାୟକ ଜିନ୍ଦାବାନଦ …. ବିଜେଡି ଜିନ୍ଦାବାଦ ନାରାବାଜିରେ କମ୍ପି ଉଠିଲା ସାରା ସହର । ନାମାଙ୍କନ ପତ୍ର ଦାଖଲ ବେଳେ ହଜାର ହଜାର ସମର୍ଥକ ମାନଙ୍କୁ ନେଇ ଶକ୍ତି ପ୍ରଦର୍ଶନ ଦେଖାଇଛି ବିଜେଡି । ଏବେକୁ ଏତେ ଆହୁରୀ ଆଗକୁ କେତେ ବୋଲି ମଧ୍ୟ ବିଭିନ୍ନ ମହଲରେ ଆଲୋଚନା ହେଉଛି । ବୁଧବାର ଗୋଟିଏ ଦିନରେ ବିଜୁଜନତା ଦଳର ୩ଜଣ ପ୍ରାର୍ଥୀ ନିଜ ନିଜ ଆସନ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବ୍ରହ୍ମପୁର ଲୋକସଭା ଆସନ ନିମନ୍ତେ ଭୃଗୁ ବକ୍ସିପାତ୍ର ନିଜ ସମର୍ଥକ ମାନଙ୍କ ସହ ଗଂଜାମଜିଲ୍ଲାପରିଷଦ ଭବନ କାର୍ଯ୍ୟାଳୟ ନିକଟରେ ପହଞ୍ଚି ସେଠାରେ ନିଜ ନାମାଙ୍କନ ପତ୍ର ରିଟର୍ଣ୍ଣି ଅଫିସର ତଥା ଗଞ୍ଜାମ ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ମଧୁମିତାଙ୍କ ନିକଟରେ ଦାଖଲ କରିଥିଲେ । ସେହିପରି ବ୍ରହ୍‌ପୁର ବିଧାନସଭା ଆସନ ନିମନ୍ତେ ଡଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ନିଜ ସମର୍ଥକ ମାନଙ୍କ ସହ ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚି ସେଠାରେ ରିଟର୍ଣ୍ଣି ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ ଦେବବ୍ରତ ସାହୁଙ୍କ ନିକଟରେ ଦାଖଲ କରିଥିଲେ । ତିନିଜଣ ପ୍ରାର୍ଥୀ ମାନେ ପ୍ରାରମ୍ଭ ରେ ସ୍ଥାନୀୟ ପୁତିଗୋପାଳପୁର ଠାରୁ ବାଜା ବାଣ ସହିତ ହଜାର ହଜାର ସମର୍ଥକ ମାନେ ହାତରେ ବିଜେଡି ପତାକା ଧରି ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ