ବ୍ରହ୍ମପୁର ଲୋକସଭା ଓ ବିଧାନସଭା ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା ବୈଠକ

ଛତ୍ରପୁର,(ୱାଇଏନଏସ):ବ୍ରହ୍ମପୁର ବିଧାନ ସଭା, ୧୩୨- ଗୋପାଳପୁର ବିଧାନ ସଭା ଏବଂ ୧୨୭- ଛତ୍ରପୁର ବିଧାନ ସଭା ନିମନ୍ତେ ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୁଶ୍ରୀ କାଞ୍ଚି ଗୁପ୍ତା, ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଦିବ୍ୟ ଜ୍ଯୋତି ପରିଡା, ୨୦-ବ୍ରହ୍ମପୁର ଲୋକସଭା ରିଟର୍ଣ୍ଣିଂ ଅଧିକାରୀ ତଥା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ମଧୁମିତା ବିଭିନ୍ନ ଖର୍ଚ୍ଚ ସମ୍ପର୍କିତ ତଥ୍ୟ ପ୍ରଦାନ କରି କିଭଳି ନିର୍ବାଚନଟିକୁ ଶାନ୍ତି ଶୃଙ୍ଖଳାର ସହ ଅବାଧ, ମୁକ୍ତ ନିର୍ବାଚନ ହେବ ସେ ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଜନ ସାଧାରଣ ନିର୍ବାଚନ ଖର୍ଚ୍ଚ ସମ୍ପର୍କିତ କୌଣସି ତଥ୍ୟ ନିର୍ବାଚନ ପର୍ଯ୍ୟବେକ୍ଷକ ମାନଙ୍କ ଦୃଷ୍ଟିକୁ ନେବାକୁ ଚାହିଁଲେ ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୌରଭ ଦୁବେଙ୍କ ଯୋଗାଯୋଗ ନମ୍ବର ୯୬୯୨୨୦୧୫୩୦ ଏବଂ ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୁଶ୍ରୀ କାଞ୍ଚି ଗୁପ୍ରାଙ୍କ ଯୋଗାଯୋଗ ନମ୍ବର ୯୬୯୨୧୯୪୧୫୭ କୁ ଫୋନ୍ ନମ୍ବରରେ ଜଣାଇ ପାରିବେ । ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ପରିଡା ନିର୍ବାଚନ କାର୍ଯ୍ୟ ଯେପରି ସଠିକ ଭାବେ ହୋଇପାରିବ ସେଥି ସକାଶେ ସମସ୍ତେ ଯତ୍ନବାନ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ . ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ