ଆସ୍କା ଲୋକସଭା ଓ ବିଧାନସଭା ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା ବୈଠକ

ଛତ୍ରପୁର, (ୱାଇଏନଏସ):ଚଳିତ ନିର୍ବାଚନ ଯେଭଳି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହେବ ସେଥି ନିମନ୍ତେ ପର୍ଯ୍ୟବେକ୍ଷକ ମାନଙ୍କ ଗୁରୁତ୍ବାରୋପ କରିଥିଲେ । ଗଞ୍ଜାମ ଜିଲ୍ଲାରେ ୧୯ ଆସ୍କା ଲୋକସଭା, ୧୨୪- ପୋଲସରା, ୧୨୫- କବିସୂର୍ଯ୍ୟନଗର, ୧୨୬-ଖଲ୍ଲିକୋଟ, ୧୩୧- ହିଞ୍ଜିଳି,୧୨୮-ଆସ୍କା, ୧୨୯ ସୋରଡା, ୧୩୦-ସାନଖେମୁଣ୍ଡି ବିଧାନ ସଭା ଗୁଡିକର ନିର୍ବାଚନ ପ୍ରସ୍ତୁତି ଓ କାର୍ଯ୍ୟଖସଡା କିଭଳି ରହିଛି ତାହା ସମସ୍ତ ପର୍ଯ୍ୟବେକ୍ଷକ ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କରିଥିଲେ । ବିଶେଷଭାବେ ଜନସାଧାରଣ ଯେପରି କୌଣସି ଅସୁବିଧାରେ ପଡିବେ ନାହିଁ ସେଥି ନିମନ୍ତେ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଜି. ଏଲାମୁରୁଗୁ, ଆଇ.ଆର୍.ଏସ୍.,ମନୀଷ୍ ଦୁଦପୁରୀ,ଆଇ.ଆର୍.ଏସ୍. ଏବଂ ସୁନୀଲ କିଶନ୍ ଆଗଓ୍ବାନେ, ଆଇ.ଆର୍.ଏସ୍. ଗୁରୁତ୍ବାରୋପ କରିଥିଲେ । ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାର ସମସ୍ତ ନିର୍ବାଚନ ଖର୍ଚ୍ଚ ପରିଚାଳନା ଅଧିକାରୀ ଏବଂ ସହକାରୀ ଖର୍ଚ୍ଚ ପରିଚାଳକ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନରେ ଅଂଶ ଗ୍ରହଣ କରୁଥିବା ପ୍ରାର୍ଥୀ ମାନଙ୍କ ଖର୍ଚ୍ଚ କିଭଳି ତଦାରଖ କରିବେ ସେ ସମ୍ପର୍କିତ ସବିଶେଷ ତଥ୍ଯ ସମ୍ପର୍କିତ ଆଲୋଚନା ହୋଇଯାଇଛି । ଜିଲ୍ଲାରେ ନିଯୁକ୍ତ ଥିବା ସହକାରୀ ଖର୍ଚ୍ଚ ନିରୀକ୍ଷଣ ଅଧିକାରୀ ବିଭିନ୍ନ ସ୍କ୍ବାଡ୍ ଟିମ୍ ମାନଙ୍କୁ କିଭଳି ପ୍ରାର୍ଥୀ ମାନଙ୍କର ଖର୍ଚ୍ଚ ବିବରଣୀ ତଦାରଖ କରିବେ ସେ ସମ୍ପର୍କରେ ଜିଲ୍ଲା ଗସ୍ତରେ ଥିବା ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଗଣ ପଚାରି ବୁଝିଥିଲେ ଏବଂ ନିର୍ବାଚନ ଜନିତସମସ୍ତ ପରିଚାଳନା କେନ୍ଦ୍ର ଗୁଡିକ ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କରିଥିଲେ । ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଦିବ୍ୟ ଜ୍ଯୋତି ପରିଡା, ୨୦-ବ୍ରହ୍ମପୁର ଲୋକସଭା ରିଟର୍ଣ୍ଣିଂ ଅଧିକାରୀ ତଥା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ମଧୁମିତା ବିଭିନ୍ନ ଖର୍ଚ୍ଚ ସମ୍ପର୍କିତ ତଥ୍ୟ ପ୍ରଦାନ କରି କିଭଳି ନିର୍ବାଚନଟିକୁ ଶାନ୍ତି ଶୃଙ୍ଖଳାର ସହ ଅବାଧ, ମୁକ୍ତ ନିର୍ବାଚନ ହେବ ସେ ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ