ବିଜେପିର କାର୍ଯ୍ୟକର୍ତା ସମ୍ମିଳନୀ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନାଉଗାଁ ବ୍ଲକର ଗଜରାଜପୁରସ୍ଥିତ ମା’ ଓଷାଦେଇ ମଣ୍ଡପ ପରିସରରେ ବିଜେପି ଦଳର ଅଲଣା ମଣ୍ଡଳ ପକ୍ଷରୁ କାର୍ଯ୍ୟକର୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅଲଣା ମଣ୍ଡଳର ପ୍ରଭାରୀ ଗଣେଶ୍ୱର ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଦଳର ବିଧାୟକ ପ୍ରାର୍ଥୀ ଅମରେନ୍ଦ୍ର ଦାସ ଯୋଗ ଦେଇ ଆଗାମୀ ନିର୍ବାଚନରେ ଆମର ଦାୟିତ୍ୱ ଓ କର୍ତବ୍ୟ କ’ଣ ହେବ ଏବଂ କେନ୍ଦ୍ର ଓ ରାଜ୍ୟରେ କିଭଳି ବିଜେପି ସରକାର ଗଠନ ହେବ ଏହା ଉପରେ ଆଲୋକପାତ କରିଥିଲେ । ତାଙ୍କ ସହିତ ଜିଲ୍ଲା ସାଧାରଣ ସଂପାଦକ ଜଗନ୍ନାଥ ଦାସ, ଜିଲ୍ଲା ଉପସଭାପତି ସୌଭାଗ୍ୟ ମହାନ୍ତି, ମଣ୍ଡଳ ସଭାପତି ଦୁର୍ଗାପ୍ରସାଦ ଆଚାର୍ଯ୍ୟ, ସୁବୋଧ ରାୟ, ଅଲଣା ପଂଚାୟତର ପୂର୍ବତନ ସରପଂଚ ସୁଶାନ୍ତ କୁମାର ମଲ୍ଲିକ ପ୍ରମୁଖ ଯୋଗ ଦେଇ ଦଳକୁ କିପରି ବିଜୟୀ କରାଯିବ ଉପସ୍ଥିତ କାର୍ଯ୍ୟକର୍ତାମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ପରେ ମଣ୍ଡଳର ସଂଯୋଜକ ଭାବେ ସର୍ବସମ୍ମତିକ୍ରମେ ଦେବୀପ୍ରସାଦ ପାଢୀଙ୍କୁ ମନୋନୀତ କରାଯାଇଥିଲା । ପ୍ରତ୍ୟୁଷ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମ୍ମିଳନୀରେ ୮ ଗୋଟି ପଂଚାୟତର ମୁଖ୍ୟ କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ